News

ଆଗ୍ରାରେ ଆୟୋଜିତ ହେଉଛି Globoil India 2022

ଉତ୍ତରପ୍ରଦେଶର ଆଗ୍ରାରେ ଆୟୋଜିତ ହୋଇଛି ଗ୍ଲୋବଏଲ ଇଣ୍ଡିଆ 2022 ସମ୍ମିଳନୀ ଗ୍ଲୋବଏଲ ଇଣ୍ଡିଆ ପ୍ରଦର୍ଶନୀରେ 50 ଟି ଦେଶରୁ 1,500 ରୁ ଅଧିକ ଆଗନ୍ତୁକ ଉପସ୍ଥିତ ଅଛନ୍ତି ।

21 September, 2022 4:03 PM IST By: Shuvanshu Kar

ଉତ୍ତରପ୍ରଦେଶର ଆଗ୍ରାରେ ଆୟୋଜିତ ହୋଇଛି ଗ୍ଲୋବଅଏଲ ଇଣ୍ଡିଆ 2022(Globoil India 2022) ସମ୍ମିଳନୀ । ଏହା ବିଶ୍ବର ସବୁଠୁ ଅଗ୍ରଣୀ ଖାଇବା ତେଲ ଏବଂ କୃଷି ବାଣିଜ୍ୟ ସମ୍ମିଳନୀ ତଥା ପ୍ରଦର୍ଶନୀ ମଧ୍ୟରୁ ଅନ୍ୟତମ ।

ଆଗ୍ରାର ତାଜ କନଭେନସନ ସେଣ୍ଟର( Taj Convention Centre, Agra)ରେ ଆୟୋଜିତ ଏହି ପ୍ରଦର୍ଶନୀ ଆଜିଠୁ ଆରମ୍ଭ ହୋଇ 23 ସେପ୍ଟମ୍ବର ଯାଏଁ ଚାଲିବ । ତେବେ କୃଷି ଜାଗରଣ ଟିମ ମଧ୍ୟ ଏହି ପ୍ରଦର୍ଶନୀରେ ଉପସ୍ଥିତ ରହିଛି ।

ଖାଉଟିଙ୍କ ଚାହିଦାରେ ପରିବର୍ତ୍ତନକୁ ପ୍ରତିବମ୍ବିତ କରିବା ପାଇଁ ନୂଆ ସେବା ଓ ନୂଆ ବିଚାର ହେଉଛି ଗ୍ଲୋବଅଏଲ ଇଣ୍ଡିଆ 2022 ସମ୍ମିଳନୀର ଉଦ୍ଦେଶ୍ୟ । ଏଥିରେ ବିଭିନ୍ନ ବଜାର କ୍ଷେତ୍ରଗୁଡିକରେ ଉତ୍ପାଦ ପ୍ରଦର୍ଶନ କରୁଥିବା 100ରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଛନ୍ତି ।

ଅତ୍ୟାଧୁନିକ ଉତ୍ପାଦର ଅଭିନବ ପ୍ରତିଯୋଗିତାମୂଳକ ଯୋଗାଣକାରୀଙ୍କ ସହିତ ବହୁ ଲୋକପ୍ରିୟ ଆନ୍ତର୍ଜାତୀୟ ବ୍ରାଣ୍ଡ ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ହେଉଛି । ଗ୍ଲୋବଏଲ ଇଣ୍ଡିଆ ପ୍ରଦର୍ଶନୀରେ 50 ଟି ଦେଶରୁ 1,500 ରୁ ଅଧିକ ଆଗନ୍ତୁକ ଉପସ୍ଥିତ ଅଛନ୍ତି ।

ଗ୍ଲୋବଏଲ ଇଣ୍ଡିଆରେ ଜାତୀୟ ତଥା ଆନ୍ତର୍ଜାତୀୟ ପ୍ରଦର୍ଶକ ପ୍ରସାଧନ ସାମଗ୍ରୀ, କୃଷି, ଜୈବ ଇନ୍ଧନ, ଖାଦ୍ୟ ଶିଳ୍ପ, ତେଲ, ଶିଳ୍ପ ମେଳା, ନବୀକରଣ ଯୋଗ୍ୟ ଶକ୍ତି, ପ୍ରଯୁକ୍ତିବିଦ୍ୟା, ଶିଳ୍ପ ବାଣିଜ୍ୟ ପ୍ରଦର୍ଶିତ ହୋଇଥାଏ ।

ଭାରତରେ କମିଲା ପାମ ତେଲ ଆମଦାନୀ , ସୋୟା 125% ରେକର୍ଡ ବୃଦ୍ଧି

ପାମ ତେଲର ରପ୍ତାନୀ ଅନୁମତି ଦେଲା ଇଣ୍ଡୋନେସିଆ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)