News

ଚାଷୀଙ୍କ ପାଇଁ ଖୁସି ଖବର! ରସାୟନିକ ସାରର ବିକଳ୍ପ ସାଜିବ ଗୋବରରୁ ପ୍ରସ୍ତୁତ PROM

ଡିଏପି(DAP)ଅର୍ଥାତ ଡାଇ ଆମୋନିୟମ ଫସଫେଟର ଦରବୃଦ୍ଧି ଓ ଅଭାବ ସମସ୍ୟାର ସମ୍ମୁଖିନ ହେଉଥିବା ଚାଷୀଙ୍କ ପାଇଁ ଆଶ୍ବସ୍ତିକର ଖବର । ଆଉ ଏହାର ବିକଳ୍ପ ସନ୍ଧାନରେ ରହିଛି ଚାଷ କ୍ଷେତ୍ରରେ ଆଗରେ ଥିବା ହରିୟାଣା ।

11 May, 2022 1:56 PM IST By: KJ Staff


ଡିଏପି(DAP)ଅର୍ଥାତ ଡାଇ ଆମୋନିୟମ ଫସଫେଟର ଦରବୃଦ୍ଧି ଓ ଅଭାବ ସମସ୍ୟାର ସମ୍ମୁଖିନ ହେଉଥିବା ଚାଷୀଙ୍କ ପାଇଁ ଆଶ୍ବସ୍ତିକର ଖବର । ଆଉ ଏହାର ବିକଳ୍ପ ସନ୍ଧାନରେ ରହିଛି ଚାଷ କ୍ଷେତ୍ରରେ ଆଗରେ ଥିବା ହରିୟାଣା ।

ଗାଈ ଗୋବରରୁ ପ୍ରସ୍ତୁତ ଖତ ଫସଫେଟ ରିଚ ଅର୍ଗାନିକ ମ୍ୟାନ୍ୟୋର(PROM-Phosphate Rich Organic Manure) ଫ୍ରୋମ ଡିଏପି ସାରର ବିକଳ୍ପ ହୋଇପାରେ ବୋଲି କହିଛନ୍ତି ରାଜ୍ୟର କୃଷିମନ୍ତ୍ରୀ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ କୃଷି ବିଭାଗ, ପଶୁପାଳନ ବିଭାଗ, ଗୋ ସେବା ଆୟୋଗ ଓ ହରିୟାଣାର କୃଷି ବିଶ୍ବବିଦ୍ୟାଳୟର ଅଧିକାରୀମାନଙ୍କ ସହ ବିଚାର ବିମର୍ଶ କରାଯାଇଛି । ରବି ଫସଲ ଚାଷ ସମୟରେ ହରିୟାଣାର ଚାଷୀ ଡିଏପି ସଙ୍କଟର ସାମ୍ନା କରିଥିଲେ ।

ଏହି ସମୟରେ ଗହମ ଓ ସୋରିଷ ଚାଷରେ ଡିଏପିର ବିକଳ୍ପ ଭାବରେ ସିଙ୍ଗଲ ସୁପର ଫସଫେଟ(SSP)ଓ ୟୁରିଆ ପ୍ରୟୋଗ କରାଯାଇଥିଲା । ଏବେ ଖରିଫ ଫସଲ ଚାଷ ଋୁତୁ ମୁଣ୍ଡ ଉପରେ ରହିଛି । ଆଉ ଏହି ସମୟରେ ଡିଏପିର ବିକଳ୍ପ ଭାବରେ ଫ୍ରୋମ ବିଷୟରେ କହିଛନ୍ତି କୃଷିମନ୍ତ୍ରୀ । ରସାୟନିକ ସାର ତୁଳନାରେ ଚାଷୀ ଏହି ଜୈବିକ ସାରକୁ କେତେ ଆପଣାଉଛନ୍ତି, ତାହା ସମୟ କହିବ ।

କେଉଁଠି ହେଉଛି ଏହି ପ୍ରୋମ ପ୍ରସ୍ତୁତ...

ହରିୟାଣାର ହିସାର ଓ ଭିୱାନିର ଗୋଷାଳାରେ ଏହି ପ୍ରୋମ ଖତର ପ୍ରସ୍ତୁତି ଚାଲିଛି । ଆଇଆଇଟି, ଏଚଏମୟୁ ଲ୍ୟାବରେ ଏହି ଜୈବ ସାରର ପରୀକ୍ଷା ହୋଇସାରିଛି । ହରିୟାଣା ବିଶ୍ବବିଦ୍ୟାଳୟ ମଧ୍ୟ ଏହି ଖତର ଟ୍ରାଏଲ କରିବ ବୋଲି ଜଣାପଡିଛି । ଏହା ସଫଳ ହେଲେ ଦେଶର ଚାଷ କ୍ଷେତ୍ରରେ ଏକ କ୍ରାନ୍ତିକାରୀ ପଦକ୍ଷେପ ହେବ ।

ଅଗଷ୍ଟ ସୁଦ୍ଧା ଓଡ଼ିଶାରେ ଚାହିଦା ଠାରୁ କମ୍ ସାର ଯୋଗାଣ

ଟଳିଲା ବାତ୍ୟା ବିପଦ, କେଉଁଠି ହେବ ଲ୍ୟାଣ୍ଡଫଲ୍?

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)