1. କୃଷି ଖବର

ଚାକିରି ଦେଉଛନ୍ତି କେନ୍ଦ୍ର ସରକାର, କିପରି ଆବେଦନ କରିବେ ?

କେନ୍ଦ୍ର ମନ୍ତ୍ରଣାଳୟରେ ଚାକିରିର ସୁବର୍ଣ୍ଣ ସୁଯୋଗ । SSC ଦ୍ୱାରା ଆୟୋଜିତ ହେବାକୁ ଥିବା Combined Higher Secondary (10 + 2) ସ୍ତରୀୟ ପରୀକ୍ଷା ପାଇଁ ପ୍ରଥମ ପର୍ଯ୍ୟାୟ ଟିୟର୍ -୧ ପରୀକ୍ଷା ହେବ । ଏହା କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ ।

Sudesna Nayak
Sudesna Nayak
job in the ministries of government of india

job in the ministries of government of india

କେନ୍ଦ୍ର ମନ୍ତ୍ରଣାଳୟରେ ଚାକିରିର ସୁବର୍ଣ୍ଣ ସୁଯୋଗ । SSC ଦ୍ୱାରା ଆୟୋଜିତ ହେବାକୁ ଥିବା Combined Higher Secondary (10 + 2) ସ୍ତରୀୟ ପରୀକ୍ଷା ପାଇଁ ପ୍ରଥମ ପର୍ଯ୍ୟାୟ ଟିୟର୍ -୧ ପରୀକ୍ଷା ହେବ । ଏହା କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବ ।

ସୂଚନା ଅନୁଯାୟୀ, ପରୀକ୍ଷାରେ ସମୁଦାୟ ଚାରୋଟି ବିଭାଗ ରହିବ । ପ୍ରଥମ ପେପରରେ ଇଂରାଜୀ ଭାଷା (ମୌଳିକ ଜ୍ଞାନ) ପରୀକ୍ଷା ହେବ, ଯେଉଁଥିରେ ସମୁଦାୟ ୨୫ ଟି ପ୍ରଶ୍ନ ହିଁ ପଚରାଯିବ । ପ୍ରତ୍ୟେକ ପ୍ରଶ୍ନ ଦୁଇଟି ମାର୍କର ରହିବ ।

ଦ୍ୱିତୀୟ ପେପରରେ ପିଲାଙ୍କ ଜେନେରାଲ ଇଣ୍ଟେଲିଜେନ୍ସର ପରୀକ୍ଷା ନିଆଯିବ । ଏହି ପେପରରେ ମଧ୍ୟ ଦୁଇ ମାର୍କ ଯୁକ୍ତ ୨୫ ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ ।
Basic Arithmetic Skill ଉପରେ ତୃତୀୟ ପେପର ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ତୃତୀୟ ପେପରରେ ବି ଦୁଇ ମାର୍କର ୨୫ ଟି ପ୍ରଶ୍ନ ହିଁ ଆସିବ । ସେହିଭରି ଟିୟର୍ -୧ ପେପରେ General Awareness ଉପରେ ପରୀକ୍ଷା କରାଯିବ, ଯେଉଁଥିରେ ସାଧାରଣ ଜ୍ଞାନ ସମ୍ବନ୍ଧୀୟ ମୋଟ ୨୫ ଟି ପ୍ରଶ୍ନ ପଚରାଯିବ । ପ୍ରଥମ ପର୍ଯ୍ୟାୟର 100 ଟି ପ୍ରଶ୍ନ ସହ ସମୁଦାୟ 200 ମାର୍କର ପରୀକ୍ଷା ହେବ ।

ସମସ୍ତ ପ୍ରଶ୍ନ ଅବଜେକ୍ଟିଭ୍ ସହ ମଲ୍ଟିପଲ୍ ଚୟସ୍ ଆସିବ । ପରୀକ୍ଷାର ଉତ୍ତର ଦେବାକୁ ଏକ ଘଣ୍ଟା ପାଇବେ ଛାତ୍ରଛାତ୍ରୀ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ପରୀକ୍ଷାରେ ନେଗେଟିଭ୍‌ ମାର୍କି ରହିଛି । ଗୋଟିଏ ଭୁଲ ଉତ୍ତର ପାଇଁ ଅଧା ମାର୍କ (0.50) କାଟି ଦିଆଯିବ ।

Combined Higher Secondary (10+2) Level Examination-2022

ପୋଷ୍ଟ ଗୁଡିକର ନାମ,ଜାଣନ୍ତୁ...

-ଲୋୟର ଡିଭିଜନାଲ କ୍ଲର୍କ

-ଜୁନିଅର ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ

-ଡାକ ସହାୟକ

-ସର୍ଟିଂ ସହାୟକ

-ଡାଟା ଏଣ୍ଟ୍ରି ଅପରେଟର ଇତ୍ୟାଦି

ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦ୍ୱାଦଶ କିମ୍ବା ଏହାର ସମକକ୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ । ଏକାସଙ୍ଗରେ ଡାଟା ଏଣ୍ଟ୍ରି ଅପରେଟର ପଦ ପାଇଁ ବିଜ୍ଞାନ ବିଭାଗର ଦ୍ୱାଦଶ ପାସ୍ କରିବା ଜରୁରୀ ।

ବୟସ ସୀମା,ଜାଣନ୍ତୁ...

1 ଜାନୁଆରୀ 2022 ମଧ୍ୟରେ ପ୍ରାର୍ଥୀମାନଙ୍କ ବୟସ ୧୮-୨୭ ବର୍ଷ ମଧ୍ୟରେ ହେବା ଉଚିତ୍ ।

ଅନଲାଇନ୍ ଆବେଦନ ପାଇଁ ଶେଷ ତାରିଖ ହେଉଛି ମାର୍ଚ୍ଚ 7, 2022

କିପରି ଆବେଦନ କରିବେ,ଜାଣନ୍ତୁ...

ଉପରୋକ୍ତ ପୋଷ୍ଟଗୁଡିକ ପାଇଁ କେବଳ ଅନଲାଇନରେ ହିଁ ଆବେଦନ କରିପାରିବେ । ବିସ୍ତୃତ ଆବେଦନ ସୂଚନା ପାଇଁ https://ssc.nic.in ଭିଜିଟ୍ କରନ୍ତୁ ।

ପତଞ୍ଜଳିରେ ମିଳିବ ହଜାର ହଜାର ପିଲାଙ୍କୁ ଚାକିରି; ଜଲଦୀ ଆବେଦନ କରନ୍ତୁ...

10ମ ପାସ୍‌ ପିଲାଙ୍କୁ ଚାକିରି ଦେଉଛି ଡାକ ସେବା, ଜଲଦୀ ହିଁ ଆବେଦନ କରନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments