1. କୃଷି ଖବର

ପ୍ରାକୃତିକ ଚାଷ ପ୍ରୋଜେକ୍ଟ ଲଞ୍ଚ କଲେ 2 ରାଜ୍ୟପାଳ

ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବରଥଙ୍କ ଉପସ୍ଥିତିରେ ପ୍ରାକୃତିକ କୃଷି ପ୍ରୋଜେକ୍ଟ ଲଞ୍ଚ କରିଛନ୍ତି ଗୋଆ ରାଜ୍ୟପାଳ ପିଏସ ଶ୍ରୀଧରନ ପିଲାଇ ।

Shuvanshu Kar
Shuvanshu Kar
Governors of Goa and Gujarat launch natural farming project

Governors of Goa and Gujarat launch natural farming project

ଗୁଜୁରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବରଥଙ୍କ ଉପସ୍ଥିତିରେ ପ୍ରାକୃତିକ କୃଷି ପ୍ରୋଜେକ୍ଟ(natural farming project) ଲଞ୍ଚ କରିଛନ୍ତି ଗୋଆ ରାଜ୍ୟପାଳ ପିଏସ ଶ୍ରୀଧରନ ପିଲାଇ । କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଡୋନାପୌଲାରେ ଏହି କାର୍ଯ୍ୟକ୍ରମ ଆୟୋଜି ହୋଇଥିଲା । ଏହି ଅବସରରେ ରାଜ୍ୟପାଳ ପିଲାଇ କହିଛନ୍ତି ଯେ କୃଷି ହେଉଛି ସମୃଦ୍ଧିର ମୂଳ ଉତ୍ସ ।

ଆମର ପ୍ରାକୃତିକ ଚାଷ(natural farming)ର ଏକ ପ୍ରାଚୀନ ପରମ୍ପରା ଅଛି ଏବଂ ଏହା ପରିବେଶ ତଥା ଉନ୍ନତ ମାନବ ଜୀବନଯାପନ ପାଇଁ ଅନୁକୂଳ ଥିବାରୁ ଏହାକୁ ଏକ ବ୍ୟାପକ ଉପାୟରେ ଜାରି ରଖିବା ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟପାଳ ।

ପ୍ରାକୃତିକ ଚାଷ ଦ୍ୱାରା ପରିବେଶ, ମାଟି ଏବଂ ଜଳର ପ୍ରଦୂଷଣକୁ ରକ୍ଷା କରାଯାଇଥାଏ । ପ୍ରାକୃତିକ ଚାଷ ଆମ ଜମିକୁ ସୁରକ୍ଷିତ ରଖିବା ବ୍ୟତୀତ ଏକ ସୁସ୍ଥ ଜୀବନଯାପନରେ ସହାୟକ ବୋଲି ରାଜ୍ୟପାଳ କହିଛନ୍ତି । ରାସାୟନିକ ଏବଂ ଜୈବିକ ପଦ୍ଧତି ଚାଷ ପାଇଁ ସର୍ବୋତ୍ତମ ବିକଳ୍ପ ହୋଇଥିବାରୁ ପ୍ରାକୃତିକ ଚାଷର ଆବଶ୍ୟକତାକୁ ସେ ଦର୍ଶାଇଛନ୍ତି। ରାସାୟନିକ ସାରର ବ୍ୟବହାର ଏହାର ପ୍ରାକୃତିକ ଅଙ୍ଗାରକାମ୍ଳ, ଜମିର ନାଇଟ୍ରୋଜେନ ଇତ୍ୟାଦି ଉର୍ବରତାକୁ ନଷ୍ଟ କରିବ ବୋଲି କୃଷକମାନଙ୍କୁ ପ୍ରାକୃତିକ ଚାଷ କରିବାକୁ ଅପିଲ କରିଛନ୍ତି ରାଜ୍ୟପାଳ ।

ଅନ୍ୟପକ୍ଷେ ଗୋଆକୁ ଆତ୍ମନିର୍ଭରଶୀଳ କରିବା ପାଇଁ ବହୁ ପରିମାଣରେ ଚାଷ କାର୍ଯ୍ୟ କରି ସରକାରଙ୍କ ସହ ସହଯୋଗ କରିବାକୁ ଲୋକଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଯୋଜନା ରାଜ୍ୟର ଅଭାବୀ ଲୋକଙ୍କ ନିକଟରେ ପହଞ୍ଚିବା ନେଇ ସୁନିଶ୍ଚିତ କରିବାକୁ ସରକାର ଚାହୁଁଛନ୍ତି।

ସେହିପରି କୃଷି ମନ୍ତ୍ରୀ କହିଛନ୍ତି, କୃଷି ହେଉଛି ଆମର ପୁରୁଣା ବୃତ୍ତି ଯେଉଁଥିରେ ଧାନ, କାଜୁ, ନଡିଆ, ପନିପରିବା ଇତ୍ୟାଦି ଫସଲ ଅନ୍ତର୍ଭୁକ୍ତ । ଆମର ପିତୃପୁରୁଷମାନେ ଅତୀତରୁ କୃଷିକୁ ଆପଣାଇ ଆସିଛନ୍ତି । ଆମକୁ ଆମର ଚାଷ ଜମିକୁ ପରବର୍ତ୍ତୀ ପିଢୀ ପାଇଁ ପଞ୍ଚାଇ ରଖିବାକୁପଡିବ ବୋଲି କୃଷି ମନ୍ତ୍ରୀ କହିଥିଲେ ।

Natural Farming: ଏହି ରାଜ୍ୟରେ 1.71 ଲକ୍ଷ ଚାଷୀ ଆପଣାଇଛନ୍ତି ପ୍ରାକୃତିକ ଚାଷ

ପ୍ରାକୃତିକ ଚାଷରେ ମଡେଲ ହେବ ଏହି ରାଜ୍ୟ, ମୋଦି ଦେଲେ ସୂଚନା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ