1. କୃଷି ଖବର

ରୋଜଗାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ରୋଜଗାର ପ୍ରଶିକ୍ଷଣ କାର୍ଯ୍ୟକ୍ରମ

KJ Staff
KJ Staff

ଭାରତ ସରକାର ଙ୍କ ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ କ୍ୟାରିଅର ସେବା କେନ୍ଦ୍ର,ଭୁବନେଶ୍ୱର ସ୍ଥିତ କାର୍ଯ୍ୟାଳୟ ପକ୍ଷରୁ ତଫସିଲ ଭୁକ୍ତ ଓ ଉପଜାତିର ରୋଜଗାର ଆଶାୟୀ ପାର୍ଥୀମାନଙ୍କୁ ବିଭିନ୍ନ ନିଯୁକ୍ତି ବୋର୍ଡ ଦ୍ୱାରା ଆୟୋଜିତ କିରାଣୀ ଓ ଷ୍ଟେନୋଗ୍ରାଫର ପ୍ରତିଯୋଗିତା ପରୀକ୍ଷାରେ ସକ୍ଷମ କରାଯିବ ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯିବ |ଏହି ନିଶୁଲ୍କ ଓ ଛାତ୍ରବୃତ୍ତି ଯୁକ୍ତ ତାଲିମ ଅସାମନ୍ତ ଜୁଲାଇ ୧ ରୁ ଆରମ୍ଭ କରାଯିବ |

ଏହି ସ୍ୱତନ୍ତ୍ର ପ୍ରଶିକ୍ଷଣ ତଥା କମ୍ପୁଟର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଇଛୁକ ଛାତ୍ରଛାତ୍ରୀ ମାନେ ଶିକ୍ଷାଗତ ଯୋଗ୍ୟତା ଜୁଟିକା ୨ କିମ୍ବା ତଦୁର୍ଦ୍ଧ୍ବ ହେବ ଆବଶ୍ୟକ |ଏଥିପାଇଁ ସେମାନଙ୍କର ବୟସ ଜୁନ ୩୦ ,୨୦୧୯ ସୁଦ୍ଧା ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ୧୮ ରୁ ୧୭ ବର୍ଷ ଏବଂ କମ୍ପୁଟର ପ୍ରଶିକ୍ଷଣ ପାଇଁ ୧୮ ରୁ ୩୦ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ |ଏଥିପାଇଁ ପାର୍ଥୀଙ୍କୁ ପରିବାର ର ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ ଅଧିକ ହୋଇନଥିବା ଜରୁରୀ |

ଏହି ପ୍ରଶିକ୍ଷଣ ପାଇଁ ପାର୍ଥୀମାନେ ଜୁନ ୧୦ ରୁ ୧୬ ମଧ୍ୟରେ ବ୍ଲକ ନ -ଏ/୨ ,ତୋଷାଳୀ ଭବନ ସତ୍ୟ ନଗର ,ଭୁବନେଶ୍ୱର ୬୫୨୦୦୬ ସ୍ଥିତ କାର୍ଯ୍ୟାଳୟରୁ ଦେୟମୁକ୍ତ ଆବେଦନ ପତ୍ର ପାଇପାରିବେ |ଆବେଦନ କରିବାର ଶେଷ ତାରିଖ ଜୁନ ୧୬ |ଏକ ସାକ୍ଷାତ୍କାର କମିଟି ଦ୍ୱାରା ମନୋନୀତ ହୋଇଥିବା ଯୋଗ୍ୟ ବିବେଚିତ ପାର୍ଥୀମାନେ କୌଣସି ଏକ ପ୍ରଶିକ୍ଷଣ କରଜ୍ୟକ୍ରମ ରେ ନାମ ଲେଖାଇ ପାରିବେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments