1. କୃଷି ଖବର

ରାସନକାର୍ଡଧାରୀଙ୍କ ପାଇଁ ଖୁସିଖବର, ବଡ ଘୋଷଣା କଲେ କେନ୍ଦ୍ର ସରକାର

ଆଉ 3 ମାସ ପର୍ଯ୍ୟନ୍ଚତ ବୃଦ୍ଧି ହୋଇଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଆଯାଇଛି ନିଷ୍ପତ୍ତି ।

Shuvanshu Kar
Shuvanshu Kar
Govt extends free ration under PMGKAY till December

Govt extends free ration under PMGKAY till December

ରାସନକାର୍ଡଧାରୀଙ୍କ ପାଇଁ ବଡ ଘୋଷଣା । ଆଉ 3 ମାସ ପର୍ଯ୍ୟନ୍ଚତ ବୃଦ୍ଧି ହୋଇଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(PMGKAY) । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଆଯାଇଛି ନିଷ୍ପତ୍ତି ।

କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(PMGKAY)କୁ ଆଗାମୀ 3 ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତେବେ ଆଗାମୀ ଡିସେମ୍ବର ଯାଏଁ ହିତାଧିକାରୀଙ୍କୁ ମିଳିବ ମାଗଣା ରାସନ ସୁବିଧା ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(PMGKAY)ର ସମ୍ପ୍ରସାରିତ ଅବଧି ସମୟରେ ହିତାଧିକାରୀମାନଙ୍କୁ ପ୍ରତି ମାସରେ ପ୍ରତି ପରିବାରର ଜଣେ ସଦସ୍ୟ ପିଛା ଅତିରିକ୍ତ ୫ କିଗ୍ରା ମାଗଣା ରାସନ ଯୋଗାଇ ଦିଆଯାଉଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ)ରେ ମିଳୁଥିବା ସାଧାରଣ ଖାଦ୍ୟଶସ୍ୟ କୋଟାଠାରୁ ଅତିରିକ୍ତ ଏହି ଖାଦ୍ୟଶସ୍ୟ ମିଳିବ । ଏହାର ଅର୍ଥ ହେଉଛି ପ୍ରତ୍ୟେକ ଗରିବ ପରିବାର ସାଧାରଣ ପରିମାଣ ଅପେକ୍ଷା ପ୍ରାୟ ଦୁଇ ଗୁଣା ଖାଦ୍ୟଶସ୍ୟ ପାଇବେ ।

ଏବେ ସୁଦ୍ଧା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(PMGKAY) 6ଟି ପର୍ଯ୍ୟାୟ କାର୍ଯ୍ୟକାରୀ ହୋଇଛି । କେନ୍ଦ୍ର ସରକାର ଏ ବାବଦରେ ମୋଟ ୩.୪୫ ଲକ୍ଷ କୋଟି ଟଙ୍କାର ସବସିଡି ଯୋଗାଇ ଦେଇଛନ୍ତି । ଏହି ଯୋଜନାର ସପ୍ତମ ପର୍ଯ୍ୟାୟ କାର୍ଯ୍ୟକାରୀ କରିବା ଲାଗି ସରକାରଙ୍କୁ ଅତିରିକ୍ତ ୪୪ ହଜାର ୭୬୨ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ଫଳରେ ପିଏମଜିକେଏୱାଇ ଯୋଜନାର ସବୁ ପର୍ଯ୍ୟାୟ ପାଇଁ ମୋଟ୍‌ ଖର୍ଚ୍ଚ ପରିମାଣ ୩.୯୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସପ୍ତମ ପର୍ଯ୍ୟାୟରେ ମୋଟ ୧୨୨ ଲକ୍ଷ ମେଟ୍ରିକ ଟନ୍‌ ଖାଦ୍ୟ ଶସ୍ୟ ବଣ୍ଟନ କରାଯିବ । ଫଳରେ ପ୍ରଥମରୁ ସପ୍ତମ ପର୍ଯ୍ୟାୟ ପର୍ଯ୍ୟନ୍ତ ମୋଟ୍‌ ବିତରିତ ଖାଦ୍ୟଶସ୍ୟ ପରିମାଣ ୧୧୨୧ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିବ ।

ରାସନ ଦେବାକୁ ମନାକରୁଛନ୍ତି କି ଡିଲର ? ଲଗାନ୍ତୁ ଏହି ନମ୍ବର...

ମାଗଣା ରାସନ ଉପରେ ସରକାରଙ୍କ କଡା ଆଭିମୁଖ୍ୟ, ଜାଣନ୍ତୁ...

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments