1. କୃଷି ଖବର

ଯୁଦ୍ଧ ପାଇଁ ମହଙ୍ଗା ହେଲା ଖାଇବା ତେଲ ; ଜାଣନ୍ତୁ କେତେ...

ହାଣ୍ଡିଶାଳ ଉପରେ ପଡ଼ିଛି ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ । ଚୁଲାରେ କଡ଼େଇ ବସେଇଲେ ପ୍ରଥମେ ଲୋଡ଼ା ପଡ଼ୁଥିବା ତେଲ ଦରରେ ଏମିତି ନିଆଁ ଲାଗିଛି ଯେ ଲୋକେ କଡ଼େଇ ବସେଇବା ପୂର୍ବରୁ ଚିନ୍ତାରେ ପଡ଼ୁଛନ୍ତି ।

Sudesna Nayak
Sudesna Nayak
expensive is edible oil rising

expensive is edible oil rising

ହାଣ୍ଡିଶାଳ ଉପରେ ପଡ଼ିଛି ରୁଷିଆ-ୟୁକ୍ରେନ ଯୁଦ୍ଧର ପ୍ରଭାବ । ଚୁଲାରେ କଡ଼େଇ ବସେଇଲେ ପ୍ରଥମେ ଲୋଡ଼ା ପଡ଼ୁଥିବା ତେଲ ଦରରେ ଏମିତି ନିଆଁ ଲାଗିଛି ଯେ ଲୋକେ କଡ଼େଇ ବସେଇବା ପୂର୍ବରୁ ଚିନ୍ତାରେ ପଡ଼ୁଛନ୍ତି ।

ସୂଚନା ଅନୁଯାୟୀ, ରୁ‌ଷ୍‌ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ଯୁଦ୍ଧରତ ଉପରୋକ୍ତ ଦୁଇ ଦେଶରୁ ସୂର୍ଯ୍ୟମୁଖୀ ତେଲ (Sunflower Oil)ଆମଦାନି ହୋଇପାରୁ ନଥିବା ବେଳେ ଅନ୍ୟ ଦେଶରୁ ବି ଠିକ୍‌ ରୂପେ ତେଲ ଆସିପାରୁନି । ପାମୋଲିନ୍‌ ତେଲ ୫୦ ଟଙ୍କା, ରିଫାଇନ ତେଲ (Fortune Oil)୫୫ ଟଙ୍କା ଓ ସୋୟାବିନ୍‌ ତେଲ ୫୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ତେଣୁ ପୁରୁଣା ଷ୍ଟକ୍‌କୁ ବି କିଛି ବ୍ୟବସାୟୀ ବର୍ଦ୍ଧିତ ଦରରେ ବିକ୍ରି କରୁଥିବା ଦେଖିବାକୁ ମିଳିଛି ।

ଖାଲି ସେତିକି ନୁହେଁ, ତେଲ ଝଟ୍‌କା ପରେ ଜଳଖିଆ ବ୍ୟବସାୟୀ ଜଳଖିଆ ପ୍ଲେଟ୍‌ର ଦର ୫ ଟଙ୍କା ବଢ଼ାଇଦେଲେଣି । ରେସ୍ତୋରାଁରେ ଖାଇବା ଦରର ନୂଆ ତାଲିକା ବାହାରିଗଲାଣି । ଯେଉଁ ଖାଇବା ତେଲ ସପ୍ତାହେ ତଳେ ୧୨୦ ଟଙ୍କାରେ ମିଳୁଥିଲା, ତାହା ଏବେ ୧୫୦ରେ ପହଞ୍ଚିଲାଣି । ସୂର୍ଯ୍ୟମୁଖୀ ତେଲ ୧୪୦ ରୁ ୧୪୨ ଟଙ୍କା ମଧ୍ୟରେ ସୀମିତ ଥିଲେ ହେଁ ଏହା ୧୮୦ ଛୁଇଁଲାଣି । କିଛି ସ୍ଥାନରେ ସୂର୍ଯ୍ୟମୁଖୀ ତେଲ ଲିଟର ପିଛା ୨୦୦ ଟଙ୍କା ଦାବି କରାଯାଉଥିବା ଦେଖିବାକୁ ମିଳୁଛି ।

ପ୍ରକାଶ ଥାଉ କି, ଆମ ଦେଶରେ ୭୦ ପ୍ରତିଶତ ଖାଇବା ତେଲ (Cooking Oil) ବିଦେଶରୁ ଆମଦାନି ହୋଇଥାଏ । ତେବେ ଚାହିଦା ଅନୁଯାୟୀ ବଜାରକୁ ତେଲ ଯୋଗାଣ କମିବା ଏବଂ ସେସ୍‌ ଅଧିକ ଲାଗିବା ଯୋଗୁ ଖାଇବା ତେଲ ଦର ବଢ଼ୁଛି । ଆଗକୁ ମଧ୍ୟ ଏହା ଜାରି ରହିପାରେ ବୋଲି ଜଣାପଡୁଛି । ଗତ ୬ ଦିନ ହେବ ଯେଉଁ ତେଲ ଦର ୧୧୦ ଟଙ୍କା ରହିଥିଲା ତାହା ଏବେ ୧୬୦ଟଙ୍କା, ଆଗକୁ ଏହା ଆହୁରି ମଧ୍ୟ ବଢ଼ିପାରେ । ତେଣୁ ଲୋକଙ୍କ ଆବଶ୍ୟକତାକୁ ମେଣ୍ଟାଇବାକୁ ଆମକୁ ଷ୍ଟକ ରଖି ବ୍ୟବସାୟ କରିବାକୁ ପଡୁଛି । ଗ୍ରାହକ ଯେମିତି ପ୍ରଭାବିତ ନ ହୁଅନ୍ତି ତେଣୁ ଅଳ୍ପ ଲାଭ ରଖି ବିକ୍ରି କରିବାକୁ ବ୍ୟଧ୍ୟ ହୋଇଛୁ ।

ମହଙ୍ଗା ହେଲା ଖାଇବା ତେଲ, ଜାଣନ୍ତୁ କେତେ...

ବଢିଲା LPG Cylinder ଦର, ଜାଣନ୍ତୁ କେତେ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments