1. କୃଷି ଖବର

ଟଳିଲା ବାତ୍ୟା ବିପଦ, କେଉଁଠି ହେବ ଲ୍ୟାଣ୍ଡଫଲ୍?

ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି ଭୀଷଣ ବାତ୍ୟା 'ଅସାନି'। ବର୍ତ୍ତମାନ ଏହା ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦ କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି ।

Sudesna Nayak
Sudesna Nayak
Cyclone Asani Updates sever cyclone became weaker before  Landfall

Cyclone Asani Updates sever cyclone became weaker before Landfall

ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି ଭୀଷଣ ବାତ୍ୟା (Cyclone)'ଅସାନି'। ବର୍ତ୍ତମାନ ଏହା ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୫୪୦ କିମି ଦୂରରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି ।

ସୂଚନା ଅନୁଯାୟୀ, ଗତ ୬ ଘଣ୍ଟାରେ ଏହା ୧୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ପାଣିପାଗ କେନ୍ଦ୍ର ପକ୍ଷରୁ ଆନ୍ଧ୍ର ପ୍ରଦେଶ ଉପକୂଳ ପାଇଁ ବାତ୍ୟା (Cyclone) ଚେତାବନୀ (ରେଡ-ମେସେଜ) ଦିଆଯାଇଛି ।

ଓଡିଶା (ODISHA)କୁ ବାତ୍ୟା (Cyclone)ବିପଦ ଟଳିଛି । ଅସାନି (Asani)କୁ ନେଇ ପାଣିପାଗ ବିଭାଗ ଯେଉଁ ଆକଳନ କରିଥିଲା, ତାହା ବଦଳିଯାଇଛି । ଶେଷ ମୁହୁର୍ତ୍ତରେ ବାତ୍ୟା ଦିଗ ବଦଳାଇଛି । ଗୋପାଳପୁର ପରିବର୍ତ୍ତେ ଏହା ଆନ୍ଧ୍ରପ୍ରଦେଶର କାକିନାଡାରେ ମୋଡ ନେବାର ସମ୍ଭାବନା ଅଛି । ଭୀଷଣ ବତ୍ୟା ଅସାନି (Asani) ବର୍ତ୍ତମାନ ଦୁର୍ବଳ ହୋଇ ବାତ୍ୟାରେ ପରିଣତ ହୋଇଛି । ବୁଧବାର (Wednesday) ଠାରୁ ବତ୍ୟା (Cyclone)ର ପ୍ରଭାବ କମିବ । ଗତ ୬ ଘଣ୍ଟାରେ ଏହା ୧୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ବୁଧବାର (Wednesday)ସକାଳ ବାତ୍ୟା (Cyclone) ଅସାନି (Asani),ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ନିକଟରେ ପହଞ୍ଚିବ । ଏହି ସମୟରେ କୋରାପୁଟ ଠାରୁ ବାତ୍ୟା ୧୬୯ କିଲୋମିଟର ଦୂରରେ ଥିବ । ପୂର୍ବରୁ କୁହାଯାଉଥିଲା ଯେ, ବାତ୍ୟା (Cyclone) ଅସାନୀ ଆନ୍ଧ୍ର ଉପକୂଳରୁ ଓଡିଶା ଉପକୂଳ ଆଡକୁ ମୁହାଁଇବ । ଓଡିଶା ଉପକୂଳ ଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ସମାନ୍ତରାଳ ଭାବେ ଗତି କରିବ । କିନ୍ତୁ ତାହା ଠାରୁ ଅଧିକ ଦୂରରେ ସମୁଦ୍ରରେ ବାତ୍ୟା ଗତି କରିବ । ତେଣୁ ଓଡିଶା ଉପରେ ଏହାର ବିଶେଷ ପ୍ରଭାବ ପଡିବ ନାହିଁ ।

ତଥାପି ବାତ୍ୟା (Cyclone)ଅସାନୀ ପ୍ରଭାବରେ ବୁଧବାର ଦକ୍ଷିଣ ଓଡିଶାରେ କିଛି ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା (RAIN) ସମ୍ଭାବନା ଅଛି । ଏହାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲା, ରାୟଗଡା ଜିଲ୍ଲା, ଗଞ୍ଜାମ ଜିଲ୍ଲା ଓ ଗଜପତି ଜିଲ୍ଲାକୁ ସତର୍କ କରାଯାଇଛି ।

ପ୍ରକାଶ ଥାଉ ଯେ, ଅସାନି (Asani) ପ୍ରଭାବରେ ବୁଧବାର ଆନ୍ଧ୍ର ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା (RAIN) ହୋଇପାରେ । ବାତ୍ୟା (Cyclone)ଉପକୂଳ ନିକଟତର ହେଲେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିଲୋମିଟରକୁ ବୃଦ୍ଧି ପାଇପାରେ ।

Cyclone Updates:୧୬ ଘଣ୍ଟାରେ ଦୁର୍ବଳ ହେବ ବାତ୍ୟା 'ଅସାନି', ଆଜିଠୁ ପ୍ରବଳ ବର୍ଷା

ଭୀଷଣ ବାତ୍ୟାରେ ପରିଣତ ହେଲା 'ଅସାନି', ତିନି ରାଜ୍ୟକୁ ଚାରି ଦିନ ଆଲର୍ଟ ଜାରି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments