1. କୃଷି ଖବର

ରାଜ୍ୟରେ ହତାସ ପ୍ରକୃତ ଚାଷୀ, ହଲାଣ୍ଡ ଗସ୍ତରେ ସରକାରୀ ବାବୁ !

ହେକ୍ଚର ହେକ୍ଟର ଚାଷ ଜମିରେ ମାଡିଯାଇଛି ବନ୍ୟା ପାଣି । କ୍ଷତିପୂରଣ ପାଇଁ ଚାହିଁବସିଛନ୍ତି ଚାଷୀ । ହେଲେ ସରକାରୀ ବାବୁମାନେ ଏବେ ବିଦେଶ ଗସ୍ତରେ ଯାଉଥିବା ନେଇ ସାମ୍ନାକୁ ଆସୁଛି ଖବର ।

Shuvanshu Kar
Shuvanshu Kar
Odisha agriculture department officials on Holland trip, while real farmer failed to get benefits

Odisha agriculture department officials on Holland trip, while real farmer failed to get benefits

ରାଜ୍ୟରେ ବନ୍ୟା(odisha flood) ବିଭିଷିକା ପରେ ଉଜୁଡିଯାଇଛି ଚାଷୀଙ୍କ ବର୍ଷ ବର୍ଷର ପରିଶ୍ରମର ଫସଲ । ହେକ୍ଚର ହେକ୍ଟର ଚାଷ ଜମିରେ ମାଡିଯାଇଛି ବନ୍ୟା ପାଣି(flood water) । କ୍ଷତିପୂରଣ ପାଇଁ ଚାହିଁବସିଛନ୍ତି ଚାଷୀ(farmers) । ହେଲେ ସରକାରୀ ବାବୁମାନେ(agriculture department officials) ଏବେ ବିଦେଶ ଗସ୍ତରେ ଯାଉଥିବା ନେଇ ସାମ୍ନାକୁ ଆସୁଛି ଖବର ।

କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ତିନିଜଣ ବରିଷ୍ଠ ଅଧିକାରୀ ଏକ ସପ୍ତାହ ଧରି ନେଦରଲ୍ୟାଣ୍ଡ ଗସ୍ତରେ ଯାଇଛନ୍ତି । ଏକ ଆନ୍ତର୍ଜାତୀୟ ଉଦ୍ୟାନ କୃଷି ପ୍ରଦର୍ଶନୀ 'ଫ୍ଲୋରିଏଡ୍ ଏକ୍ସପୋ 2022' ରେ ଭାଗ ନେବାକୁ ବିଦେଶ ଗସ୍ତରେ ଅଛନ୍ତି ଏହି ଅଫିସରମାନେ । ହେଲେ ଏପଟେ ବନ୍ୟା ପ୍ରଭାବିତ ଅଞ୍ଚଳର କୃଷକମାନେ ଫସଲ କ୍ଷୟକ୍ଷତିର ଅପେକ୍ଷାରେ ଅଛନ୍ତି ।

ଅନ୍ୟପକ୍ଷରେ, ଚାରିଜଣ କୃଷକଙ୍କ ନାମ ଏକ୍ସପୋଜର ପରିଦର୍ଶନରେ ଅଂଶଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କ ଦ୍ବାରା ମଞ୍ଜୁର କରାଯାଇଥିଲା । ହେଲେ ସେମାନଙ୍କ ଭିସା ବ୍ୟବସ୍ଥା ହୋଇପାରିବ ନାହିଁ ବୋଲି ଦର୍ଶାଇ ଶେଷ ମୁହୂର୍ତ୍ତରେ ନାଁ କାଟିଦିଆଯାଇଥିଲା । ସବୁଠୁ ବଡ କଥା ହେଉଛି ଯେ ଏହି ପ୍ରତିନିଧୀ ଦଳର ଜଣେ ସଦସ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା କୂଟନୈତିକ ଭିସା ପାଇବା ପାଇଁ ଗତ ଦୁଇ ଦିନ ଧରି ଦିଲ୍ଲୀରେ ଅଛନ୍ତି ।

ପ୍ରାଥମିକ ପର୍ଯ୍ୟାୟରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଅଫିସରମାନଙ୍କୁ ବିଦେଶ ଗସ୍ତରେ ନେବା ପାଇଁ ସରକାରଙ୍କୁ ଅନୁମତି ମାଗିଥିଲେ । ଏହି ପ୍ରତିନିଧିମଣ୍ଡଳୀ ସେପ୍ଟେମ୍ବର 8 ରୁ 14 ପର୍ଯ୍ୟନ୍ତ ଆଲମେରରେ ହେବାକୁଥିବା କାର୍ଯ୍ୟକ୍ରମରେ ଯୋଗଦେବାକୁ ନେଦରଲ୍ୟାଣ୍ଡ ଯାଉଛନ୍ତି ।

ଆରବିନ୍ଦ ପାଢୀ କୃଷି ଓ କୃଷକ କଲ୍ୟାଣ ବିଭାଗର ମୁଖ୍ୟ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ କହିଥିଲେ ଯେ, ରାଜ୍ୟର ହିତ ପାଇଁ ଅଳ୍ପ କେତେକ ଚାଷୀ ଏପରି ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଉଚିତ । ଏହି ଅନୁସାରେ, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ରାଜ୍ୟର 4 ଜଣ ପ୍ରଗତିଶୀଳ କୃଷକଙ୍କୁ ମନୋନୀତ କଲେ ଏବଂ ସେମାନଙ୍କୁ ପାସପୋର୍ଟ ପାଇଁ ଆବେଦନ କରିବା ପାଇଁ ବ୍ୟାଙ୍କ ଆକାଉଣ୍ଟ ଏବଂ ଆଧାର ବିବରଣୀ ସହିତ ସହାୟକ ଦଲିଲ ଆଣିବାକୁ କୁହାଯାଇଥିଲା।

ଯଦିଓ ଚାଷୀମାନେ ପାସପୋର୍ଟ ପାଇଛନ୍ତି, ତଥାପି ନିର୍ଦ୍ଦେଶାଳୟ ସେମାନଙ୍କର ଭିସାର ପ୍ରଶାସନିକ ପ୍ରକ୍ରିୟାକରଣ ପାଇଁ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । ଶେଷ ମୁହୂର୍ତ୍ତରେ କୁହାଯାଇଥିଲା ଯେ ଭିସା ବ୍ୟବସ୍ଥା ହୋଇ ନ ଥିବାରୁ ନେଦରଲ୍ୟାଣ୍ଡ ଗସ୍ତରୁ ବାଦ ଦିଆଯାଇଛି । କୃଷି ବିଭାଗ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇପାରିନାହିଁ ।

ଏପେଟେ ରାଜ୍ୟରେ ପ୍ରବଳ ବନ୍ୟା ଚାଷୀଙ୍କ ଫସଲ ଉଜାଡି ଦେଇଛି । ବନ୍ୟା ଯୋଗୁଁ ହେକ୍ଟର ହେକ୍ଟର ଜମିର ଚାଷ ନଷ୍ଟ ହୋଇଯାଇଛି । ତେବେ କୃଷି, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ (FARD) ବିଭାଗର ଅଧିକାରୀମାନଙ୍କୁ ଫସଲ, ପନିପରିବା ଏବଂ ମାଛ ଚାଷ କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଅଧିକାରୀମାନେ କ୍ଷୟକ୍ଷତିର ଆକଳନ କରିସାରିଲେ ହିଁ ଚାଷୀମାନେ କ୍ଷତିପୂରଣ ପାଇବେ ।

ଚାଷୀଙ୍କ ପାଇଁ ବରଦାନ ପାଲଟିବାରେ ବିଫଳ ବଳରାମ ଯୋଜନା !

ବନ୍ୟା ଉଜାଡିଲା ଫସଲ, ବର୍ଷା ସାଜିବ ବରଦାନ !

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments