ଆପଣମାନେ ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (FSSAI)ରେ ଚାକିରି କରିବାକୁ ଚାହୁଁଛନ୍ତି କି ? FSSAI ଆପଣମାନଙ୍କ ପାଇଁ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ ।
ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (FSSAI)ରେ ଖାଲିପଡିଛି ଅନେକ ପଦବୀ । FSSAI ପକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । FSSAIରେ ଆବେଦନ କରିବାକୁ ଯୋଗ୍ୟ ଓ ଆଶାୟୀ ଥିବା ପ୍ରାର୍ଥୀମାନେ ତୁରନ୍ତ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ୍ fssai.gov.in କୁ ଯାଇ ଆବେଦନ କରିପାରିବେ।
ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...
ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନଙ୍କ ନିକଟରେ ରସାୟନ ବିଜ୍ଞାନ, ଜୈବ ବିଜ୍ଞାନ, ଡାଏରୀ, ଅଏଲ ଇଣ୍ଡଷ୍ଟ୍ରୀରେ ଗ୍ରାଜୁଏଟ ଡିଗ୍ରୀ ରହିଥିବା ଜରୁରୀ ଅଟେ। କୌଣସି ବିଶ୍ୱବିଦ୍ୟାଳୟରୁ ପଶୁ ଚିକିତ୍ସା ବିଜ୍ଞାନରେ ଡିଗ୍ରୀ କରିଥିବା ଜରୁରୀ ଅଟେ । ଆବେଦନ କରିବାର ଶେଷ ତାରିଖ 10 ମାର୍ଚ୍ଚ ପର୍ଯ୍ୟନ୍ତ ରହିଛି ।
ବୟସ ସୀମା ଓ ଦରମା,ଜାଣନ୍ତୁ...
ଆବେଦନକାରୀଙ୍କ ବୟସ ପାଖାପାଖି 50 ବର୍ଷ ହେବା ଜରୁରୀ । ଆବେଦନକାରୀଙ୍କୁ ଅତି କମରେ ମାସକୁ 60 ହଜାର ଦରମା ମିଳିବ ।
ଚୟନ ପ୍ରକ୍ରିୟା,ଜାଣନ୍ତୁ...
ପ୍ରାର୍ଥୀମାନଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ ।
ଆବେଦନ ଶୁଳ୍କ,ଜାଣନ୍ତୁ...
ପ୍ରାର୍ଥୀମାନଙ୍କୁ ଏଥିପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।
ଅଭିଜ୍ଞତା,ଜାଣନ୍ତୁ...
ଆବେଦନକାରୀମାନଙ୍କ ପାଖରେ ଅତିକମରେ 3 ବର୍ଷର ଅଭିଜ୍ଞତା ଥିବା ଜରୁରୀ ଅଟେ ।
ଚାକିରି ଦେଉଛନ୍ତି କେନ୍ଦ୍ର ସରକାର, କିପରି ଆବେଦନ କରିବେ ?
ପତଞ୍ଜଳିରେ ମିଳିବ ହଜାର ହଜାର ପିଲାଙ୍କୁ ଚାକିରି; ଜଲଦୀ ଆବେଦନ କରନ୍ତୁ...