News

ଭିତରକନିକା ପରିବେଶୀୟ ସମ୍ବେଦନଶୀଳ ଜୋନରେ ଚିଙ୍ଗୁଡ଼ି ଚାଷ ଲିଜ ବାତିଲ କଲେ ସରକାର

ଭିତରକନିକା ପରିବେଶୀୟ ସମ୍ବେଦନଶୀଳ ଜୋନରେ 400 ଏକର ଚିଙ୍ଗୁଡ଼ି ଚାଷ ଜମି ଲିଜ ବାତିଲ କରିଦେଇଛନ୍ତି ସରକାର । ଚିଙ୍ଗୁଡି ଚାଷ ଯୋଗୁଁ ଆଖପାଖ ପରିବେଷକୁ କ୍ଷତି ପହଞ୍ଚୁଥିବା ଅଭିଯୋଗ ହେଉଥିଲା ।

07 September, 2022 5:28 PM IST By: Shuvanshu Kar

ମତ୍ସ୍ୟ ବିଭାଗ(Fisheries department)ନିକଟରେ ରାଜ୍ୟ ସରକାର ଏବଂ ଏକ ସାମୁଦ୍ରିକ ଖାଦ୍ୟ ରପ୍ତାନି କମ୍ପାନୀ ମଧ୍ୟରେ ଭିତାରକନିକା ଜାତୀୟ ଉଦ୍ୟାନ(Bhitarkanika National Park)ର ପରିବେଶୀୟ ସମ୍ବେଦନଶୀଳ ଜୋନ(eco-sensitive zone)ରେ ଅବସ୍ଥିତ ସମୁଦ୍ର କୂଳ ବାନାପଡା ଗ୍ରାମରେ 400 ଏକରରୁ ଅଧିକ ଜମିରେ ଚିଙ୍ଗୁଡ଼ି ଚାଷ(shrimp farming) ପାଇଁ ଲିଜ୍ ଚୁକ୍ତିନାମାକୁ ବାତିଲ କରିଦେଇଥିଲା ।

ଆରଟିଆଇ ମାଧ୍ୟମରେ ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି ସମୟରେ ମତ୍ସ୍ୟଚାଷ ବିଭାଗ ନିର୍ଦ୍ଦେଶକ ଓଡ଼ିଶା ଲୋକାୟୁକ୍ତଙ୍କ ସମ୍ମୁଖରେ ଏହା ଜଣାଇଛନ୍ତି । ଦୁଇ ବର୍ଷ ପୂର୍ବେ ଦାଖଲ ହୋଇଥିବା ଆବେଦନରେ ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ 2016ରେ ରାଜ୍ୟ ସରକାର ଉପକୂଳ ନିୟନ୍ତ୍ରଣ ଜୋନ୍ (CRZ)କୁ ଉଲ୍ଲଂଘନ କରି ଭିତରକନିକାର ପରିବେଶୀୟ-ସମ୍ବେଦନଶୀଳ ଜୋନ୍ ମଧ୍ୟରେ ଚିଙ୍ଗୁଡ଼ି ଚାଷ ପାଇଁ ପ୍ରାୟ 400 ଏକର ଜମିକୁ ସାମୁଦ୍ରିକ ଖାଦ୍ୟ ରପ୍ତାନି କମ୍ପାନୀକୁ ଲିଜ୍ ଦେଇଛନ୍ତି । ଏହା ଆଇନର ଉଲ୍ଲଂଘନ ବୋଲି ଆବେଦନରେ ଦର୍ଶାଯାଇଛି ।

ମତ୍ସ୍ୟଚାଷ ବିଭାଗ ନିର୍ଦ୍ଦେଶକ ଲୋକାୟୁକ୍ତଙ୍କୁ ସୂଚନା ଦେଇଛନ୍ତି ଯେ ଡିସେମ୍ବର 2016ରେ ଓଡ଼ିଶାର ଆକ୍ବା ଟ୍ରେଡର୍ସ ଓ ମରୀନ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ୍ (Odisha Aqua Traders and Marine Exporters Pvt Ltd)ସପକ୍ଷରେ ଚିଙ୍ଗୁଡ଼ି ଚାଷ ପାଇଁ ବାନାପଡା କ୍ଲଷ୍ଟରର ଲିଜ୍ ମଞ୍ଜୁର ଦିଆଯାଇଥିଲା । ହେଲେ ଚଳିତ ବର୍ଷ 4 ଅଗଷ୍ଟରେ ମତ୍ସ୍ୟ ବିଭାଗ ଲିଜ ବୁଝାମଣାକୁ ଯୁକ୍ତିସଙ୍ଗତ କରିବା ପରେ ରଦ୍ଦ କରିଦେଇଥିଲା । ମତ୍ସ୍ୟ ବିଭାଗ ନିର୍ଦ୍ଦେଶକଙ୍କ ଆଦେଶକୁ ଦୃଷ୍ଟିରେ ରଖି ଲୋକାୟୁକ୍ତ ଏହି ମାମଲାକୁ ବନ୍ଦ କରିଥିଲେ ।

ଏହି ସମୟରେ ଚିଙ୍ଗୁଡ଼ି ଚାଷ ପାଇଁ ଲିଜ୍ ବାତିଲ ହେବା ପରେ ବନାପଡା, ଜଗତଜୋରା ଏବଂ ନିକଟ ସମୁଦ୍ର କୂଳର ବାସିନ୍ଦା ଖୁସି ବ୍ୟକ୍ତ କରିଛନ୍ତି । ଚିଙ୍ଗୁଡ଼ି ଚାଷଜମିରୁ ବିଶୋଧିତ ଜଳ ନିଷ୍କାସନ ହେତୁ ସେମାନଙ୍କ ଗ୍ରାମରେ ଉର୍ବର କୃଷି ଜମି ନଷ୍ଟ ହୋଇଯାଇଥିବା ସେମାନେ କହିଛନ୍ତି। ବର୍ତ୍ତମାନ, ଏହି ଚିଙ୍ଗୁଡ଼ି ଫାର୍ମ ଦ୍ୱାରା ଘେରି ରହିଥିବା ଏହି ସ୍ଥାନ ଏକ ଛୋଟ ଦ୍ୱୀପ ପରି ଦେଖାଯାଉଛି । ଏତଦ୍ ବ୍ୟତୀତ, ଚିଙ୍ଗୁଡି ଚାଷ ମଧ୍ୟ ପରିବେଷ ପ୍ରତି ବିପଦ ସୃଷ୍ଟି କରୁଛି ।

ରାଜ୍ୟରେ ହତାସ ପ୍ରକୃତ ଚାଷୀ, ହଲାଣ୍ଡ ଗସ୍ତରେ ସରକାରୀ ବାବୁ !

ସଫଳ ବ୍ୟବସାୟୀ କରିବ ଚିଙ୍ଗୁଡ଼ି ଚାଷ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)