News

ମାସ ଆରମ୍ଭରୁ ଖୁସି ଖବର, କମିଲା LPG ଦର

ସାଧାରଣ ଲୋକଙ୍କୁ ମାସ ଆରମ୍ଭରୁ ଖୁସି ଖବର ସହ ଆଶ୍ବସ୍ତି ମିଳିଛି । କମିଲା LPG ସିଲିଣ୍ତର ଦର । ୯୧ ଟଙ୍କା ୫୦ ପଇସା ଶସ୍ତା ହେଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ।

01 April, 2023 11:30 AM IST By: Sudesna Nayak

ସାଧାରଣ ଲୋକଙ୍କୁ ମାସ ଆରମ୍ଭରୁ ଖୁସି ଖବର (good news) ସହ ଆଶ୍ବସ୍ତି ମିଳିଛି । କମିଲା LPG ସିଲିଣ୍ତର ଦର । ୯୧ ଟଙ୍କା ୫୦ ପଇସା ଶସ୍ତା ହେଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର (19 kg Commercial LPG cylinder prices reduced) ।

ସୂଚନା ଅନୁଯାୟୀ, କମିଲା ୧୯ କେଜି କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦର (19 kg Commercial LPG cylinder prices reduced)। ସିଲିଣ୍ଡର ପିଛା ଦର ୯୧ ଟଙ୍କା ୫୦ ପଇସା କମିଥିବା ଜଣାପଡିଛି । ଏହା ମଧ୍ଯ ଜାଣିରଖନ୍ତୁ ଯେ, ଘରୋଇ ସିଲିଣ୍ଡର ଦର (domestic gas price)ରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।

ଗ୍ୟାସ ଦାମ ବଢିଲେ ଖାଦ୍ଯ ପଦାର୍ଥ ଦର ମଧ୍ଯ ବଢିଥାଏ, ଯାହାକୁ ନେଇ ଏବେ ସାଧାରଣ ଲୋକ ବର୍ତ୍ତିବେ । ରେସ୍ତୋରାଁ, ଚା ଷ୍ଟଲ, ବଡ ବଡ ହୋଟେଲ ଏବଂ ଭୋଜନାଳୟ ଗୁଡିକରେ ବ୍ୟବସାୟିକ ସିଲିଣ୍ଡରର ବଡ ଉପଭାକ୍ତା ରହିଥାନ୍ତି । ବର୍ତ୍ତମାନ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର (Commercial LPG cylinder prices reduced)ହୋଇଥିବାରୁ ସାଧାରଣ ଲୋକ ବହୁ ଖୁସି ଅଛନ୍ତି ।

ପ୍ରକାଶ ଥାଉ ଯେ , ଗତ ମାର୍ଚ୍ଚ 1 ତାରିଖରେ, 14.2 କିଲୋ ଘରୋଇ ଏଲ୍‌ପିଜି ସିଲିଣ୍ଡର ଦର (domestic LPG cylinder prices) 50 ଟଙ୍କା ବୃଦ୍ଧି ପାଇଥିବା ବେଳେ ୧୯ କିଲୋ କମର୍ସିଆଲ ସିଲିଣ୍ଡର ଦର (19 kg Commercial LPG cylinder prices ) 350 ଟଙ୍କା 50 ପଇସା ହିଁ ବଢ଼ିଥିଲା ।

ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ଼,ଆଜିଠୁ ବଢିଲା ନୂଆ LPG ଗ୍ୟାସ୍ ଦର

LPG Cylinder Price:କମିଲା ଏଲପିଜି ଦର, ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)