News

ନାମ ପଞ୍ଜିକରଣ କରନ୍ତୁ,ସରକାରୀ ଯୋଜନାର ଲାଭ ଉଠାନ୍ତୁ

ଭାଗଚାଷୀଙ୍କୁ ସରକାର ପ୍ରକୃତ ଚାଷୀର ମାନ୍ୟତା ଦେଇଥିବା କହିଥିଲେ ମଧ୍ୟ ସରକାରଙ୍କ କୌଣସି ଯୋଜନାର ଲାଭ ପାଉ ନାହାନ୍ତି ଭାଗଚାଷୀ |

09 June, 2022 10:19 AM IST By: Rajashree

ରାଜ୍ୟକୁ ଘାରିଛି ଚାଷୀଙ୍କ ଚିନ୍ତା | କୃଷକ ଓଡ଼ିଶା ପୋର୍ଟାଲରେ(Farmer portal) ସମସ୍ତ ଚାଷୀଙ୍କ ନାମ ପଞ୍ଜୀକରଣ (Farmer registration)ବାଧ୍ୟତା ମୂଳକ ହୋଇଥିଲେ ମଧ୍ୟ ଉଚିତ ପ୍ରଚାର ପ୍ରସାର ଅଭାବରୁ ବର୍ତ୍ତମାନ ସୁଦ୍ଧା କେବଳ ୪୯ ଲକ୍ଷ ଚାଷୀ (Farmer)ନିଜ ନାମ ପଞ୍ଜୀକୃତ କରିଛନ୍ତି | ୨୦୧୫ ମସିହାର ସର୍ଭେ ଅନୁସାରେ ଓଡ଼ିଶାରେ ଚାଷୀଙ୍କ ସଂଖ୍ୟା ୪୮.୬୬ ଲକ୍ଷ |

ରାଜ୍ୟରେ ବଡ଼, କ୍ଷୁଦ୍ର, ନାମମାତ୍ର ଏବଂ ଭାଗଚାଷୀଙ୍କୁ (Farmer Database )ନେଇ ସରକାରଙ୍କ ପାଖରେ ସ୍ପଷ୍ଟ ଚିତ୍ର ନାହିଁ | ଏଥିଯୋଗୁଁ ଯୋଜନା ପ୍ରସ୍ତୁତ ବେଳକୁ ବିଭାଗକୁ ହଇରାଣ ହେବାକୁ ପଡ଼ିଥାଏ | ଭାଗଚାଷୀଙ୍କୁ ସରକାର ପ୍ରକୃତ ଚାଷୀର ମାନ୍ୟତା ଦେଇଥିବା କହିଥିଲେ ମଧ୍ୟ ସରକାରଙ୍କ କୌଣସି ଯୋଜନାର ଲାଭ ପାଉ ନାହାନ୍ତି ଭାଗଚାଷୀ | ସେମାନଙ୍କ ସଂଖ୍ୟା ମଧ୍ୟ କାହା ପାଖରେ ନାହିଁ | କୃଷକ ଓଡ଼ିଶା ପୋର୍ଟାଲରେ (Odisha farmer portal)ସମସ୍ତ ଚାଷୀ ପଞ୍ଜୀକୃତ ହୋଇପାରିଲେ ରାଜ୍ୟକୁ ମଧ୍ୟ ଚାଷୀଙ୍କ ସଂଖ୍ୟା ନେଇ ଚିତ୍ର ମିଳିପାରିବ | ସେହି ଅନୁଯାୟୀ ଯୋଜନା ପ୍ରସ୍ତୁତ, ରିହାତି ପ୍ରଦାନ ସହଜ ହେବ |

କୃଷକଙ୍କ ପାଇଁ ଉଦ୍ଧିଷ୍ଟ ଏହି ପୋର୍ଟାଲରେ (Farmer portal) କୃଷି, ଉଦ୍ୟାନ, ମତ୍ସ୍ୟଜୀବୀ, କ୍ଷୀର ଚାଷୀ, ଫୁଲ ଚାଷୀ, ଗୋପାଳକ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରୁଥିବା ଚାଷୀ(Farmer) ନିଜ ନାମ, ଠିକଣା, ପେସା, ଜମି ପରିମାଣ ସମେତ ୯୭ଟି ମାନକରେ ତଥ୍ୟ ଦେବା ଜରୁରୀ | ବଡ଼, କ୍ଷୁଦ୍ର, ନାମମାତ୍ର, ଭାଗଚାଷୀ, ନଦୀ, ପୋଖରୀ, ସମୁଦ୍ର ଉପରେ ନିର୍ଭରଶୀଳ ମତ୍ସ୍ୟଜୀବୀ ସମେତ ଚାଷ କାର୍ଯ୍ୟ ଉପରେ ନିର୍ଭରଶୀଳ ପ୍ରତ୍ୟେକ ଛୋଟ-ବଡ଼ ବ୍ୟକ୍ତି ଏଥିରେ ସାମିଲ ହେଉଛନ୍ତି | ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ମଧ୍ୟ ଚାଷ କାର୍ଯ୍ୟ ଉପରେ ନିର୍ଭରଶୀଳ ଥିଲେ ସମସ୍ତ ବ୍ୟକ୍ତି ଏହି ପୋର୍ଟାଲରେ ପଞ୍ଜୀକରଣ (Farmer portal) କରିବେ | ଜଣେ ବ୍ୟକ୍ତି କୃଷି, ଉଦ୍ୟାନ, ମତ୍ସ୍ୟଜୀବୀ, ଗୋପାଳନ, କ୍ଷୀରଚାଷୀ ଆଦି ସବୁ କାର୍ଯ୍ୟ କରୁଥିଲେ ସେମାନେ ସ୍ବତନ୍ତ୍ର ଭାବରେ ମାତ୍ର ୨୦-୨୦ ଟଙ୍କାରେ ସବୁଥିରେ ପଞ୍ଜୀକରଣ କରିବେ |

ପଞ୍ଜୀକରଣରେ (Farmer registration)ହେଉଥିବା ଖର୍ଚର ୫୦ ଭାଗ ରାଜ୍ୟ ସରକାର ଦେବେ | ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଚାଷୀଙ୍କୁ କୃଷକ ପରିଚୟ ପତ୍ର ଦିଆଯାଏ, ଅନେକ ଚାଷୀଙ୍କ ପାଖରେ ଏହି ପରିଚୟ ପତ୍ର ଥାଇ ମଧ୍ୟ ଓଡ଼ିଶା କୃଷକ ପୋର୍ଟାଲରେ ସମସ୍ତେ ପଞ୍ଜୀକରଣ କରିବା ବାଧ୍ୟତା ମୂଳକ | ଏହି ପୋର୍ଟାଲରେ ପଞ୍ଜୀକୃତ ଚାଷୀଙ୍କୁହିଁ ପ୍ରକୃତ ଚାଷୀର ମାନ୍ୟତା ଦିଆଯିବାର ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ପାରିବ ନାହିଁ | ଆଧାର କାର୍ଡ ଭଳି ଏହା ମଧ୍ୟ ଚାଷୀଙ୍କ ପାଇଁ ଏକ ଗୁରୁତ୍ୱ ପୁର୍ଣ ଅଂଶ ବିଶେଷ ହେବ |

ପଞ୍ଜୀକରଣ (Farmer registration)କରୁଥିବା ଚାଷୀଙ୍କ ଆକାଉଣ୍ଟରେ ବିଭିନ୍ନ ଯୋଜନାର ରିହାତି ଟଙ୍କା ଜମା ହେବ | ସମସ୍ତ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ବିହନ ଭଳି ସାର, କୀଟନାଶକ, ଅଣୁସାର, କୃଷି ଯନ୍ତ୍ରପାତି, ବାୟୋପେଷ୍ଟିସାଇଡ ଭଳି ବିଭିନ୍ନ ଯୋଜନାରେ ଚାଷୀଙ୍କୁ ରିହାତି ମିଳିବା ସହ ଡିବିଟି ମାଧ୍ୟମରେ ସିଧାସଳଖ ଚାଷୀଙ୍କ ଆକାଉଣ୍ଟରେ ରିହାତି ପ୍ରଦାନ ପାଇଁ ସରକାରୀ ବ୍ୟବସ୍ଥା ଆରମ୍ଭ ହୋଇଛି |

କୃଷକମାନଙ୍କ ନିମନ୍ତେ ସରକାରୀ ଯୋଜନା

ଅଟଳ ପେନସନ୍ ଯୋଜନା ପାଇଁ କିପରି ଆବେଦନ କରିବେ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)