
Good news for farmers , image source - pexels.com
ଗତକାଲି ଓଡିଶା ଚାଷୀଙ୍କୁ ଏକ ଖୁସି ଖବର ମିଳିଛି l ଓଡିଶାରୁ ଚାଉଳ କିଣିବେ କେନ୍ଦ୍ର ସରକାର l ଯାହା ଧାନ ଚାଷୀଙ୍କୁ ଏକ ପ୍ରକାର ଅଶ୍ଵସ୍ତି ପ୍ରଦାନ କରିଛି l ଚଳିତ ଖରିଫ୍ ଋତୁରେ ଓଡ଼ିଶାରୁ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଚାଉଳ ଏଫ.ସି.ଆଇ ( FCI ) ଜରିଆରେ କେନ୍ଦ୍ର ସରକାର କିଣିବେ ବୋଲି କେନ୍ଦ୍ର ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୁଷ ଗୋଏଲ ଗତକାଲି ସୂଚନା ଦେଇ କହିଛନ୍ତି ।
ସୂଚନାଯୋଗ୍ୟ, କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧକ୍ରମେ ମନ୍ତ୍ରୀ ଗୋଏଲ ଏହି ପଦକ୍ଷେପ ନେଇଛନ୍ତି । ତେବେ ଏହା ରାଜ୍ୟର ଚାଷୀଙ୍କ ପାଇଁ ଏକ ବଡ ଖୁସି ଖବର l
ସୂଚନା ଥାଉକି, ଚଳିତ ଖରିଫ୍ ବିପଣନ ଋତୁରେ ଓଡ଼ିଶାରୁ ୧୦ ଲକ୍ଷ ମେଟ୍ରିକ୍ ଟନ ଉଷୁନା ଚାଉଳ ସଂଗ୍ରହ କରିବା ପାଇଁ ଭାରତୀୟ ଖାଦ୍ୟ ନିଗମ ତଥା ଏଫସିଆଇକୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଥିଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ। ଚାଉଳ କ୍ରୟ ନେଇ ସେ ଗତ ୧୬ ତାରିଖ ଦିନ ଚିଠି ଲେଖିଥିଲେ କେନ୍ଦ୍ରକୁ ।
ତେବେ ଶ୍ରୀ ପ୍ରଧାନ ସେହି ପତ୍ରରେ ଉଲ୍ଲେଖ କରିଥିଲେ ଯେ ଦେଶରେ ଧାନ ଉତ୍ପାଦନ କରିବାରେ ଓଡ଼ିଶା ହେଉଛି ଚତୁର୍ଥ ବୃହତ୍ତମ ରାଜ୍ୟ । ଯେଉଁଠି ଅଧିକାଂଶ ଚାଷୀ ଧାନ ଚାଷ କରୁଛନ୍ତି l ରାଜ୍ୟରେ ଏବେ ଖରିଫ ବିପଣନ ଋତୁ ୨୦୨୩-୨୪ ମସିହା ପାଇଁ ଧାନ ସଂଗ୍ରହ ଆରମ୍ଭ ହୋଇସାରିଛି । ଚଳିତ ଥର ଓଡ଼ିଶାରେ ଭଲ ଅମଳ ମଧ୍ୟ ହୋଇଛି l ଏହି କାରଣରୁ ରାଜ୍ୟରୁ ମୋଟ ୭୯ ଲକ୍ଷ ମେଟ୍ରିକ ଟନ୍ ପାଖାପାଖି ଖରିଫ ଚାଉଳ ସଂଗ୍ରହ କରାଯିବା ନେଇ ଆକଳନ କରିଛନ୍ତି ସରକାର । ପ୍ରତିବର୍ଷ ଭଳି ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ସାହାଯ୍ୟରେ ଓଡ଼ିଶାର ଲକ୍ଷାଧିକ ଚାଷୀମାନେ ଭଲ ଲାଭ ପାଇବା ନେଇ ଆଶା ରଖିଛନ୍ତି ଧାନ ସଂଗ୍ରହରେ ।
ସେହିପରି ପ୍ରାରମ୍ଭିକ ଆବଣ୍ଟନରେ କେନ୍ଦ୍ର ସରକାର ୨୦୨୩-୨୪ ମସିହା ଖରିଫ ବିପଣନ ଋତୁରେ ୪୪.୨୮ ଲକ୍ଷ ମେଟ୍ରିନ ଟନ୍ ଚାଉଳ କିଣିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ତେବେ ଏନ୍ଏଫ୍ଏସ୍ଏ, ଏସଏଫଏସଏ ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ପାଇଁ ଓଡ଼ିଶା ସରକାରଙ୍କ ନିଜସ୍ୱ ଚାଉଳର ଆବଶ୍ୟକତା ପୂରଣ କରିବେ l ଅନ୍ୟପଟେ ଏହା ବ୍ୟତୀତ ପର୍ୟ୍ୟାପ୍ତ ପରିମାଣର ଉଷୁନା ଚାଉଳ ବଳକା ରହିଯାଇପାରେ ବୋଲି କୁହାଯାଉଛି । ଏହି ବଳକା ଚାଉଳ ଏଫସିଆଇ ଦ୍ୱାରା ଉଠାଣ ହେବାର ଆବଶ୍ୟକତା । ତେବେ କରାଯାଇଥିବା ଅନୁରୋଧ କ୍ରମେ କେନ୍ଦ୍ର ସରକାର ଚଳିତ ଖରିଫ୍ ଋତୁରେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ କିଣିବେ । ତେବେ ଚାଷୀଙ୍କୁ ଏହିଭଳି ଉତ୍ସାହିତ ସରକାରଙ୍କର ଚାଷୀଙ୍କୁ ସହାୟତା ପ୍ରଦାନ କରିବ ଧାନ ଚାଷ ପାଇଁ l
Share your comments