News

ମୌସୁମୀ ଆରମ୍ଭରୁ ଚାଷୀଙ୍କୁ କେନ୍ଦ୍ରର ବଡ ଉପହାର, ବଢିଲା MSP

ଚାଷୀଙ୍କୁ ବଡ ଖୁସି ଖବର ଦେଇଛନ୍ତି ମୋଦି ସରକାର । ଖରିଫ ଫସଲରେ ସର୍ବନିମ୍ନ ସମର୍ଥନ ମୂଲ୍ୟ(MSP)ରେ 5ରୁ 20 ପ୍ରତିଶତ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରୀ ମିଳିବା ନେଇ ସାମ୍ନାକୁ ଆସିଛି ଖବର । ବାଜରା, ବାଦାମ, ମୁଗ, ଧାନ, ମକା ଓ ସୋୟାବିନର ଏମଏସପିରେ ବୃଦ୍ଧି ହେବ ବୋଲି ଜଣାପଡିଛି ।

08 June, 2022 3:26 PM IST By: Shuvanshu Kar

ଚାଷୀଙ୍କୁ ବଡ ଖୁସି ଖବର ଦେଇଛନ୍ତି ମୋଦି ସରକାର । ଖରିଫ ଫସଲରେ ସର୍ବନିମ୍ନ ସମର୍ଥନ ମୂଲ୍ୟ(MSP)ରେ 5ରୁ 20 ପ୍ରତିଶତ ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରୀ ମିଳିବା ନେଇ ସାମ୍ନାକୁ ଆସିଛି ଖବର । ବାଜରା, ବାଦାମ, ମୁଗ, ଧାନ, ମକା ଓ ସୋୟାବିନର ଏମଏସପି(MSP)ରେ ବୃଦ୍ଧି ହେବ ବୋଲି ଜଣାପଡିଛି ।

କ୍ୟାବିନେଟର CCEA ବୈଠକରେ ଖରିଫ ଫସଲର ଏମଏସପି(MSP) ବୃଦ୍ଧିକୁ ମଞ୍ଜୁରୀ ମିଳିଥିବା କୁହାଯାଉଛି । ସୂଚନା ଅନୁଯାୟୀ, ଆଉ କିଛି ସମୟ ପରେ କ୍ୟାବିନେଟର ସାମ୍ବାଦିକ ସମ୍ମିଳନୀ ହେବ । ଏଥିରେ ଏମଏସପି ବୃଦ୍ଧି ଉପରେ ସବିଶେଷ ବିବରଣୀ ପ୍ରଦାନ କରାଯିବ ।

ଏହି ସମୟରେ ସମଗ୍ର ଦେଶରେ ଦରଦାମ ଆକାଶ ଛୁଆଁ ରହିଛି । ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ସ୍ୱୀକାର କରିଛନ୍ତି ଯେ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଶ୍ୱ ସାମ୍ନାରେ ଏକ ସଙ୍କଟ ସୃଷ୍ଟି କରିଛି । ଭାରତ ମଧ୍ୟ ଏଥିରୁ ବାଦ ପଡିନାହିଁ । ଏହି କାରଣରୁ ଚାହିଦା ଏବଂ ଯୋଗାଣ ଶୃଙ୍ଖଳାର ସନ୍ତୁଳନ ବିଗିଡିଥିବା ସେ କହିଛନ୍ତି ।

Kisan Kalyan @8, କଣ କହିଲେ ପ୍ରଧାନମନ୍ତ୍ରୀ ? ଜାଣନ୍ତୁ...

ଚାଷୀଙ୍କ ପାଇଁ ବଡ ଖବର, MSP ମୂଲ୍ୟରେ ହୋଇପାରେ ବଡ ବୃଦ୍ଧି

ଏଭଳି ପରିସ୍ଥିତିରେ ଚାଷୀମାନେ ମହଙ୍ଗା ସାରଠାରୁ ଆରମ୍ଭ କରି ଅନ୍ୟାନ୍ୟ ଜିନିଷ ପର୍ଯ୍ୟନ୍ତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ କୃଷକଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ରଖିବା ଆବଶ୍ୟକ । ଏଭଳି ପରିସ୍ଥିତିରେ ଦେଶର ଚାଷୀମାନଙ୍କୁ ଖରିଫ ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ ସହିତ ଯେଉଁଠାରେ ଚାଷୀଙ୍କ ଅବସ୍ଥା ଭଲ ରହିବ ସେଠାରେ ଭାରତରେ ଯୋଗାଣ ସମସ୍ୟାର ସମାଧାନ ମଧ୍ୟ ହେବ ।

2018-19 ପରେ ଚଳିତ ବର୍ଷ ଏମଏସପିରେ ସବୁଠୁ ଅଧିକ ବୃଦ୍ଧି ହୋଇଛି । ଖରିଫ ଋୁତୁର ପ୍ରମୁଖ ଫସଲ ଧାନ, ମକା ଓ ସୋୟାବିନ ସହିତ ମୁଗ, ବାଜରା ଓ ମାଣ୍ଡିଆ ଏମଏସପି ବୃଦ୍ଧିକୁ ମଞ୍ଜୁରୀ ମିଳିଛି ।

ପ୍ରତି ବର୍ଷ କୃଷି ଖର୍ଚ୍ଚ ବୃଦ୍ଧି ହେଉଛି । ଡିଜେଲ ଦାମ ବୃଦ୍ଧି ଯୋଗୁଁ ସିଞ୍ଚନ ଓ ହଳରେ ଖର୍ଚ୍ଚ ବଢିଯାଉଛି । ସେହିପରି ସାର, ବିହନ ଓ କୃଷି ଶ୍ରମରେ ଖର୍ଚ୍ଚ ମଧ୍ୟ ବଢୁଛି । ଏହାକୁ ଦୃଷ୍ଟିରେ ରଖି କୃଷି ଖର୍ଚ୍ଚ ଓ ମୂଲ୍ୟ ଆୟୋଗର ସୁପାରିଶ କ୍ରମେ କେନ୍ଦ୍ର ସରକାର ଦୁଇ ଥର ଫସଲର ଏମଏସପି ନିର୍ଦ୍ଧାରଣ କରୁଛି । ଖରିଫ ଋୁତୁ ଆରମ୍ଭ ପୂର୍ବରନ ଫସଲର ଏମଏସପି ଜାରି କରାଯାଉଛି । ଏହିପରି ରବି ଫସଲର ଏମଏସପି ମଧ୍ୟ ଜାରି ହେଉଛି ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)