News

ବର୍ଷା ପାଇଁ ସରକାର ଯୋଗାଇଲେ ରିଲିଫ

ଏହି ପ୍ୟାକେଜ୍ ଅଧୀନରେ, ଯେଉଁ କୃଷକମାନେ ସେମାନଙ୍କର ମୋଟ ଫସଲର 33 ପ୍ରତିଶତ କିମ୍ବା ତା’ଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି , ସେମାନେ ନିୟମ ଅନୁଯାୟୀ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (SDRF) ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷତିପୂରଣ ବ୍ୟତୀତ ଅନ୍ୟ ଆର୍ଥିକ ସହାୟତା ପାଇବେ |

08 May, 2023 1:25 PM IST By: Omkar Mohanty

ସରକାର ଦେଶର ଚାଷ ଏବଂ ଚାଷୀଙ୍କ ଉନ୍ନତି ପାଇଁ ସଦାସର୍ବଦା ତତ୍ପର l କେବେଳ ଭଲ ସମୟରେ ନୁହଁ ଫସଲର ଖରାପ ପରିସ୍ଥିତିରେ ମଧ୍ୟ ଚାଷୀମାନେ କିପରି ଭାଙ୍ଗିନଯାଇ ନିଜର ଆର୍ଥିକ ସ୍ଥିତି ବା ଫସଲପାଇଁ ନେଇଥିବା ଋଣ କିପରି ସହଜରେ ପରିଶୋଧ କରିପାରିବେ ସେ ସମ୍ପର୍କରେ ସବୁବେଳେ ଦେଶର କୃଷି ବିଭାଗ ବିଭିନ୍ନ ଯୋଜନା ପ୍ରଣୟନ କରିଆସିଛନ୍ତି l ମାର୍ଚ୍ଚରେ ଦେଶର ବିଭିନ୍ନ ସ୍ଥାନରେ ଅତ୍ୟଧିକ ବର୍ଷା ହେତୁ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କ ପାଇଁ ଗୁଜୁରାଟ ସରକାର ଗୁରୁବାର ଏକ ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି। ପ୍ରଭାବିତ କୃଷକମାନଙ୍କୁ “ସହାୟତା” ଯୋଗାଇଦେବା ପାଇଁ ରିଲିଫ୍ ପ୍ୟାକେଜ୍ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତି ନିଆଯାଇଥିଲା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କ ମୁଖପାତ୍ର ରୁଶିକେଶ ପଟେଲ କହିଛନ୍ତି।

ଏହି ସ୍ୱତନ୍ତ୍ର ପ୍ୟାକେଜ୍ ଅଧୀନରେ ଦିଆଯାଇଥିବା ରିଲିଫ୍ ବହୁ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ ପ୍ରଭାବିତ 13 ଟି ଜିଲ୍ଲା - ରାଜକୋଟ, ଜୁନାଗଡ, ବନାସ୍କାନ୍ତ, ଅରବାଲି, ତାପୀ, ପାଟନ, ସାବରକାନ୍ତ, ସୁରଟ, କୁଚ, ଆମ୍ରେଲି, ଜାମନଗର, ଭବନଗର ଏବଂ ଅହମ୍ମଦାବାଦରେ କ୍ଷତି ମୂଲ୍ୟାଙ୍କନ ସର୍ଭେ କରାଯିବା ପରେ ରିଲିଫ ପ୍ୟାକେଜ ଘୋଷଣା କରାଯାଇଛି।

ଏହି ପ୍ୟାକେଜ୍ ଅଧୀନରେ, ଯେଉଁ କୃଷକମାନେ ସେମାନଙ୍କର ମୋଟ ଫସଲର 33 ପ୍ରତିଶତ କିମ୍ବା ତା’ଠାରୁ ଅଧିକ ହରାଇଛନ୍ତି, ସେମାନେ ନିୟମ ଅନୁଯାୟୀ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (State Disaster Response Fund) ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷତିପୂରଣ ବ୍ୟତୀତ ଅନ୍ୟ ଆର୍ଥିକ ସହାୟତା ପାଇବେ |


ଗହମ,ଚଣା, ସୋରିଷ, ବନ୍ଧାକୋବି ଏବଂ ଲଙ୍କା ପରି ଫସଲ ପାଇଁ କୃଷକମାନେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (State Disaster Response Fund) ରୁ 13,500 ଟଙ୍କା ଏବଂ ରାଜ୍ୟ ସରକାରଙ୍କ ହେକ୍ଟର ପିଛା 9,500 ଟଙ୍କା ଅତିରିକ୍ତ ସହାୟତା ପାଇବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ମୋଟାମୋଟି ଭାବେ ପ୍ରତ୍ୟେକ ଚାଷୀଙ୍କୁ ହେକ୍ଟର ପିଛା 23,000 ଟଙ୍କା ସହାୟତା ମିଳିବ କିନ୍ତୁ ସର୍ବାଧିକ ଦୁଇ ହେକ୍ଟର ପର୍ଯ୍ୟନ୍ତ ଜମିଥିବା ଚାଷୀ ସହାୟତା ପାଇବେ ବୋଲି ସେ କହିଛନ୍ତି।
ଆମ୍ବ, ଗୁଆ ଏବଂ ଲେମ୍ବୁ ପରି ଉଦ୍ୟାନ କୃଷିର କ୍ଷତି ପାଇଁ ରାଜ୍ୟ ସରକାର ହେକ୍ଟର ପିଛା 30,600 ଟଙ୍କା ଦୁଇ ହେକ୍ଟର ସୀମା ସହିତ ଦେବେ। ଏହି କ୍ଷତିପୂରଣରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (State Disaster Response Fund) ରୁ ହେକ୍ଟର ପିଛା 18,000 ଟଙ୍କା ଏବଂ ରାଜ୍ୟ ମୁକାବିଲା ପାଣ୍ଠିରୁ 12,600 ଟଙ୍କା ଅନ୍ତର୍ଭୁକ୍ତ ବୋଲି ମନ୍ତ୍ରୀ କହିଛନ୍ତି l ଏହି ଯୋଜନାରେ ଯୋଗ୍ୟ କୃଷକମାନଙ୍କୁ ରାଜ୍ୟ ସର୍ବନିମ୍ନ 4000 ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବାର ବ୍ୟବସ୍ଥା ରହିଛି ।

କୃଷକଙ୍କ ପାଇଁ ବଡ ଖୁସି ଖବର, ମୋଦି ଦେବେ ୩ ଲକ୍ଷ !

ଜଳସେଚନ ବ୍ୟବସ୍ଥାରେ ଚାଷୀଙ୍କୁ ମିଳିବ 75% ସବସିଡି

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)