News

LPG Cylinder Price: କମିଲା LPG ଗ୍ୟାସ୍ ଦର

ତେବେ ଆଜି ଠାରୁ ଏହି ଦୁଇ ସିଲିଣ୍ଡରର ନୂଆ ଦର ଲାଗୁ

01 July, 2024 11:50 AM IST By: Tanushree Mahapatra

ଆଜିଠାରୁ ଶସ୍ତା ହେଲା କମର୍ସିଆଲ ଏଲପିଜି ଗ୍ୟାସ୍ ମୂଲ୍ୟ । ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ପାଇଛି ଆଜି । ତେବେ ଏହା ୩୦ଟଙ୍କା ୫୦ ପଇସା କମିଛି। ସେପଟେ ଘରୋଇ ଗ୍ୟାସ୍ ଦର ଅପରିବର୍ତ୍ତିତ ରହିଥିବା ଜଣାପଡ଼ିଛି । ସେହିପରି ୫ କେଜି ଏଫଟିଏଲ ସିଲିଣ୍ଡର ମୂଲ୍ୟ ୭.୫୦ ଟଙ୍କା ହ୍ରାସ କରିଛି ତୈଳ କମ୍ପାନୀ । ତେବେ ଆଜି ଠାରୁ ଏହି ଦୁଇ ସିଲିଣ୍ଡରର ନୂଆ ଦର ଲାଗୁ କରାଯାଇଛି । ଯାହା ସାଧାରଣ ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରିବ ।

ଜୁଲାଇ ୧ ତାରିଖରେ, ଅର୍ଥାତ ଆଜି ତୈଳ କମ୍ପାନୀଗୁଡିକ ଏଲପିଜି ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ ପିଛା ୩୦ ଟଙ୍କା ହ୍ରାସ କରିଛନ୍ତି । ଆଜିଠାରୁ ଏହି ଦର କମିବା ପରେ ଦେଶର ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ୧୬୪୬ ଟଙ୍କାକୁ ହୋଇଛି । ପୂର୍ବରୁ ଏହାର ମୂଲ୍ୟ ୧୬୭୬ ଟଙ୍କା ରହିଥିଲା। ସେହିଭଳି  ବ୍ୟବସାୟିକ ସିଲିଣ୍ଡର ଦର ଆଜିଠାରୁ କୋଲକାତାରେ ୧୭୫୬ ଟଙ୍କାରେ ଉପଲବ୍ଧ ହେବ ।

ଏହାପୂର୍ବରୁ କୋଲକାତାର ଏହାର ମୂଲ୍ୟ ୧୭୮୭ ଟଙ୍କା ରହି ଥିଲା। ସେହିପରି ଇଣ୍ଡିଆନ୍ ଅଏଲ୍ ର ଅଫିସିଆଲ୍ ୱେବସାଇଟ୍ ତଥ୍ୟ ଅନୁଯାୟୀ, ଆଜିଠାରୁ ଚେନ୍ନାଇରେ ମଧ୍ୟ ସମାନ ବ୍ୟବସାୟିକ ସିଲିଣ୍ଡର ମୂଲ୍ୟ  ୧୮୦୯.୫୦ ଟଙ୍କାରେ ଉପଲବ୍ଧ ହେବ । ଏହାପୂର୍ବରୁ ଏହାର ମୂଲ୍ୟ ୧୮୪୦.୫୦ ଟଙ୍କା ରହିଥିଲା।

ଅନ୍ୟପଟେ କୋଲକାତାରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ଆଜି ବିନା ପରିବର୍ତ୍ତନରେ ୮୨୯ ଟଙ୍କାରେ ଉପଲବ୍ଧ ହେବ ବୋଲି ଦର ପ୍ରକାଶ ପାଇଛି  । ତେବେ ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡର ଆଜି ଠାରୁ ୩୧ ଟଙ୍କା ଶସ୍ତା ହୋଇ ୧୭୫୬ ଟଙ୍କାରେ ଉପଲବ୍ଧ ହେବ ସୂଚନା ରହିଛି ।

ଚେନ୍ନାଇରେ ଆଜିଠାରୁ ସିଲିଣ୍ଡର ମୂଲ୍ୟ  ୧୮୪୦.୫୦ ଟଙ୍କା ବଦଳରେ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ୧୮୦୯.୫୦ ଟଙ୍କା ଉପଲବ୍ଧ ହେବ । ତେବେ ଏଠାରେ ଘରୋଇ ସିଲିଣ୍ଡର ୮୧୮.୫୦ ଟଙ୍କାରେ ଉପଲବ୍ଧ ହେବାକୁ ଯାଉଛି ଆଜିଠାରୁ । ମୁମ୍ବାଇରେ ଘରୋଇ ସିଲିଣ୍ଡରର ମୂଲ୍ୟ ମାତ୍ର ୮୦୨.୫୦ ଟଙ୍କା ରହିଛି, କିନ୍ତୁ ଅନ୍ୟପଟେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଥିବା ନଜିର ରହିଛି ।

ଅଧିକ ପଢ଼ନ୍ତୁ

TRACTORS: ଏକ ଏମଏସଏମଇ ଏକ ଉତ୍ପାଦନ କାରଖାନା

Mustard Seeds: ଡାଏବେଟିସ କରିବ ଦୂର, ଜାଣନ୍ତୁ କିପରି....?