1. କୃଷି ଖବର

Cyclone Updates:୧୬ ଘଣ୍ଟାରେ ଦୁର୍ବଳ ହେବ ବାତ୍ୟା 'ଅସାନି', ଆଜିଠୁ ପ୍ରବଳ ବର୍ଷା

ବର୍ତ୍ତମାନ ଭୀଷଣ ବାତ୍ୟା ଅସାନି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଘଣ୍ଟା ପ୍ରତି ଏହାର ବେଗ ୧୨ କିମି ରହିଛି । ଆଗାମୀ ୧୬ ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଦୂର୍ବଳ ହୋଇ ଭୀଷଣ ବାତ୍ୟାରୁ ଏକ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ।

Sudesna Nayak
Sudesna Nayak
cyclone asani live updates sever cyclone weak with in 16 hours predict imd

cyclone asani live updates sever cyclone weak with in 16 hours predict imd

ଧୀରେ ଧୀରେ ଓଡିଶା ଉପକୂଳ ଆଡକୁ ମାଡି ଆସୁଛି ଭୀଷଣ ବାତ୍ୟା (Cyclone) ଅସାନି । ସକାଳ ୬ଟା ସୁଦ୍ଧା ବତ୍ୟା ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ ୫୧୦ କି.ମି ଦୂରରେ କେନ୍ଦ୍ରୀଭୂତ ହୋଇଥିଲା । ବର୍ତ୍ତମାନ ଏହାର ଗତି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୧୨ କିମି ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ବତ୍ୟା ଅସାନି ପ୍ରଭାବରେ ମଙ୍ଗଳବାର (Tuesday)
ଠାରୁ ଉପକୂଳ ଓଡିଶାରେ ବର୍ଷା (Rain)ହେବାର ସମ୍ଭାବନା ଅଛି ।

ସୂଚନା ଅନୁଯାୟୀ, ପାଣିପାଗ କେନ୍ଦ୍ରର କହିବାନୁସାରେ, ବର୍ତ୍ତମାନ ଭୀଷଣ ବାତ୍ୟା (Cyclone) ଅସାନି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଘଣ୍ଟା ପ୍ରତି ଏହାର ବେଗ ୧୨ କିମି ରହିଛି । ଆଗାମୀ ୧୬ ଘଣ୍ଟା ମଧ୍ୟରେ ଏହା ଧୀରେ ଧୀରେ ଦୂର୍ବଳ ହୋଇ ଭୀଷଣ ବାତ୍ୟାରୁ ଏକ ବାତ୍ୟା (Cyclone)ର ରୂପ ନେବା ସମ୍ଭାବନା ରହିଛି । ଓଡିଶା (ODISHA)ସୀମା ଛୁଇଁବା ପୂର୍ବରୁ ଅସାନୀ ଅବପାତର ରୂପ ନେବ ଓ ପୁରା ଉପକୂଳ ଆତିକ୍ରମ କରିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ରାଜ୍ୟରେ ଏବେଠାରୁ ବାତ୍ୟା (Cyclone)ର ପ୍ରଭାବ ଦେଖିବାକୁ ମିଳୁଛି । ସମୁଦ୍ର ଅଶାନ୍ତ ହୋଇଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି ।

IMD ଆକଳନ କରିଛି ଯେ, ଅସାନି (Asani) ଓଡିଶାରେ ଲ୍ୟାଣ୍ଡଫଲ କରିବ ନାହିଁ । ଏହା ଗୋପାଳପୁର ଠାରୁ ୮୧ ଓ ପୁରୀ ଠାରୁ ୯୨ କିମି ଦୂରରେ ରହିବ। ଭୁବନେଶ୍ୱର ଠାରୁ ପ୍ରାୟ ୧୪୧ କିମି ଦୂରତାରୁ ଅତିକ୍ରମ କରିପାରେ । ବୁଧବାର (Wednesday)ଓ ଗୁରବାର (Thursday)ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ କିମି ରହିବ, କିଛି ସ୍ଥାନରେ ଏହା ୬୦ କିମି ହୋଇପାରେ । ବୁଧବାର (Wednesday) ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା ଓ ପୁରୀ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (Rain) ହେବା ସମ୍ଭାବନା ଅଛି । ଏହି ସମୟରେ ଘଡଘଡି ସହ ବିଜୁଳି ମାରିପାରେ, ତେଣୁ ଏହି ତିନୋଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ତରଫରୁ ୟେଲୋ ୱାର୍ଣ୍ଣିଂ (Yellow Warming) ଜାରି କରାଯାଇଛି ।

୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଉପକୂଳିଆ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା (Rain) ହେବା ସମ୍ଭାବନା ଅଛି । ସମୁଦ୍ର ଅଶାନ୍ତ ରହିବ, ତେଣୁ ମତ୍ସ୍ୟଜୀବୀଙ୍କୁ ବଙ୍ଗୋପସାଗର ବାରଣ କରାଯାଇଛି । ବାତ୍ୟାର ପ୍ରଭାବ ଓଡିଶା ଉପରେ ପଡିବା ଆଶଙ୍କା କମ୍ ତେଣୁ ରାଜ୍ୟବାସୀଙ୍କୁ ଭୟଭିତ ନ ହେବାପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।

ପ୍ରକାଶ ଥାଉ ଯେ, ସେପଟେ ବାତ୍ୟା (Cyclone) ଉପକୂଳ ନଛୁଇଁଲେ ବି ପ୍ରବଳ ବର୍ଷା (Rain)ହେବାର ସମ୍ଭାବନା ଅଛି ବୋଲି IMD କହିଛି । ମେ ୧୦ ରୁ ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା (Rain) ହେବ । ରାଜ୍ୟର ୪ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଆଶଙ୍କା ରହିଛି । ମେ ୧୧ ରେ ଗଞ୍ଜାମ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ପୁରୀ ଜିଲ୍ଲା, ଜଗତସିଂପୁର ଜିଲ୍ଲା, କଟକ ଜିଲ୍ଲାରେ ପ୍ରବଳ ବର୍ଷା (Rain) ହୋଇପାରେ । ମେ ୧୨ ରେ ପୁରୀ ଜିଲ୍ଲା, ଜଗତସିଂପୁର ଜିଲ୍ଲା, କଟକ ଜିଲ୍ଲା, କେନ୍ଦ୍ରାପଡ଼ା ଜିଲ୍ଲା, ଭଦ୍ରକ ଜିଲ୍ଲା ଓ ବାଲେଶ୍ବର ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା (Rain)ସମ୍ଭାବନା ଅଛି ।

ଭୀଷଣ ବାତ୍ୟାରେ ପରିଣତ ହେଲା 'ଅସାନି', ତିନି ରାଜ୍ୟକୁ ଚାରି ଦିନ ଆଲର୍ଟ ଜାରି

ସ୍ଥଳଭାଗ ଛୁଇଁବନି ବାତ୍ୟା! ସମୁଦ୍ର ଭିତରେ ଦୁର୍ବଳ ହୋଇଯିବା ସମ୍ଭାବନା...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments