News

ଭର୍ଚୁଆଲ୍ ହର୍ବାରିଅମ୍ କଣ ? ମାଗଣାରେ ପାଆନ୍ତୁ ବୈଜ୍ଞାନିକ ସୂଚନା

ଜୁଲାଇ ମାସରେ ଇଣ୍ଡିଆନ ଭର୍ଚୁଆଲ୍ ହର୍ବାରିଅମ୍ ଉନ୍ମୋଚିତ ହେଇଛି । ଏହା ଏ କଥାର ମଧ୍ୟ ଦୃଷ୍ଟାନ୍ତ ଯେ ଆମେ କିପରି ନିଜର ମୂଳ ସହିତ ଯୋଡ଼ିହେବା ପାଇଁ ଡିଜିଟାଲ୍ ୱାର୍ଲଡର ବ୍ୟବହାର କରିପାରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

31 July, 2022 4:19 PM IST By: Shuvanshu Kar

ମନ୍ କି ବାତ(Mann Ki Baat )ର ୯୧ତମ ଅଧ୍ୟାୟରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(pm modi) । ଏହି ଅବସରରେ କୃଷିକୁ ନେଇ ଅନେକ ବିଷୟ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ବିଭିନ୍ନ ପ୍ରକାର ଔଷଧୀୟ ଗଛ(medicinal plant) ଓ ଜଡ଼ିବୁଟିକୁ ନେଇ ଆଉ ଏକ ସୁନ୍ଦର ପ୍ରୟାସ ହୋଇଛି । ଏବେ ଏବେ ଜୁଲାଇ ମାସରେ ଇଣ୍ଡିଆନ ଭର୍ଚୁଆଲ୍ ହର୍ବାରିଅମ୍ ଉନ୍ମୋଚିତ ହେଇଛି । ଏହା ଏ କଥାର ମଧ୍ୟ ଦୃଷ୍ଟାନ୍ତ ଯେ ଆମେ କିପରି ନିଜର ମୂଳ ସହିତ ଯୋଡ଼ିହେବା ପାଇଁ ଡିଜିଟାଲ୍ ୱାର୍ଲଡର ବ୍ୟବହାର କରିପାରିବା ।

ଇଣ୍ଡିଆନ ଭର୍ଚୁଆଲ୍ ହରବାରିଅମ୍ ହେଉଛି ସଂରକ୍ଷିତ ଗଛ ବା ଗଛର ଅଂଶକୁ ନେଇ ଡିଜିଟାଲ୍ ଚିତ୍ରର ଏକ ସୁନ୍ଦର ସଂଗ୍ରହ, ଯାହା ୱେବରେ ମାଗଣାରେ ଉପଲବ୍ଧ । ଏହି ଭର୍ଚୁଆଲ୍ ହର୍ବାରିଅମରେ ବର୍ତ୍ତମାନ ଲକ୍ଷାଧିକ ନମୁନା ଏବଂ ସେଥିସହ ସଂପୃକ୍ତ ବୈଜ୍ଞାନିକ ସୂଚନା ଉପଲବ୍ଧ । ଭର୍ଚୁଆଲ୍ ହର୍ବାରିଅମରେ ଭାରତର ଉଦ୍ଭିଦ ବିବିଧତାର ସମୃଦ୍ଧ ଚିତ୍ର ମଧ୍ୟ ଦେଖିବାକୁ ମିଳେ । ଇଣ୍ଡିଆନ ଭର୍ଚୁଆଲ ହର୍ବାରିଅମ୍ ଭାରତୀୟ ଉଦ୍ଭିଦଗୁଡ଼ିକ ଉପରେ ଗବେଷଣା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ ପାଲଟିବ ବୋଲି ବିଶ୍ବାସ ପ୍ରକଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବିଶ୍ୱ ସ୍ତରରେ କୋରୋନା ବିପକ୍ଷରେ ଆୟୁଷ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବିଶ୍ୱ ଆୟୁର୍ବେଦ ଏବଂ ଭାରତୀୟ ଔଷଧ ପ୍ରତି ଆକର୍ଷିତ ହେଉଛି । ଆୟୁଷ ରପ୍ତାନିରେ ଏକ ରେକର୍ଡ ବୃଦ୍ଧି ହେବାର ଏହା ହେଉଛି ଏକ ପ୍ରମୁଖ କାରଣ । ଏହା ବ୍ୟତୀତ ଏହା ମଧ୍ୟ ଅତ୍ୟନ୍ତ ଆନନ୍ଦଦାୟକ ଯେ ଏହି କ୍ଷେତ୍ରରେ ଅନେକ ନୂତନ ଷ୍ଟାର୍ଟ ଅପ୍ ମଧ୍ୟ ଉତ୍ପନ୍ନ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Startup: କୃଷି ବର୍ଯ୍ୟବସ୍ତୁରୁ ପ୍ରସ୍ତୁତ ହେଉଛି ହାଲୁକା ଗଣେଶ ମୂର୍ତ୍ତି, ଜାଣନ୍ତୁ କେମିତି ?

ଜାତୀୟ ସୋଲାର ରୁଫଟପ୍ ପୋର୍ଟାଲ ଉଦ୍‌ଘାଟିତ, ଜାଣନ୍ତୁ କଣ ମିଳିବ ଲାଭ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)