1. କୃଷି ଖବର

LPG Cylinder: ୪୫୦ ଟଙ୍କାରେ ମିଳିବ ସିଲିଣ୍ଡର!

କାର୍ଡଧାରୀ ୪୫୦ ଟଙ୍କାରେ ପାଇବେ ଗ୍ୟାସ ସିଲିଣ୍ଡର

Tanushree Mahapatra
Tanushree Mahapatra
get lpg cylinder at rs 450, image source - pexels

get lpg cylinder at rs 450, image source - pexels

ରାସନକାର୍ଡଧାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ଏଣିକି ଏହି କାର୍ଡଧାରୀ ୪୫୦ ଟଙ୍କାରେ ପାଇବେ ଗ୍ୟାସ ସିଲିଣ୍ଡର । କାରଣ, ନିକଟରେ ରାଜସ୍ଥାନ ସରକାର ଏଲପିଜି ସିଲିଣ୍ଡର ଗ୍ୟାରେଣ୍ଟି ଲାଗୁ କରିବା ପାଇଁ  ନିଷ୍ପତ୍ତି ନେଇଛନ୍ତି। ଏହା ବ୍ୟତୀତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବିଧାନସଭାରେ ଅନ୍ୟ ବିଭିନ୍ନ ବିଷୟ ଉପରେ ଘୋଷଣା କରିଥିଲେ। ଯାହା ରାଜସ୍ଥାନ ଲୋକଙ୍କୁ ଖୁସି କରିଛି l

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ବିଧାନସଭାରେ ଗତକାଲି ଅନେକ ଘୋଷଣା କରିଛନ୍ତି l ଗରିବ ପରିବାରକୁ ଖୁବ ଶୀଘ୍ର ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯିବ। ତେବେ ଗତକାଲି ସୋମବାର ଦିନ ବିଧାନସଭାରେ 'ରାଜସ୍ଥାନ ଆପ୍ରୋପ୍ରାଇଜେସନ୍ ବିଲ୍ ଏବଂ ଫାଇନାନ୍ସ ବିଲ୍ ୨୦୨୪-୨୫' ଉପରେ ଆଲୋଚନା କରାଯାଇଥିଲା।

ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ କହିଥିଲେ ଯେଉଁମାନେ ୪୫୦ ଟଙ୍କା ପାଇଁ ଏଲପିଜି ଗ୍ୟାସ ସିଲିଣ୍ଡର ପାଇପାରିବେ ସେମାନଙ୍କ ପରିସରକୁ ରାଜ୍ୟରେ ବିସ୍ତାର କରାଯାଉଛି। ପୂର୍ବରୁ କେବଳ ଉଜ୍ୱଳା ଯୋଜନା ଏବଂ ବିପିଏଲ ପରିବାର ମାଧ୍ୟମରେ  ୪୫୦ ଟଙ୍କା ପାଇଁ ଗ୍ୟାସ ସିଲିଣ୍ଡର ପ୍ରଦାନ କରାଯାଉଥିଲା । ବର୍ତ୍ତମାନ ରାସନ କାର୍ଡ ଥିବା ସମସ୍ତ ପରିବାରକୁ ଏହି ଯୋଜନା ମାଧ୍ୟମରେ ସମସ୍ତ ସୁବିଧା ପ୍ରଦାନ କରାଯିବ ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ତେବେ କେବଳ ଏତିକି ନୁହେଁ ବିଧାନସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା, “ପ୍ରତିବର୍ଷ ବିଧାୟକ ତଥା ପୂର୍ବତନ ବିଧାୟକଙ୍କ ଦରମା, ଭତ୍ତା ସହିତ ପେନ୍‌ସନ୍‌ ସ୍ୱୟଂଚାଳିତ ଭାବରେ ବୃଦ୍ଧି ହୋଇଥାଏ। ବର୍ତ୍ତମାନ ସେହି ସମସ୍ତ ଆର୍ଥିକ ସହାୟତାକୁ ବୃଦ୍ଧି କରିବା ପାଇଁ ପ୍ରତ୍ୟେକ ଥର ବିଲ୍ ଆଣିବାର ଆବଶ୍ୟକତା ନାହିଁ । ଏହା ଶୁଣିବା ପରେ ବିଧାନସଭାର ଉପସ୍ଥିତ ସଦସ୍ୟମାନେ ଏଥିରେ ଖୁସି ବ୍ୟକ୍ତ କରିଥିଲେ।

ଅଧିକ ପଢ଼ନ୍ତୁ

ଯୋଧପୁରରେ ଆୟୋଜିତ ହେଲା ସମ୍ରିଦ୍ଧ କିସାନ ଉତ୍ସବ

Pension scheme: ପେନସନଭୋଗୀଙ୍କ ପାଇଁ ବଡ଼ ଖବର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ