1. କୃଷି ଖବର

ସ୍ଥଳଭାଗ ଛୁଇଁବନି ବାତ୍ୟା! ସମୁଦ୍ର ଭିତରେ ଦୁର୍ବଳ ହୋଇଯିବା ସମ୍ଭାବନା...

ଟଳିଯାଇପାରେ ବାତ୍ୟା ବିପଦ । ସ୍ଥଳଭାଗ ଛୁଇଁବା ଆଗରୁ ହିଁ ସମୁଦ୍ର ଭିତରେ ମିଳେଇଯାଇପାରେ ସମ୍ଭାବ୍ୟ ବାତ୍ୟା । ବଡ଼ କଥା ହେଲା- ଓଡ଼ିଶା ଉପକୂଳ ଆଖପାଖକୁ ବି ଏ ବାତ୍ୟା ଆସିନପାରେ ।

Sudesna Nayak
Sudesna Nayak
low pressure area has formed over south andaman sea

low pressure area has formed over south andaman sea

ଟଳିଯାଇପାରେ ବାତ୍ୟା (Cyclone) ବିପଦ । ସ୍ଥଳଭାଗ ଛୁଇଁବା ଆଗରୁ ହିଁ ସମୁଦ୍ର ଭିତରେ ମିଳେଇଯାଇପାରେ ସମ୍ଭାବ୍ୟ ବାତ୍ୟା (Cyclone)। ବଡ଼ କଥା ହେଲା- ଓଡ଼ିଶା ଉପକୂଳ ଆଖପାଖକୁ ବି ଏ ବାତ୍ୟା (Cyclone) ଆସିନପାରେ ।

ସୂଚନା ଅନୁଯାୟୀ, ଆନ୍ଧ୍ର ଉପକୂଳ ପାଖକୁ ଆସିବା ପରେ ଆସନ୍ତା ୧୧ ତାରିଖବେଳକୁ ସମୁଦ୍ର ଭିତରେ ଦୁର୍ବଳ ହେବ । ଏତେ ଶୀଘ୍ର ମିଳେଇଯିବ କି ୧୩ ତାରିଖ ବେଳକୁ ସମୁଦ୍ର ଭିତରେ ଏହାର ଚିହ୍ନବର୍ଣ୍ଣ ରହିବା ସମ୍ଭାବନା ନାହିଁ । ପାଣିପାଗର ଏଭଳି ତାଜା ପୂର୍ବାନୁମାନ ଓଡ଼ିଶା, ଆନ୍ଧ୍ରର ଉପକୂଳବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ଗ୍ଲୋବାଲ୍‌ ଫୋର୍‌କାଷ୍ଟିଂ ସିଷ୍ଟମ୍‌ (ଜିଏଫ୍‌ଏସ୍‌) ଚାର୍ଟରେ ଦର୍ଶାଯାଇଛି, ଲଘୁଚାପ ବାତ୍ୟା (Cyclone) ରୂପ ନେବା ପରେ ଆସନ୍ତା ୧୦ ତାରିଖବେଳକୁ ଉତ୍ତର ଆନ୍ଧ୍ର ଉପକୂଳ ପାଖାପାଖି ସମୁଦ୍ର ଭିତରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଥିବ । ୧୧ ତାରିଖ ବେଳକୁ ବଦଳିଯିବ ଗତିପଥ । ଉତ୍ତର ପୂର୍ବ ଦିଗକୁ ମୁହାଁଇ ଉପକୂଳ ଠାରୁ ଦୂରେଇଯିବ । ଏଥିସହିତ ବାତ୍ୟା (Cyclone)ର ବଳ କମିବ, କ୍ରମଶଃ ଦୁର୍ବଳ ହେବ । ୧୨ ତାରିଖ ବେଳକୁ ପୂରା ଦୁର୍ବଳ ଅବସ୍ଥାରେ ସମୁଦ୍ରରେ ଥିବ । ୧୩ ତାରିଖକୁ କିଛି ନଥିବ ।

ଆଇଏମଡି ପୂର୍ବାନୁମାନ ଅନୁସାରେ, ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଉ କିଛି ଘଣ୍ଟା ଭିତରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବ । ୪୮ ଘଣ୍ଟା ଭିତରେ ତାହା ଅବପାତ(ଡିପ୍ରେସନ୍‌) ପାଲଟିବ । ହେଲେ ସମ୍ଭାବ୍ୟ ବାତ୍ୟା (Cyclone) ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।

ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା ୧୮ଟି ଜିଲ୍ଲାର ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମୀକ୍ଷା କରିଛନ୍ତି । ପରିସ୍ଥିତିକୁ ଆଖି ଆଗରେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏସ୍‌ଆରସି କହିଛନ୍ତି, ୧୭ଟି ଏନଡିଆରଏଫ ଟିମ୍‌, ୨୦ଟି ଓଡ୍ରାଫ ୟୁନିଟ (ଯାହାକୁ ୬୦ଟି ସବ୍‌ ଟିମ୍‌ କରିହେବ), ୧୭୫ଟି ଅଗ୍ନିଶମ ଟିମ୍‌ ସଜାଗ ରଖାଯାଇଛି । ଆବଶ୍ୟକ ସ୍ଥଳେ ଅଧିକ ସହାୟତା ପାଇଁ ଏନଡିଆରଏଫକୁ କୁହାଯିବ । ଶକ୍ତି ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ, ନଗର ଉନ୍ନୟନ ବିଭାଗ ସହ ଆଲୋଚନା କରାଯାଇଛି । ଆସନ୍ତାକାଲି ଟେଲିକମ୍‌ ବିଭାଗ ସହ ଆଲୋଚନା କରାଯିବ । ସବୁ ବିଭାଗକୁ ସଜାଗ ରହିବାକୁ କୁହାଯାଇଛି ।

ପ୍ରକାଶ ଥାଉ ଯେ, ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଓଡ଼ିଶା ଉପକୂଳକୁ ବାତ୍ୟା ଆସିବା ସମ୍ଭାବନା କମ୍‌ । ଓଡ଼ିଶାରେ ବିଶେଷ ପ୍ରଭାବ ପଡ଼ିନପାରେ । ଓଡ଼ିଶା ଉପକୂଳରେ ୯ରୁ ୧୨ ତାରିଖ ପର୍ଯ୍ୟନ୍ତ ପାଗ ମେଘୁଆ ରହିବା ସହ ଅଳ୍ପ ବର୍ଷା ହୋଇପାରେ । ଲଗାଣ ବର୍ଷା (Rain)ସମ୍ଭାବନା କମ୍‌ ।

ଓଡିଶାକୁ ବାତ୍ୟା ଭୟ! ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ

ଆସୁଛି ବାତ୍ୟା! ପୁରୀରୁ ପାରାଦୀପ ଭିତରେ କରିପାରେ ଲ୍ୟାଣ୍ଡଫଲ୍

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments