News

କୋରାପୁଟ କଫିକୁ ମିଳିବ ଜିଆଇ ମାନ୍ୟତା, ଆରମ୍ଭ ହେଲା ପ୍ରୟାସ

କୋରାପୁଟ କଫିକୁ ସ୍ୱତନ୍ତ୍ର ଜିଆଇ ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ପର୍ଯ୍ୟଟନ ବିଭାଗର ଉଦ୍ୟମରେ କୋରାପୁଟ କଫି ଓଡ଼ିଶା ଆସୁଥିବା ଦେଶବିଦେଶର ପର୍ଯ୍ୟଟକଙ୍କର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି ।

13 December, 2022 12:29 PM IST By: Sudesna Nayak

କୋରାପୁଟ କଫି (Koraput Coffee)କୁ ସ୍ୱତନ୍ତ୍ର ଜିଆଇ (GI Tag)ମାନ୍ୟତା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ପର୍ଯ୍ୟଟନ ବିଭାଗର ଉଦ୍ୟମରେ କୋରାପୁଟ କଫି (Koraput Coffee) ଓଡ଼ିଶା ଆସୁଥିବା ଦେଶବିଦେଶର ପର୍ଯ୍ୟଟକଙ୍କର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି ।

ସୂଚନା ଅନୁଯାୟୀ, କୋରାପୁଟ କଫି (Koraput Coffee) ଜରିଆରେ ଆଦିବାସୀଙ୍କ ଜୀବିକା ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାର (state government) ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି । ଜୁନ ୨୦୨୧ ସୁଦ୍ଧା ୩୦,୦୦୦ ପରିବାରକୁ ୪୬,୦୦୦ ଏକରର ଜଙ୍ଗଲ ଜମି ଅଧିକାର ପ୍ରଦାନ କରାଯାଇଛି । ୨୧-୨୨ ବର୍ଷରେ ଅଧିକ ୮୦ ହେକ୍ଟର ଜମିରେ କଫି ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି ।

କୋରାପୁଟ କଫି (Koraput Coffee)ର ଲୋକପ୍ରିୟତାକୁ ସୁଦୂରବିସ୍ତାରୀ କରିବା ପାଇଁ ପ୍ରୟାସ କରୁଛି ଅନୁସୂଚିତ ଜନଜାତି ଉନ୍ନୟନ ସମବାୟ ନିଗମ । ଜିଆଇ (GI Tag) ମାନ୍ୟତା ପାଇଁ ଆବେଦନ ପ୍ରକ୍ରିୟାରେ ସାମିଲ ହେବା ପୂର୍ବରୁ କୋରାପୁଟ କଫି (Koraput Coffee)ର ସ୍ୱତନ୍ତ୍ରତା ସମ୍ପର୍କିତ ଦସ୍ତାବିଜ୍‍କୁ ଏକାଠି କରାଯାଉଛି । ଦସ୍ତାବିଜ୍‍ରେ କୋରାପୁଟ୍‍ କଫିର ଇତିହାସ, ଗୁଣବତ୍ତା, ପ୍ରକ୍ରିୟାକରଣ ସମ୍ବନ୍ଧୀୟ ତଥ୍ୟ ସାମିଲ ରହିବ ବୋଲି ସୂଚନା ମିଳିଛି ।

କୋରାପୁଟ କଫି (Koraput Coffee)କୁ ମିଳିବ ସ୍ବତନ୍ତ୍ର ଜିଆଇ (GI Tag) ମାନ୍ୟତା । ଏଥପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ । ଏକାଠି କରାଯାଉଛି ଦସ୍ତାବିଜ । ଯେଉଁଥିରେ କଫିର ଇତିହାସ, ଗୁଣବତ୍ତା, ପ୍ରକ୍ରିୟାକରଣ ସମ୍ବନ୍ଧୀୟ ତଥ୍ୟ କରାଯାଇଛି ସାମିଲ । କୋରାପୁଟ କଫି ଦେଶ ବିଦେଶର ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛି ।

ପ୍ରକାଶ ଥାଉ ଯେ, ଅନ୍ୟପକ୍ଷରେ ନିଗମ ପକ୍ଷରୁ କୋରାପୁଟ୍‍ କଫି (Koraput Coffee)କୁ ସ୍ୱତନ୍ତ୍ର ମାନ୍ୟତା ଦାବି ଉପସ୍ଥାପିତ କରାଯାଇଥିବା ବେଳେ ଏହି କଫିର ସ୍ୱତନ୍ତ୍ରତା ସମ୍ପର୍କିତ ସୂଚନା ଏକାଠି କରିବାରେ ଲାଗିଛି ନିଗମ । ଜିଆଇ ରେଜିଷ୍ଟ୍ରି ସମ୍ମୁଖରେ କୋରାପୁଟ କଫିର ସ୍ୱତନ୍ତ୍ରତାକୁ ଉଲ୍ଲେଖ କରାଯିବ । କୋରାପୁଟ କଫି (Koraput Coffee)ସବୁଠାରୁ ସ୍ୱତନ୍ତ୍ର ହୋଇଥିବାର ପ୍ରାମାଣିକ ତଥ୍ୟ ଆଧାରରେ ଆମେ ଜିଆଇ ଟ୍ୟାଗ୍‍ ଦାବି କରୁଛୁ ବୋଲି ନିଗମ ଯୁକ୍ତି ବାଢ଼ିଛି ।

ଦେଶବିଦେଶରେ ମିଳିବ ‘କୋରାପୁଟ କଫି’

କୋରାପୁଟରେ 5000 ହେକ୍ଟର କରାଯିବ କଫି ଚାଷ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)