କାଗଜ ପ୍ରସ୍ତୁତ ବିଭିନ୍ନ ପ୍ରମୁଖ ସାମଗ୍ରୀର ଆମଦାନୀ ନୀତିରେ ସଂଶୋଧନ କରାଯାଇଛି । ଏହାକୁ ‘ମୁକ୍ତ’ ସାମଗ୍ରୀ ବର୍ଗରୁ ହଟାଇ କାଗଜ ଆମଦାନୀ(paper import) ତଦାରଖ ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରାଯାଇ ବାଧ୍ୟତାମୂଳକ ପଞ୍ଜୀକରଣ(କମ୍ପଲସରି ରେଜିଷ୍ଟ୍ରେସନ) ବର୍ଗରେ ରଖାଯାଇଛି । ଏହି ମର୍ମରେ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ (ଡିଜିଏଫଟି)ଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏହି ନିର୍ଦ୍ଦେଶାବଳୀ ବିଭିନ୍ନ ପ୍ରକାର କାଗଜ ଆମଦାନୀ(paper import) ପାଇଁ ପ୍ରଯୁଜ୍ୟ ହେବ । ସେଥିରେ ନ୍ୟୁଜ ପ୍ରିଣ୍ଟ, ହାତ ତିଆରି କାଗଜ, ୱାଲପର ବେସ୍, ଡୁପ୍ଲିକେଟିଂ ପେପର, କୋଟେଡ ଓ ଅନକୋଟେଡ ପେପର, ଲିଥୋ ଓ ଅଫସେଟ୍ ପେପର, ଟିସ୍ୟୁ ପେପର, ପାର୍ଚ୍ଚମେଣ୍ଟ ପେପର, କାର୍ବନ ପେପର, ୱାଲ ପେପର, ଏନଭଲ୍ପ, ଟଏଲେଟ ପେପର, କାର୍ଟୁନ, ଆକାଉଣ୍ଟ ବୁକ, ଲେବଲ୍ ଓ ବବିନ ଆଦି ଅନ୍ତର୍ଭୁକ୍ତ । ସବୁ କାଗଜ ଓ କାଗଜ ପ୍ରସ୍ତୁତ ସାମଗ୍ରୀ ଯାହା ୨୦୨୨ ଅକ୍ଟୋବର ପହିଲା କିମ୍ବା ତା’ପରଠାରୁ ଭାରତରେ ପହଞ୍ଚିବ ସେସବୁ ଉପରେ ନୂଆ ସଂଶୋଧିତ ବ୍ୟବସ୍ଥା ଲାଗୁ ହେବ ।
ଟଙ୍କା ଛପା ଯାଉଥିବା କାଗଜ, ବ୍ୟାଙ୍କ ବଣ୍ଡ ଓ ଚେକ୍ ପେପର, ସିକ୍ୟୁରିଟି ପ୍ରିଣ୍ଟିଂପେପର ଆଦିକୁ ଏହି ନୀତିରୁ ମୁକ୍ତ ରଖାଯାଇଛି । ତେଣୁୁ ଏସବୁ କାଗଜ ସାମଗ୍ରୀ ବାଧ୍ୟତାମୂଳକ ପଞ୍ଜୀକରଣ ବ୍ୟବସ୍ଥାର ଅନ୍ତର୍ଭୁକ୍ତ ହେବ ନାହିଁ । ଦେଶର କାଗଜ ଉଦ୍ୟୋଗ ଭାରତୀୟ ବଜାରରେ ବିଦେଶୀ କାଗଜ ଓ କାଗଜ ନିର୍ମିତ ସାମଗ୍ରୀର ଡମ୍ଫି କରାଯାଉଥିବା ଘେନି ଉଦ୍ବେଗ ପ୍ରକାଶ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ବିଦେଶୀ କାଗଜମାନ ଶସ୍ତାରେ ପ୍ରଚୁର ପରିମାଣରେ ଭାରତୀୟ ବଜାରରେ ଉପଲବ୍ଧ ହେବାରୁ ଘରୋଇ ଉଦ୍ୟୋଗୀ କ୍ଷତିଗ୍ରସ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଅଣ୍ଡର ଇନ୍ଭଏସିଂ, ମିଥ୍ୟା ଘୋଷଣାପତ୍ର ମାଧ୍ୟମରେ ଏସବୁ ସାମଗ୍ରୀ ଆମଦାନୀ ଆଜି ଅନୁଚିତ ବାଣିଜ୍ୟ କାରବାର ମାଧ୍ୟମରେ ଭାରତୀୟ ବଜାରରେ ବିଦେଶୀ କାଗଜ ଓ କାଗଜ ପ୍ରସ୍ତୁତ ସାମଗ୍ରୀକୁ ଗଦା (ଡମ୍ପିଂ)କରି ଶସ୍ତାରେ ବିକ୍ରି କରାଯାଉଥିବାର ଅଭିଯୋଗ ହେଉଛି । ଆହୁରି ମଧ୍ୟ ଏସବୁ ସାମଗ୍ରୀକୁ ଅନ୍ୟାନ୍ୟ ବର୍ଗ “ଟାରିଫ ଲାଇନ” ବା ଶୁଳକ ବ୍ୟବସ୍ଥାରେ ଭାରତକୁ ପ୍ରଚୁର ପରିମାଣରେ ଆମଦାନୀ କରାଯାଉଥିଲା । ଏବେ ଏହାକୁ ବାଧ୍ୟତାମୂଳକ ପଞ୍ଜୀକରଣ ବ୍ୟବସ୍ଥାର ଅନ୍ତର୍ଭୁକ୍ତ କରାଯାଇଥିବାରୁ ଦେଶର କାଗଜ ଉଦ୍ୟୋଗ ଉପକୃତ ହେବ । ଏହା ମଧ୍ୟ ମେକ୍ ଇନ୍ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତ ଉଦ୍ୟମକୁ ଏହି କ୍ଷେତ୍ରରେ ପ୍ରୋତ୍ସହିତ କରିବ ।
ଶସ୍ୟ ରୁ ପ୍ରସ୍ତୁତ ଯୁଗାନ୍ତକାରି ଡିସପୋଜେବଲ୍ କପ: ଯାହା ସମ୍ପୂର୍ଣ ଖାଦ୍ୟାଉପଯୋଗୀ |
କାଗଜ ଆମଦାନୀ ମନିଟରିଂ ବ୍ୟବସ୍ଥା(ପିଆଇଏମ୍ଏସ୍)ର କାର୍ଯ୍ୟକାରିତା ପାଇଁ ଏକ ୟୁଜରର୍ସ ଫ୍ରେଣ୍ଡଲିଂ ଇଣ୍ଟରଫ୍ରେସ ପ୍ରସ୍ତୁତ କରାଯାଇଛି । ଯେକୌଣସି ଆମଦାନୀକାରୀ ୫୦୦ଟଙ୍କାର ପଞ୍ଜୀକରଣ ଫି ଦେଇ ଏକ ଅଟୋମେଟିଭ ରେଜିଷ୍ଟ୍ରେସନ ନମ୍ବର ଏହାମାଧ୍ୟମରେ ହାସଲ କରିପାରିବେ । ଆମଦାନୀ ସାମଗ୍ରୀ ପହଂଚିବାର ଆଶା କରାଯାଉଥିବା ତାରିଖ ୫ଦିନ ପୂର୍ବରୁ କିମ୍ବା ୭୫ଦିନ ଆଗରୁ ଆମଦାନୀକାରୀ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ ନାହିଁ । ତେଣୁ ଆମଦାନୀକାରୀଙ୍କୁ ଦିଆଯାଇଥିବା ଅଟୋମେଟିକ୍ ରେଜିଷ୍ଟ୍ରେସନ ନମ୍ବର ବସ୍ତୁତଃ ୭୫ଦିନ ପାଇଁ ବୈଧ ରହିବ । ସେହି ସମାନ ରେଜିଷ୍ଟ୍ରେସନ ନମ୍ବରରେ ସାମଗ୍ରୀ ପ୍ରବେଶ ସଂକ୍ରାନ୍ତ ମଲ୍ଟିପୁଲ ବିଲ୍ ଦାକଲ କରାଯାଇପାରିବ । ତେବେ ଅନୁମତିପ୍ରାପ୍ତ ସାମଗ୍ରୀ ପ୍ରଦାନ ନିମନ୍ତେ ଏହା ୭୫ଦିନ ପାଇଁ ବୈଧ ରହିବ । ପଞ୍ଜୀକରଣର ଅନ୍ଲାଇନ୍ ସୁବିଧା ୨୦୨୨ ଜୁଲାଇ ୧୫ତାରିଖଠାରୁ ଉପଲବ୍ଧ ହେବ ।