News

ପାର୍ବଣରେ ମହଙ୍ଗା ମାଡରୁ ଆଶ୍ବସ୍ତି ! ସୁଲଭ ମୂଲ୍ୟରେ ମିଳିବ ଚିନି

ଅକ୍ଟୋବର-ନଭେମ୍ବର ପୂଜା ଋତୁରେ ଚିନିର ଚାହିଦା ବୃଦ୍ଧି ପାଉଥିବାରୁ ସରକାର ଏହି ସମୟରେ ଚିନିର ଉପଲବ୍ଧତା ସୁନିଶ୍ଚିତ କରିବାକୁ ଅଙ୍ଗୀକାରବଦ୍ଧ ବୋଲି କହିଛନ୍ତି, ଖାଦ୍ୟ ଓ ସାଧାରଣ ବଂଟନ ସଚିବ ସୁଧାଂଶୁ ପାଣ୍ଡେ ।

28 May, 2022 11:12 AM IST By: Shuvanshu Kar


ବଜାରରେ ପର୍ଯ୍ୟାପ୍ତ ଚିନି ଉପଲବ୍ଧତା(sugar availablity) ସହ ସୁଲଭ ମୂଲ୍ୟରେ ଖାଉଟିଙ୍କୁ ଯୋଗାଇବା ଉପରେ ସରକାର ପ୍ରାଥମିକତା ଦେବେ । ତା’ ପରେ ଅବଶିଷ୍ଟ ଇଥାନଲ ଉତ୍ପାଦନ ପାଇଁ ଉପଯୋଗ କରିବେ ବୋଲି ଖାଦ୍ୟ ଓ ସାଧାରଣ ବଂଟନ ସଚିବ ସୁଧାଂଶୁ ପାଣ୍ଡେ ସୂଚନା ଦେଇଛନ୍ତି ।
ଘରୋଇ ବ୍ୟବହାର ପାଇଁ ପ୍ରାଥମିକତା ଦେବା ନେଇ ସେ କହିଛନ୍ତି, ଅକ୍ଟୋବର-ନଭେମ୍ବର ପୂଜା ଋତୁରେ(festive season) ଚିନିର ଚାହିଦା ବୃଦ୍ଧି ପାଉଥିବାରୁ ସରକାର ଏହି ସମୟରେ ଚିନିର ଉପଲବ୍ଧତା ସୁନିଶ୍ଚିତ କରିବାକୁ ଅଙ୍ଗୀକାରବଦ୍ଧ ।


ସରକାର ଖୋଲା ବଜାର(open market)ରେ ଚିନି ଦର ସ୍ଥିର ରଖିବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ଓ ଗତ ବାରମାସରେ ଚିନିର ଦର ନିୟନ୍ତ୍ରଣରେ ରହିଛି । ଭାରତରେ ଚିନିର ପାଇକାରୀ ଦର କ୍ୱିଣ୍ଟାଲ ପିଛା ୩୧୫୦ ରୁ ୩୫୦୦ ଟଙ୍କା ରହୁଥିବାବେଳେ ଖୁଚୁରା ଦର ଦେଶରେ ବିଭିନ୍ନ ଭାଗରେ କେଜି ପିଛା ୩୬ରୁ ୪୪ଟଙ୍କା ପର୍ଯ୍ୟନ୍ତ ରହୁଛି ।

ବିଶେଷକରି ବ୍ରାଜିଲରେ ଉତ୍ପାଦନ ହ୍ରାସ ପାଇଥିବାରୁ ବିଶ୍ୱ ବଜାରରେ ଚିନିର ଅଭାବ ଦେଖାଦେଇଛି । ବିଶ୍ୱରେ ଏହି ଚାହିଦା ଅଧିକ ଥିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଘରୋଇ ବଜାର ସ୍ୱାର୍ଥରକ୍ଷା ନିମନ୍ତେ ଡିଜିଏଫଟି ଦେଶରେ ୨୦୨୧-୨୨(ଅକ୍ଟୋବର-ସେପ୍ଟେମ୍ବର) ମଧ୍ୟରେ ଘରୋଇ ଉପଲବ୍ଧତା ଓ ଦରଦାମ ସ୍ଥିର ରଖିବା ନିମନ୍ତେ ଏକ ଆଦେଶଜାରୀ କରିଛନ୍ତି ଓ କେନ୍ଦ୍ର ସରକାର ଜୁନ ପହିଲା, ୨୦୨୨ରୁ ଚିନି ରପ୍ତାନୀ(export)କୁ ମଧ୍ୟ ନିୟନ୍ତ୍ରଣ କରିଛନ୍ତି । ସରକାର ଶହେଲକ୍ଷ ମେଟ୍ରିକ ଟନ୍ ପର୍ଯ୍ୟନ୍ତ ଚିନି ରପ୍ତାନୀ ପାଇଁ ଅନୁମତି ଦେବେ ।

BIG BREAKING: ଚିନି ରପ୍ତାନି ଉପରେ ଲାଗିଲା ରୋକ

Food Crisis:ଖାଦ୍ୟ ସଙ୍କଟ! ଚାଉଳ-ଚିକେନ୍-ଚିନି ରପ୍ତାନୀ ଉପରେ କଟକଣା

ଚଳିତବର୍ଷ ଦେଶରେ ୩୫୫ଲକ୍ଷ ମେଟ୍ରିକ ଟନ୍ ଚିନି ଉତ୍ପାଦନ ହୋଇଛି । ସେଥିରୁ ୩୫ଲକ୍ଷ ମେଟ୍ରିକ ଟନ୍ ଚିନି ବଦଳରେ ଇଥାନେଲ ଉତ୍ପାଦନ ଦିଗରେ ଖର୍ଚ୍ଚ ହୋଇଛି ଓ ଏହା ବିଶ୍ୱରେ ସର୍ବାଧିକ ବୋଲି ଜଣାପଡିଛି । ବିଶ୍ୱରେ ଭାରତ ଚିନି ରପ୍ତାନୀରେ ଦ୍ୱିତୀୟ ସ୍ଥାନରେ ରହିଛି । ଚଳିତ ଚିନି ଋତୁ ୨୦୨୧-୨୨ରେ ମୋଟ ୧୦୦ଲକ୍ଷ ମେଟ୍ରିକ ଟନ୍ ଚିନି ରପ୍ତାନୀ ହେବ । ଚଳିତବର୍ଷ ରପ୍ତାନୀ ନିମନ୍ତେ ୯୦ଲକ୍ଷ ମେଟ୍ରିକ ଟନ୍ ପାଇଁ ଚୁକ୍ତି ହୋଇ ସାରିଥିବାବେଳେ, ୮୨ଉଠାଯାଇଛି ଓ ଅବଶିଷ୍ଟ ଦଶ ଲକ୍ଷ ମେଟ୍ରିକ ଟନ ରପ୍ତାନୀ କରାଯିବାର ସମ୍ଭାବନା ରହିଛି । ମାସକରେ ଦେଶରେ ପ୍ରାୟ ୨୩ଲକ୍ଷ ମେଟ୍ରିକ ଟନ୍ ଚିନି ଆବଶ୍ୟକ ହେଉଥିବାବେଳେ ପ୍ରାୟ ୬୨ଲକ୍ଷ ମେଟ୍ରିକ ଟନ୍ ଘରୋଇ ଚିନି ମହଜୁଦ ରହିଛି । ଦେଶରେ ହାରାହାରି କେଜି ପିଛା ଚିନିର ମୂଲ୍ୟ ୩୭ରୁ ୪୪ଟଙ୍କା ମଧ୍ୟରେ ରହିଛି ।ରପ୍ତାନୀ କଟକଣା ସତ୍ୱେ ଦେଶରେ ଚିନି ରପ୍ତାନୀ ସବୁଠାରୁ ଅଧିକ ହେବ । ରପ୍ତାନୀ ୦.୪୭ ଲକ୍ଷ ମେଟ୍ରିକ ଟନରୁ ୨୦୦ଗୁଣ ବୃଦ୍ଧି ପାଇ ଗତ ପାଞ୍ଚ ବର୍ଷ ମଧ୍ୟରେ ୧୦୦ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିଛି। ଜୁନ ପହିଲାରୁ ପ୍ରତ୍ୟେକ ମିଲ୍ ଡିଏଫପିଡିକୁ ରପ୍ତାନୀ ପାଇଁ ଆବେଦନ କରିବେ । ରପ୍ତାନୀ ତଦାରଖ ନିମନ୍ତେ ଚିନି ମିଲଗୁଡିକ ଚିଠି ପଠାଇବା ବିବରଣୀ ଅନଲାଇନାରେ ପ୍ରଦାନ କରିବେ । ଏହି ତଥ୍ୟକୁ ଭିତ୍ତି କରି ରପ୍ତାନୀ ପରିମାଣ ଆଦେଶ ପ୍ରଦାନ କରାଯିବ । ୩୧ମେ ୨୦୦୨ ପର୍ଯ୍ୟନ୍ତ ରପ୍ତାନୀ ନିମନ୍ତେ କୌଣସ ଅନୁମତିର ଆବଶ୍ୟକତା ନାହିଁ । ଚିନି ମିଲ୍ ଓ ରପ୍ତାନୀକାରୀଙ୍କ ଠାରୁ ଆବେଦନ ଗ୍ରହଣ କରିବା ପରେ ଡିଓଏଫପିଡି ରପ୍ତାନୀ ଆଦେଶ ଜାରି କରିବେ । ରପ୍ତାନୀ ଅର୍ଡର ବାବଦ ଆବେଦନ ପଦ୍ଧତି ସମ୍ପର୍କରେ ଆଦେଶ ୨୪.୫.୨୦୨୨ରେ ଡିଓଏଫପିଡିର ଚିନି ନିର୍ଦ୍ଦେଶାଳୟ ପକ୍ଷରୁ ଜାରି କରାଯାଇଛି । ଚିନି ମିଲଗୁଡିକ ଚିନି ରପ୍ତାନୀ ସଂକ୍ରାନ୍ତ ଇଆରଓ ନିମନ୍ତେ ଆବେଦନ କରିବେ । ରପ୍ତାନୀକାରୀମାନେ ଦେଶ ବାହାରକୁ ରପ୍ତାନୀ ପାଇଁ ଆବେଦନ କରିବେ । ଜାତୀୟ ସିଙ୍ଗଲ ୱିଣ୍ଡୋ ପଦ୍ଧତି (ଏନଏସଡବ୍ଲୁଏସ୍‌) ଜରିଆରେ ଉଭୟଙ୍କୁ ଆବେଦନ କରିବାକୁ ପଡିବ ।

ଗତ ଚିନି ଋତୁ ତୁଳନାରେ ଦେଶରେ ଏଥର ଚିନି ଉତ୍ପାଦନ ଶତକଡା ୧୭ଭାଗ ଅଧିକ ହେବାର ଅନୁମାନ କରାଯାଉଛି । ଏହାଛଡା ବିଶ୍ୱରେ ଆମ ଦେଶର ଚିନି ବ୍ୟବହାରରେ ସର୍ବୋଚ୍ଚ ସ୍ଥାନର ରହିଛି । ଚଳିତ ଚିନି ଋତୁରେ ଏହା ପ୍ରାୟ ୨୭୮ ଲକ୍ଷ ମେଟ୍ରିକ ଟନ୍‌ରେ ପହଂଚିବ । ବାର୍ଷିକ ଶତକଡା ୨ରୁ ଚାରିଭାଗ ପର୍ଯ୍ୟନ୍ତ ଭାରତରେ ଚିନି ବ୍ୟବହାର ନିରବଚ୍ଛିନ୍ନ ଭାବେ ବୃଦ୍ଧି ପାଉଛି । ତେବେ ଆମ ଦେଶରେ ମୁଣ୍ଡ ପିଛା ଚିନି ବ୍ୟବହାରାପ୍ରାୟ ୨୦ କେଜି ଓ ବିଶ୍ୱର ହାରାହାରି ବ୍ୟବହାର ତୁଳନାରେ କମ୍ ।

ଦେଶରେ ଉପଲବ୍ଧ ବଳକା ଚିନିର ଯୁକ୍ତିଯୁକ୍ତ ବ୍ୟବହାର ପାଇଁ ୨୦୧୭-୧୮ ମସିହାରୁ ଭାରତ ସରକାର କେତେକ ସମୟୋପଯୋଗୀ ଓ ବହୁମୁଖୀ ପଦକ୍ଷେପ ନେଇଛନ୍ତି । ଏଥି ଯୋଗୁଁ ବ୍ୟବହାହର ମୁତାବକ ଚିନି ଗଚ୍ଛିତ ରହିଛି । ଆବଶ୍ୟକତାଠାରୁ ଅଧିକ ଚିନି ରହିବା ଦ୍ୱାରା ଚିନି ମିଲ୍ ଓ ଆଖୁ ଚାଷୀମାନଙ୍କ ଦେୟ ବକେୟା ରହିବାର ସମ୍ଭାବନା ଥିବାରୁ ଏହି ପଦକ୍ଷେପ ନିଆଯାଇଛି । ଗତ ଚାରିବର୍ଷ ମଧ୍ୟରେ ସରକାର ବିଭିନ୍ନ ଯୋଜନା ଜରିଆରେ ଆର୍ଥିକ ରିହାତି ସୁରୁଖୁରୁରେ ପ୍ରଦାନ ସହିତ ଚାଷୀମାନଙ୍କ ସମୟୋଚିତ ଅର୍ଥ ପଇଠ ଓ ଚିନି ମିଲ୍‌ର ଆର୍ଥିକ ଅବସ୍ଥା ମଧ୍ୟ ଠିକ୍ ଥିବା ଲକ୍ଷ୍ୟ କରାଯାଇଛି । ଏହିସବୁ ପଦକ୍ଷେପ ଫଳରେ ଗତ ଚିନି ଋତୁରେ ଶତକଡା ୯୯.୬ ଭାଗରୁ ଅଧିକ ବକେୟା ଆଖୁଚାଷୀଙ୍କ ଦେୟ ପଇଠ କରାଯାଇଥିବାବେଳେ ଚଳିତ ଋତୁରେ ଶତକଡା ୮୪ଭାଗ ଦେୟ ପଇଠ ହୋଇଛି । ଚଳିତ ଋତୁରେ ଚାଲୁ ଚିନି ମିଲ ସଂଖ୍ୟା ମଧ୍ୟ ୫୨୨କୁ ବୃଦ୍ଧି ପାଇଛି ।