1. କୃଷି ଖବର

ପାମ ତେଲର ରପ୍ତାନୀ ଅନୁମତି ଦେଲା ଇଣ୍ଡୋନେସିଆ

ଜୁନ 3ରେ ମୋଟ 275,454 ଟନ ତେଲ ରପ୍ତାନୀ ପାଇଁ ଅନୁମତି ଦେଇଛି ଇଣ୍ଡୋନେସିଆ । ଏତେ ମାତ୍ରାରେ ତେଲ ଭାରତୀୟ ବଜାରରେ ପହଞ୍ଚିବା ପରେ ଦର କମିବା ନେଇ ଅନୁମାନ କରାଯାଉଛି ।

Shuvanshu Kar
Shuvanshu Kar
edible oil inflation will reduce very soon indonesia has issued export permit

edible oil inflation will reduce very soon indonesia has issued export permit

ଖାଇବା ତେଲ(edible oil)ର ମହଙ୍ଗା ମାଡରୁ ଖାଉଟିଙ୍କୁ ମିଳିପାରେ ଆଶ୍ବସ୍ତି । ପାମ ତେଲର ରପ୍ତାନୀ(oil export) ଉପରେ ଲାଗିଥିବା କଟକଣା ଉଠାଇବା ପରେ ଜୁନ 3ରେ ମୋଟ 275,454 ଟନ ତେଲ ରପ୍ତାନୀ ପାଇଁ ଅନୁମତି ଦେଇଛି ଇଣ୍ଡୋନେସିଆ । ଏତେ ମାତ୍ରାରେ ତେଲ ଭାରତୀୟ ବଜାରରେ ପହଞ୍ଚିବା ପରେ ଦର କମିବା ନେଇ ଅନୁମାନ କରାଯାଉଛି ।

ପାମ ତେଲର ଯୋଗାଣ ପରେ ଦେଶରେ ଖାଇବା ତେଲର ଦର କମିବ । ଇଣ୍ଡୋନେସିଆରେ ଖାଇବା ତେଲର ଘରୋଇ ମୂଲ୍ୟ ନିୟନ୍ତ୍ରଣକୁ ଆଣିବା ପାଇଁ 28 ଏପ୍ରିଲରେ ପାମ ତେଲ ରପ୍ତାନୀ(oil export) ଉପରେ ରୋକ ଲଗାଇ ଦେଇଥିଲା । ଯାହା ଫଳରେ ଭାରତରେ ଖାଇବା ତେଲର ଦର ଆକା ଛୁଆଁ ହୋଇଥିଲା ।

ଅନ୍ତରାଷ୍ଟ୍ରୀୟ ଓ ଘରୋଇ ଚାପରେ ଆସି ଇଣ୍ଡୋନେସିଆକୁ ମେ 23ରେ ପାମ ତେଲ ରପ୍ତାନୀ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବାକୁ ପଡିଥିଲା । ଏପଟେ କେନ୍ଦ୍ର ସରକାର ମଧ୍ୟ ତୈଳ ଦର ବୃଦ୍ଧି ଉପରେ ଲଗାମ ଲଗାଇବାକୁ ଅନେକ ପ୍ରୟାସ କରୁଛନ୍ତି ।

ଭାରତରେ ତେଲ ତାତି କମାଇବ ଗହମ ରପ୍ତାନି କଟକଣା, ଏହି ଦେଶ ଉପରେ ବଢିବ ଚାପ...

ଯୁଦ୍ଧ ପାଇଁ ମହଙ୍ଗା ହେଲା ଖାଇବା ତେଲ ; ଜାଣନ୍ତୁ କେତେ...

ଖାଇବା ତେଲର କ୍ରମାଗତ ଦରବୃଦ୍ଧିକୁ ରୋକିବା ପାଇଁ ଅଶୌଧିତ ପାମ ତେଲ, ସୋୟାବିନ ତେଲ ଓ ସୂର୍ଯ୍ୟମୁଖୀ ତେଲ ଉପରୁ ବସିକ ଡ୍ୟୁଟି 32.5 ପ୍ରତିଶତରୁ କମ କରି 17.5 ପ୍ରତିଶତ କରିଥିଲେ । ଅନ୍ୟପକ୍ଷେ ରିଫାଇନ ପାମ ତେଲ ଉପରୁ ବେସିକ ଡ୍ୟୁଟି 17.5 ପ୍ରତିଶତରୁ କମ କରି 12.5 ପ୍ରତିଶତ କରିଛନ୍ତି । ସରକାର ରିଫାଇନ ପାମ ତେଲର ମୁକ୍ତ ଆମଦାନୀକୁ 31 ଡିସେମ୍ର 2022 ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି ।

ଖାଇବା ତେଲର ଦର ବୃଦ୍ଧି କମାଇବାକୁ ସରକାର 2022-23 ଓ 2023-34 ପାଇଁ ଶୂନ୍ୟ ଆମଦାନୀ ଶୁଳ୍କ ଉପରେ 20-20 ଲକ୍ଷ ଟନ ଅଶୌଧିତ ସୋୟାବିନ ଓ ସୂର୍ଯ୍ୟମୁଖୀ ତେଲର ଆମଦାନୀକୁ ଛାଡ କରିଥିଲେ । ଏହି ପଦକ୍ଷେପ କାରଣରୁ ଖାଇବା ତେଲର ବଢୁଥିବା ଦର ବୃଦ୍ଧି, ଘରୋଇ ଚାହିଦା ଓ ବିଶ୍ବ ପାମ ତେଲର ଯୋଗାଣରେ ଅନିଶ୍ଚିତତାକୁ ଦୃଷ୍ଟିରେ ରଖି ନିଆଯାଇଥିବା ସରକାର ଦାବି କରୁଛନ୍ତି ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments