1. କୃଷି ଖବର

ଭାରତରେ ତେଲ ତାତି କମାଇବ ଗହମ ରପ୍ତାନି କଟକଣା, ଏହି ଦେଶ ଉପରେ ବଢିବ ଚାପ...

ଗହମ ରପ୍ତାନି(wheat export)ଉପରେ ପ୍ରତିବନ୍ଧକ ଲଗାଇ ବଡ ଗୋଟିଚାଳନା କରିପାରେ ଭାରତ । ଗହମ ରପ୍ତାନି ଉପରେ ଭାରତ ରୋକ ଲଗାଇ ଇଣ୍ଡୋନେସିଆ ଉପରେ ଚାପ ପକାଇବାକୁ ପ୍ରୟାସ କରିପାରେ ।

Sudesna Nayak
Sudesna Nayak
how india can forced indonesia to lift ban on palm oil

how india can forced indonesia to lift ban on palm oil


ପାମ ତେଲ(palm oil) ରପ୍ତାନି ଉପରେ ରୋକ ଲଗାଇ ଭାରତୀୟ ଖାଉଟିଙ୍କ ଚିନ୍ତା ବଢାଇଛି ଇଣ୍ଡୋନେସିଆ । ଏହି କାରଣରୁ ଭାରତରେ ବଢିଛି ଖାଇବା ତେଲର ଦର(edible oil price hike) । ହେଲେ ଏହାରି ମଧ୍ୟରେ ଗହମ ରପ୍ତାନି(wheat export)ଉପରେ ପ୍ରତିବନ୍ଧକ ଲଗାଇ ବଡ ଗୋଟିଚାଳନା କରିପାରେ ଭାରତ । ଗହମ ରପ୍ତାନି ଉପରେ ଭାରତ ରୋକ ଲଗାଇ ଇଣ୍ଡୋନେସିଆ ଉପରେ ଚାପ ପକାଇବାକୁ ପ୍ରୟାସ କରିପାରେ ।

ଇଣ୍ଡୋନେସିଆ ଭାରତର ସବୁଠୁ ବଡ ଗହମ ଆମଦାନୀକାରୀ ରାଷ୍ଟ୍ର । ଇଣ୍ଡୋନେସିଆ ସରକାର ଯଦି ଖାଇବା ତେଲ ରପ୍ତାନି ଉପରୁ ଶୀଘ୍ର ପ୍ରତିବନ୍ଧକ ନ ହଟାଇବେ, ତାହେଲେ ଭାରତ ସରକାରଙ୍କୁ ମଧ୍ୟ ଇଣ୍ଡୋନେସିଆ ରପ୍ତାନି ହେଉଥିବା ଚିନି ଏବଂ ଅନ୍ୟ ଆବଶ୍ୟକୀୟ ଖାଉଟି ସାମଗ୍ରୀ ଉପରେ ରୋକ ଲଗାଇ ଦେଇପାରନ୍ତି । ଏହା ଫଳରେ ଇଣ୍ଡୋନେସିଆ ଉପରେ ଚାପ ବଢିବାର ଆଶଙ୍କା ରହିଛି ।

ଖାଇବା ତେଲର ଘରୋଇ ଦର ବୃଦ୍ଧି ଉପରେ ଲଗାମ ଲଗାଇବାକୁ ଏହାର ରପ୍ତାନି ଉପରେ ରୋକ ଲଗାଇଥଇଲେ ଇଣ୍ଡୋନେସିଆ ସରକାର । ଇଣ୍ଡୋନେସିଆ ପାମ ତେଲର ସବୁଠୁ ବଡ ଉତ୍ପାଦକ ଦେଶ ।

28 ଏପ୍ରିଲରେ ଲାଗୁ ହୋଇଥଇବା ଇଣ୍ଡୋନେସିଆର ପ୍ରତିବନ୍ଧକ ଭଆରତ, ଚୀନ ଓ ପାକିସ୍ତାନ ସମେତ କିଛି ଦେଶର ଚିନ୍ତା ବଢାଇଛି ।ଗତ ସପ୍ତାହରେ ହିଁ କିଛଇ ଦେଶ ବିଶଅବ ବାଣିଜ୍ୟ ସଂଘ(WTO)ରେ ଏହି ବିଷୟ ଉଠାଇଥିଲେ । ପାମ ତେଲ ରପ୍ତାନି ପ୍ରତିବନ୍ଧକକୁ ନେଇ ଇଣ୍ଡୋନେସିଆରେ ଚାଷୀ ପ୍ରଦର୍ଶନ ଚାଲିଛି । ଖାଇବା ତେଲର ଘରୋଇ ମୂଲ୍ୟ ଭାରତୀୟ ମୁଦ୍ରାରେ 90.25 ଟଙ୍କା ରହିଥିବାବେଳେ ରିଆଉ, ସୁମାତ୍ରା, କାଲିମନ୍ତନ ଭଳି ବଡ ବଡ ରାଜ୍ୟେ ଏହାର ମୂଲ୍ୟ 122.25 ଟଙ୍କାରେ ପହଞ୍ଚିଯାଇଛି ।

ଏପ୍ରିଲ ୨୮ରୁ ଖାଇବା ତେଲ ବିଶେଷ ଭାବେ ପାମ ଅଏଲର ରପ୍ତାନୀ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା ଇଣ୍ଡୋନେସିଆ । ତେବେ ଇଣ୍ଡୋନେସିଆର ଏହି ନିଷ୍ପତ୍ତି ଭାରତ ଉପରେ ପ୍ରଭାବ ପକାଇଛି । ଭାରତ ଖାଇବା ତେଲର ସବୁଠାର ବଡ଼ ଆମଦାନୀକାରୀ ରାଷ୍ଟ୍ର । ନିଜର ଆବଶ୍ୟକତାର ୫୦-୬୦ ପ୍ରତିଶତ ଖାଇବା ତେଲ ଆମଦାନୀ କରିଥାଏ । ଇଣ୍ଡୋନେସିଆର ଏହି ନିଷ୍ପତ୍ତି ଯୋଗୁଁ ଭାରତ ପ୍ରଭାବିତ ହେବ । କାରଣ ଭାରତ ନିଜର ଆବଶ୍ୟକତାର ପାଖାପାଖି ୫୦ ପ୍ରତିଶତ ପାମ ଅଏଲ ଇଣ୍ଡୋନେସିଆର ଆମଦାନୀ କରିଥାଏ ।

ବିଶ୍ବରେ ବଢିଲା ଗହମ ଦର! ଅନେକ ଦେଶରେ ଖାଦ୍ୟ ସଙ୍କଟର କଳା ବାଦଲ

ଗହମ ରପ୍ତାନିରେ ଭାରତର ବ୍ରେକ, ବିଶ୍ବରେ ହଇଚଇ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments