1. କୃଷି ଖବର

ଆପଣ ଜାଣିଛନ୍ତି କି କେଉଁ ରାଜ୍ୟ ଦେଶର ପ୍ରଥମ ହର ଘର ଜଲ ପ୍ରମାଣିତ ?

ଦେଶର 10 କୋଟି ଗ୍ରାମାଞ୍ଚଳ ପରିବାର ସ୍ୱଚ୍ଛ ପାଇପ ଜଳ ସଂଯୋଗ ସୁବିଧା ପାଇସାରିଲେଣି । ଗୋଆ ଦେଶର ପ୍ରଥମ ହର ଘର ଜଲ ପ୍ରମାଣିତ ରାଜ୍ୟ ହୋଇଛି ।

Shuvanshu Kar
Shuvanshu Kar
Goa becomes the first Har Ghar Jal certified state

Goa becomes the first Har Ghar Jal certified state

ସଫଳତାର ସହିତ ଆଗେଇଚାଲିଛି କେନ୍ଦ୍ର ସରକାରଙ୍କ ଜଳ ଶକ୍ତି ମିଶନ(Jal Jeevan Mission ) । ଦେଶର 10 କୋଟି ଗ୍ରାମାଞ୍ଚଳ ପରିବାର ସ୍ୱଚ୍ଛ ପାଇପ ଜଳ ସଂଯୋଗ ସୁବିଧା ପାଇସାରିଲେଣି । ଗୋଆ(Goa) ଦେଶର ପ୍ରଥମ ହର ଘର ଜଲ(Har Ghar Jal) ପ୍ରମାଣିତ ରାଜ୍ୟ ହୋଇଛି ।

ସ୍ୱଚ୍ଛ ପାଇପ ଜଳ ସଂଯୋଗ ସୁବିଧା ହାସଲ କରିବାରେ ଦାଦ୍ରାନଗର ହାବେଳୀ ଓ ଡାମନ ଏବଂ ଡ୍ୟୁ ଦେଶର ପ୍ରଥମ କେନ୍ଦ୍ର ଶାସିତ ଅଞ୍ଚଳ । ଜଳ ଜୀବନ ଅଭିଯାନ କେବଳ ଏକ ସରକାରୀ ଯୋଜନା ନୁହଁ, ଏହା ଗୋଷ୍ଠୀ ପାଇଁ ଯୋଜନା ଓ ଗୋଷ୍ଠୀ ଦ୍ୱାରା ପରିଚାଳିତ ଯୋଜନା ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖୁବ ଶୀଘ୍ର ଏହି ତାଲିକାରେ ଆହୁରି ଅନେକ ରାଜ୍ୟ ସାମିଲ ହେବାକୁ ଯାଉଥିବା ଜଣାପଡିଛି ।

ବିଶ୍ୱ ସାମ୍ନା କରୁଥିବା ଜଳ ସୁରକ୍ଷା ସମସ୍ୟା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିକଶିତ ଭାରତ ନିମନ୍ତେ ଜଳ ସଂକଟ ଏକ ବିରାଟ ପ୍ରତିବନ୍ଧକ ହୋଇ ଛିଡା ହେବ । ଜଳ ସୁରକ୍ଷା ନିମନ୍ତେ ଆମ ସରକାର ଗତ ଆଠ ବର୍ଷ ଧରି ନିରବିଚ୍ଛିନ୍ନ ପ୍ରୟାସ କରି ଆସୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ, ଆମେ ବର୍ତ୍ତମାନ ଓ ଭବିଷ୍ୟତରେ ଆହ୍ୱାନଗୁଡିକୁ ଆଖି ଆଗରେ ରଖି କାର୍ଯ୍ୟ କରୁଛୁ । ଯେଉଁମାନଙ୍କ ଦେଶପ୍ରତି ଖାତିର ନାହିଁ, ସେମାନେ ଦେଶର ବର୍ତ୍ତମାନ ଓ ଭବିଷ୍ୟତକୁ ମଧ୍ୟ ଭ୍ରୁକ୍ଷେପ କରନ୍ତି ନାହିଁ । ସେମାନେ ବଡ ବଡ କଥା କହିପାରନ୍ତି ମାତ୍ର ପାଣି ପାଇଁ ଭବିଷ୍ୟତରେ କିଛି ବି କରିପାରିବେ ନାହିଁ ।

ଜଳ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସରକାର ନେଇଥିବା ବହୁବିଧ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କ୍ୟାଚ ଦି ରେନ ଅଟଳ ଭୂଜଳ ଯୋଜନା, ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମୃତ ସରୋବର, ନଦୀ ସଂଯୋଗୀକରଣ ଓ ଜଳ ଜୀବନ ମିଶନ ପ୍ରଭୃତିର ତାଲିକା ଦେଇଥିଲେ । ଭାରତରେ ରାମସାର ଆର୍ଦ୍ରଭୂମୀ ସ୍ଥଳୀ ୭୫କୁ ବୃଦ୍ଧି ପାଇଥିବା ବେଳେ, ସେଥିରୁ ୫୦ଟି କେବଳ ଗତ ଆଠ ବର୍ଷ ମଧ୍ୟରେ ସାମିଲ ହୋଇଥିବା ସେ ପ୍ରକାଶ କରିଥିଲେ ।

ବଡ ମାଇଲଖୁଣ୍ଟ ଛୁଇଁଲା Jal Jeevan Mission, ୧୦କୋଟି ଗ୍ରାମାଞ୍ଚଳ ପରିବାରକୁ ପହଞ୍ଚିଲା ଟ୍ୟାପ ଯୋଗେଁ ପାନୀୟ ଜଳ

ଜଳ ଜୀବନ ମିଶନର ୫୦% ସଫଳତା ହାସଲ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments