News

କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ଖୁସି ଖବର, DA ୬ ପ୍ରତିଶତ ବୃଦ୍ଧି!

ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କ ପାଇଁ ମାସିକ ଦରମା ପୁଣି ବୃଦ୍ଧି କରିବାକୁ ଯାଉଛନ୍ତି । କର୍ମଚାରୀମାନଙ୍କ ଦରମା DA ୬ ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି, ଯାହା ପରେ ସେମାନଙ୍କର ଦରମାର ଅଭିବୃଦ୍ଧି ଘଟିବ । ସେମାନେ କିପରି ଭାବରେ ଲାଭ ପାଇବେ ଚାଲନ୍ତୁ ପଢ଼ିବା...

14 July, 2022 5:05 PM IST By: Sudesna Nayak

ସରକାର କେନ୍ଦ୍ରୀୟ କର୍ମଚାରୀ (Central Government Employees) ମାନଙ୍କ ପାଇଁ ମାସିକ ଦରମା (Salary)ପୁଣି ବୃଦ୍ଧି କରିବାକୁ ଯାଉଛନ୍ତି । କର୍ମଚାରୀମାନଙ୍କ ଦରମା ଡିଏ (DA) ୬ ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି, ଯାହା ପରେ ସେମାନଙ୍କର ଦରମାର ଅଭିବୃଦ୍ଧି ଘଟିବ । ସେମାନେ କିପରି ଭାବରେ ଲାଭ ପାଇବେ ଚାଲନ୍ତୁ ପଢ଼ିବା...

AICPI (ସମସ୍ତ ଭାରତ ଗ୍ରାହକ ମୂଲ୍ୟ ସୂଚକାଙ୍କ) ତଥ୍ୟ ଅନୁଯାୟୀ ହିଁ, ଏହା ସ୍ପଷ୍ଟ କରିଛି ଯେ କେନ୍ଦ୍ରୀୟ କର୍ମଚାରୀ (Central Government Employees) ଙ୍କ ଦରମା (Salary)କେତେ ବୃଦ୍ଧି ପାଇବ । ଅଗଷ୍ଟ ୩ରେ ପ୍ରସ୍ତାବିତ କ୍ୟାବିନେଟ ବୈଠକରେ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରାଯାଇପାରିବ ବୋଲି କୁହାଯାଇଛି। AICPIର ଆକଳନରେ କ୍ରମାଗତ ବଢ଼ି ଚାଲିଛି । ଏପ୍ରିଲ ତୁଳନାରେ ଏହା ମେ ମାସରେ ଏହାର ସଂଖ୍ୟା ୧.୩ ପଏଣ୍ଟ ବୃଦ୍ଧି ପାଇଛି ।

ମେ ମାସରେ AICPI ୧୨୯ ପଏଣ୍ଟରେ ପହଞ୍ଚିଛି ଓ ଏହା ସହିତ ପ୍ରାୟ ନିଷ୍ପତ୍ତି ନିଆଯାଇଛି ଯେ ଏଥର କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ପ୍ରାୟ ୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିପାରେ । ତଥାପି, AICPI ର ଜୁନ୍ ଆକଳନ ଏପର୍ଯ୍ୟନ୍ତ ଆସି ନାହିଁ । ଇଣ୍ଡେକ୍ସ ଜାନୁଆରୀରେ ୧୨୫.୧ ପଏଣ୍ଟରେ, ଫେବୃଆରୀରେ ୧୨୫.୦, ମାର୍ଚ୍ଚରେ ୧୨୬.୦ ଓ ଏପ୍ରିଲରେ ୧୨୭.୭ ପଏଣ୍ଟରେ ଥିଲା ।

ଯଦି ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ଛଅ ପ୍ରତିଶତ ବୃଦ୍ଧି କରନ୍ତି, ତେବେ ଏହା ୩୪ ପ୍ରତିଶତରୁ ୪୦ ପ୍ରତିଶତକୁ ବୃଦ୍ଧି ପାଇବ । ସରକାରଙ୍କ ଏହି ନିଷ୍ପତ୍ତିରେ ୪୭ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷ ପେନସନଭୋଗୀ (Pensioners)ଉପକୃତ ହେବେ ।

ପ୍ରକାଶ ଥାଉ ଯେ, ସର୍ବାଧିକ ମୈଳିକ ଦରମା ବିଷୟରେ କହିବାକୁ ଗଲେ କେନ୍ଦ୍ରୀୟ କର୍ମଚାରୀ (Central Government Employees)ଙ୍କ ପାଇଁ ଏହା ୫୬,୯୦୦ ଟଙ୍କା । ବର୍ତ୍ତମାନ, ସେମାନେ ୩୪ ପ୍ରତିଶତ ହାରରେ ୧୯,୩୪୬ ଟଙ୍କା ପ୍ରିୟତା ଭତ୍ତା ପାଉଛନ୍ତି । ଯେତେବେଳେ ପ୍ରିୟତା ଭତ୍ତା ୪୦ ପ୍ରତିଶତକୁ ବୃଦ୍ଧି କରାଯାଏ, ନୂତନ ମହଙ୍ଗା ଭତ୍ତା ମାସକୁ ୨୨,୭୬୦ ଟଙ୍କା ହେବ । ଏଭଳି ପରିସ୍ଥିତିରେ ସେମାନେ ମାସକୁ ୩,୪୧୪ ଟଙ୍କା ଲାଭ ପାଇବେ ଓ ବାର୍ଷିକ ବେତନରେ ୪୦,୯୬୮ ଟଙ୍କା ବୃଦ୍ଧି ପାଇବେ ।

7th Pay commission:କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ ଖବର, DAରେ ୧୩% ବୃଦ୍ଧି

କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଭେଟି, ବଢ଼ିଲା ମହଙ୍ଗା ଭତ୍ତା