1. କୃଷି ଖବର

ଖାତାକୁ ଗଲା ସିଏମ୍ କିଷାନ ଟଙ୍କା...!

ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଅଖି ମୁଠି ଅନୁକୂଳ କରିବା ପରେ ନାମମାତ୍ର, କ୍ଷୁଦ୍ର ଚାଷୀ ଏବଂ ଭୂମିହୀନ ଚାଷୀଙ୍କ ଖାତାକୁ ସିଏମ କିଷାନ ଅର୍ଥରାଶି ପଠାଇଛନ୍ତି । ଏକ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠା ଯାଇଛି ।

Tanushree Mahapatra
Tanushree Mahapatra
good news for farmers, image source - pexels

good news for farmers, image source - pexels

ଆଜି ହେଉଛି କୃଷି ଭିତ୍ତିକ ପର୍ବ ଅକ୍ଷୟ ତୃତୀୟା । ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୃଷକ ଦିବସ ଉତ୍ସବ ପାଳନ ଅବସର‌ରେ ମୁଖ୍ୟମନ୍ତ୍ରୀ ସିଏମ କିଷାନ ସହାୟତା ରାଶି ଚାଷୀଙ୍କୁ ପ୍ରଦାନ କରିଛନ୍ତି ।  ୫୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ୧ ହଜାର କୋଟି ଟଙ୍କାର ସହାୟତା ରାଶି ବାଣ୍ଟନ କରାଯାଇଛି l ଭୁବନେଶ୍ୱର ଓୟୁଏଟିରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି , ସରକାର ସର୍ବଦା ଚାଷୀଙ୍କ ହିତସାଧନ ଲାଗି ଚେଷ୍ଟିତ ।

ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଅଖି ମୁଠି ଅନୁକୂଳ କରିବା ପରେ ନାମମାତ୍ର, କ୍ଷୁଦ୍ର ଚାଷୀ ଏବଂ ଭୂମିହୀନ ଚାଷୀଙ୍କ ଖାତାକୁ ସିଏମ କିଷାନ ଅର୍ଥରାଶି ପଠାଇଛନ୍ତି ।  ଏକ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠା ଯାଇଛି । ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ଏକାମ୍ର ବିଧାୟକ ବାବୁ ସିଂହ ମଧ୍ୟ ଉପସ୍ଥିତ ରହିଥିଲେ । ଚାଷୀଙ୍କ ଆକାଉଣ୍ଟକୁ ସିଏମ କିସାନ ଅର୍ଥ ରିଲିଜ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ।

ଗୋଟିଏ କ୍ଲିକରେ ପ୍ରାୟତଃ ୫୦ ଲକ୍ଷ ୧୬ ହଜାର ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଗଲା ୧୦୨୫ କୋଟି ଟଙ୍କା   ।

ଚଳିତ ଥର ପ୍ରଥମ ଥର ପାଇଁ ରାଜ୍ୟରେ ୨୫ ହଜାର ସହରାଞ୍ଚଳ ଚାଷୀଙ୍କୁ ସିଏମ କିସାନରେ ସାମିଲ କରିଛନ୍ତି ଓଡିଶା ରାଜ୍ୟ ସରକାର । ରାଜ୍ୟସ୍ତରୀୟ କୃଷକ ସମାରୋହରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ।

Read more 

ଅଧିକ ଉତ୍ପାଦନକ୍ଷମ ଫସଲ ସଚେତନତା ସଂକଳ୍ପ ଶିବିର ଆୟୋଜନ

କିପରି ନେବେ ଅମଳ ପରବର୍ତ୍ତୀ ମାଛର ଯତ୍ନ ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ