1. କୃଷି ଖବର

Kisan Kalyan @8, କଣ କହିଲେ ପ୍ରଧାନମନ୍ତ୍ରୀ ? ଜାଣନ୍ତୁ...

Shuvanshu Kar
Shuvanshu Kar
PM shares an article on Government's efforts to boost income of Farmers

PM shares an article on Government's efforts to boost income of Farmers

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ narendramodi.in ଓ୍ୱେବସାଇଟରେ ଉପଲବ୍ଧ ଥିବା କୃଷକଙ୍କ ଆୟ ବୃଦ୍ଧି ପାଇଁ ସରକାରଙ୍କ ଉଦ୍ୟମ ସମ୍ପର୍କିତ ଏକ ପ୍ରବନ୍ଧ ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି, ଆମ ସରକାର “ପଶୁପାଳନ ଠାରୁ ମତ୍ସ୍ୟଚାଷ, ବନୀକରଣ ଠାରୁ ମଧୁର ବିପ୍ଳବ(ମହୁମାଛି ପାଳନ) ଭଳି ବିଭିନ୍ନ ଆନୁଷଙ୍ଗିକ କାର୍ଯ୍ୟ ଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ପାଇଁ ବିଭିନ୍ନ ଉଦ୍ୟମ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମାଇଁଗଭ ଟ୍ୱିଟ ଶୃଙ୍ଖଳ ମଧ୍ୟ ଶେୟାର କରିବା ସହ ଅନ୍ନଦାତାଙ୍କ କଲ୍ୟାଣ ପାଇଁ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି ।

PM KISAN:10 କୋଟି ଚାଷୀଙ୍କ ଖାତାକୁ ଗଲା 21 ହଜାର କୋଟି

ମୋଦି ସରକାରଙ୍କ କୃଷି ଯୋଜନା ପାଲଟିଛି ଚାଷୀଙ୍କ ପ୍ରକୃତ ଶକ୍ତି: ଶାହ

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି, “ଦେଶର ଅନ୍ନଦାତାମାନଙ୍କ ସଶକ୍ତିକରଣ ଯୋଗୁଁ ନ୍ୟୁ ଇଣ୍ଡିଆକୁ ଦୃଢ ଭିତ୍ତି ମିଳିପାରିଛି । ବିହନରୁ ବଜାର ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସେମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଧ୍ୟାନ କେନ୍ଦ୍ରିତ କରାଯାଇଛି । ଆମ ଚାଷୀ ଭାଇ-ଭଉଣୀଙ୍କ ସଂକଳ୍ପ ଶକ୍ତିର ପରିଣାମ ସ୍ୱରୂପ ଭାରତ କୃଷି କ୍ଷେତ୍ରରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛି ।

ବିଭିନ୍ନ ଯୋଜନାର ଶତପ୍ରତିଶତ ସୁଫଳ ଚାଷୀ ଭାଇ ଓ ଭଉଣୀମାନଙ୍କୁ ପ୍ରଦାନ କରାଯାଉଛି ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି, “ଚାଷୀ ଭାଇ-ଭଉଣୀଙ୍କ ନିକଟରେ ଯୋଜନାଗୁଡିକର ଶତପ୍ରତିଶତ ଲାଭ ପହଞ୍ଚାଇବା ପାଇଁ ଆମ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ପିଏମ-କିଶାନ ଯୋଜନାରୁ ଆରମ୍ଭ କରି ରେକର୍ଡ ବଜେଟ ଆବଣ୍ଟନ ହେଉ ବା ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣ ଏମଏସପି, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଠାରୁ ଆରମ୍ଭ କରି e-NAM ପର୍ଯ୍ୟନ୍ତ ଏଭଳି ଅନେକ ଯୋଜନା ରହିଛି, ଯାହା ଅନ୍ନଦାତାମାନଙ୍କୁ ନୂତନ ଶକ୍ତି ପ୍ରଦାନ କରିଛି ।”

ନିକଟରେ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ 8 ବର୍ଷ ପୂର୍ତ୍ତୀ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ 31 ମଙ୍ଗଳବାର ସିମଲାରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା (PM Kisan Samman Nidhi Yojana) ଅଧୀନରେ 10 କୋଟିରୁ ଅଧିକ ଚାଷୀଙ୍କୁ 21,000 କୋଟି ଟଙ୍କାର 11 ତମ କିସ୍ତି ପ୍ରଦାନ କରିଛନ୍ତି ।

Share your comments

Latest feeds

More News