1. ଅନ୍ୟାନ୍ୟ

ପେପେର ପେନ ରେ ଲଗାନ୍ତୁ ଗଛ !

ପେପେର ପେନ ରେ ଲଗାନ୍ତୁ ଗଛ !

KJ Staff
KJ Staff

ଓଡିଶା ରେ ବେଶ ସୁନାମ ଅର୍ଜନ କରିଥିବା ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ର ଦୁଇଟି ଇଞ୍ଜିନିଏରିଂ ଛାତ୍ର ପ୍ରେମ ଶଙ୍କର ପାଣ୍ଡେ ଏବଂ ତାଙ୍କର ସାଥି ଅହମଦ ରଜା ,ବର୍ତମାନ ସମୟର କୁତ୍ରିମତା କୁ ବାଦ ଦେଇ ,ପରିବେଶ ସୁରକ୍ଷା କୁ ନେଇ ନିଜର ଭଲପାଇବା ସାବ୍ୟସ୍ତ କରିଛନ୍ତି |ପାଠ ପଢା ପରେ ଆସିଥିବା ବଡ ବଡ କମ୍ପାନୀ ର କ୍ୟାମ୍ପସ ବ୍ୟବସ୍ତା କୁ ଛାଡି ,ପ୍ରକୃତି ମା ଲାଗି ନିଜର ନିଷ୍ଠା ସିଦ୍ଧ କରିବାକୁ ଲାଗିଥିଲେ ଏବଂ ଏନେଇ ସେ ଏମିତି ଏକ ପେନ ବା କଲମ ର ଉଦ୍ଭାବନ କରିଥିଲେ ଯାହା ସାହାଯ୍ୟ ରେ ଆପଣ ଗଛ ଲଗାଇପାରିବେ |ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଏହା ସତ୍ୟ ଏବଂ ଏହାର ନାମ ସେ "ଲିଖନ " ଦେଇଥିଲେ |

ଏହି ପେନ ବଳକା ବା ପୂର୍ବ ବ୍ୟବହୃତ କାଗଜ ରେ ନିର୍ମିତ ଏବଂ ଏହା ୯୦% ମାଟି ରେ ମିସିପାରିବ |ଏହି ପେନ ରେ ରିଫିଲ ବ୍ୟତୀତ କେତେକ ମଞ୍ଜି ମଧ୍ୟ ଭାରି ରହିଥାଏ |
"ଏହି ପେନ ରେ ଆମେ କେତେକ ଗଛ ର ମଞ୍ଜି ମଧ୍ୟ ଭାରି ରଖିଛୁ ଯାହା ,ପେନ ର ବ୍ୟବହାର ପଶ୍ଚ୍ୟତ ,ମାଟି ରେ ମିଶିବା ଆରମ୍ଭ କରିଲେ ମଞ୍ଜି ରୁ ଫୁଲ ବା ଫଳ ଗଛ ଅଙ୍କୁରିତ ହେବ ,"ବୋଲି କହିଛନ୍ତି ୨୧ ବର୍ଷ ର ଉଦ୍ୟୋଗୀ ପ୍ରେମ |ଏହା ବ୍ୟତୀତ ପ୍ରେମ ଏବଂ ରଜା ମିଶି ଏହି ପରି ପେନ ନିର୍ମାଣ କରିବା ଲାଗି ଏକ ସ୍ୱୟଂଚାଳିତ ମେସିନ ର ମଧ୍ୟ ନିର୍ମାଣ କରିଛନ୍ତି |ଏହା ୨୮୦୦୦ ଟଙ୍କା ର ରାଶି ରେ ନିର୍ମିତ ହୋଇଥିଲା ବେଳେ ଘଣ୍ଟାକୁ ଏହା ୨୦୦ ଟି ପେନ ପ୍ରସ୍ତୁତ କରିପାରିବ |ଉଭୟ ପେନ ଏବଂ ମେସିନ ର ଏମାନେ ପ୍ୟାଟେଣ୍ଟ ପଇସାରିଛନ୍ତି |ପ୍ରେମ ଙ୍କ ମତରେ ସେମାନେ ଏକ ଏନ.ଜି.ଓ କୁ ଜାଣିଥିଲେ ଯାହା ହାତରେ ଏହି ପରି ପେପର ପେନ ପ୍ରସ୍ତୁତ କରୁଥିଲା ଏବଂ ଏହା ଲାଗି ବେଶ ଅଧିକ ସମୟ ଲାଗୁଥିବାରୁ ସେମାନେ ଏହା ଲାଗି ଏକ ମେସିନ ର ବ୍ୟବସ୍ତା କରିଥିଲେ |

ସାଧାରଣ ପେପର ପେନ ର ଦର ୫ ଟଙ୍କା ଥିଲା ବେଳେ ମଞ୍ଜି ସହିତ ଆସୁଥିବା ପେପେର ପେନ ର ଦର ଏହା ଠାରୁ ଅତିରିକ୍ତ ୨ ଟଙ୍କା ମାତ୍ର |ଏହି କିଛି ପେନ ର ଅବିକଳ ସେମାନେ ଜର୍ମାନୀ ଏବଂ ଅଷ୍ଟ୍ରେଲିଆ ପରି ରାଷ୍ଟ୍ର କୁ ମଧ୍ୟ ପଠାଇଛନ୍ତି |ତାଙ୍କର ଏହି ନବନୀକରଣ ପ୍ରଯୁକ୍ତି କୁ ଷ୍ଟାର୍ଟ ଅପ ଓଡିଶା ଦ୍ୱାରା ସମ୍ମାନିତ ମଧ୍ୟ କରାଯାଇଛି |
"ପାଠ୍ୟ ଖସଡ଼ା ର ଅନ୍ତିମ ସେମିଷ୍ଟାର ରେ ବିଦ୍ୟାର୍ଥୀ ବହୁ ସମୟ ଏବଂ ପରିଶ୍ରମ କରି ପ୍ରୋଜେକ୍ଟ ତିଆରି କରନ୍ତି ମାତ୍ର ତାହାକୁ ବିଦ୍ୟାଳୟ କତୃପକ୍ଷ ଦୃଷ୍ଟି ଦିଅନ୍ତି ନାହିଁ ଏବଂ ପରବର୍ତୀ ସମୟରେ ଫୋପାଡ଼ି ଦିଅନ୍ତି |ତେଣୁ ଆମେ ଏକ ଏପରି ଉଦ୍ଭାବନ କରିବାକୁ ଇଚ୍ଛା ରଖିଥିଲୁ ଯାହା ପରେ ମଧ୍ୟ ଲୋକଙ୍କ କାମରେ ଲାଗିବ |ଏହି ପରି ପେପେର ପେନ ତିଆରି କରିବାକୁ ଆମେ ଚୀନ ର ଏକ ପେପେର ପେନ୍ସିଲ ତିଆରି କରୁଥିବା ସଂସ୍ଥା ଠାରୁ ପ୍ରେରିତ ହୋଇଥିଲୁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments