1. କୃଷି ଖବର

Gold Price: ପୁଣି ବଢିଲା ସୁନା ଦର

୧୦ ଗ୍ରାମ ପିଛା ୭୦ ହଜାର ଟଙ୍କା ପାର୍ କରିବାକୁ ଯାଉଛି ସୁନା

Tanushree Mahapatra
Tanushree Mahapatra
Gold price for today, image source - pixeles

Gold price for today, image source - pixeles

ଏବେ ବିବାହ ଋତୁ ଚାଲିଛି । ଏହାରି ମଧ୍ୟରେ ଚିନ୍ତା ବଢ଼ାଇଛି ସୁନା ଦର ବୃଦ୍ଧି । କିଛିଦିନ ହେବ ଦେଶରେ ସୁନା ଦର ବଢୁଥିବା ଦେଖିବାକୁ ମିଳୁଛି l ଗତ କାଲି ପୁଣି ସୁନା ଦରରେ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଥିଲା l 

ସେହିପରି ଆଜି ପୁଣି ଗ୍ରାମ ପିଛା ୪୦ ଟଙ୍କା ଖସିଥିବା ଦେଖିବାକୁ ମିଳିଛି । ମାତ୍ର ଏହା ଗ୍ରାହକଙ୍କୁ ଖୁସି କରି ପାରିନାହିଁ l କାରଣ ସୁନା ଦର ଏବେ ହୁ ହୁ ବଢ଼ି ଚାଲିଛି l କିଛି ଦିନରେ ୧୦ ଗ୍ରାମ ପିଛା ୭୦ ହଜାର ଟଙ୍କା ପାର୍ କରିବାକୁ ଯାଉଛି ସୁନା । ଯଦି ଆପଣ ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି ତେବେ ଆଗକୁ ସୁନା ଦର ଆହୁରି ଅଧିକ ବଢିବା ନେଇ ସୂଚନା ରହିଛି । ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।  ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ରାଜ୍ୟରେ କେତେ ରହିଛି ସୁନା ଦର।

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଅନ୍ୟ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର । ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୦,୮୧୦ ଟଙ୍କା ରହିଛି ଏବଂ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୬,୩୪୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ୨୨ କ୍ୟାରେଟ ସୁନା ଦର ଏବେ ୬୦,୮୧୦ ଟଙ୍କା ରହିଛି ଏବଂ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୬୬,୩୪୦ ଟଙ୍କା ରହିଛି ।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ଅଧିକ ରହିଛି । ତେବେ ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୦,୮୧୦ ଟଙ୍କା ଓ ୬୬,୩୪୦ ଟଙ୍କା ରହିଥିବା ସୂଚନା ରହିଛି । ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ମଧ୍ୟ ସୁନା ଦର ବଢିଛି । ୧୦ ଗ୍ରାମ ସୁନା ଦର ଯଥାକ୍ରମେ ୬୦,୯୬୦ ଟଙ୍କା ଏବଂ ୬୬,୪୯୦ ଟଙ୍କା ରହିଛି । ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ୍ ପ୍ରତି ୬୧,୩୬୦ ଟଙ୍କା ରହିଛି ଏବଂ ୨୪ କ୍ୟାରେଟ ମୂଲ୍ୟ ୬୬.୯୪୦ ଟଙ୍କା ଥିବା ରେକର୍ଡ କରାଯାଇଛି ।

ତେବେ ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ବଢିଛି ଯଥା ଯଥାକ୍ରମେ ୬୦,୮୧୦ ଟଙ୍କା ଓ ୬୬,୩୪୦ ଟଙ୍କା । ତେବେ ବେଙ୍ଗାଲୁରୁରେ ମଧ୍ୟ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୬୦,୮୧୦ ଟଙ୍କା ଓ ୬୬,୩୪୦ ଟଙ୍କା ପହଞ୍ଚିଛି । ଗତକାଲି ଦର ଟିକେ କମିଥିବା ସମୟରେ ଆଜି ପୁଣି ଥରେ ଏହା ବଢିଥିବା ଦେଖିବାକୁ ମିଳିଛି l

ICAR ଓ କୃଷି ଜାଗରଣ ମଧ୍ୟରେ MOU ସ୍ଵାକ୍ଷର

LICHI FARMING : ମିଳିବ ପ୍ରଚୁର ଲାଭ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments