News

ଗହମ ପରେ ଅଟା ମଇଦା ସୁଜି ଉପରେ ଲାଗିଲା କଟକଣା

ବର୍ତ୍ତମାନ ଅଟା, ମଇଦା, ସୁଜି ଆଦି ରପ୍ତାନିକାରୀଙ୍କୁ ରପ୍ତାନି ତଦାରଖ ପରିଷଦର ଗୁଣାତ୍ମକ ସାର୍ଟିଫିକେଟ ନେବାର ଆବଶ୍ୟକତା ପଡିବ । ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି ସରକାର । ଅଗଷ୍ଟ 14ରୁ ଏହି ପ୍ରତିବନ୍ଧକ ଲାଗୁ ହେବ ।

09 August, 2022 11:39 AM IST By: Shuvanshu Kar

ଗହମ ପରେ ଏବେ ଅଟା, ମଇଦା ଓ ସୁଜି ରପ୍ତାନି(exports) ଉପରେ ଲାଗିଲା କଟକଣା । ଏହାପୂର୍ବରୁ ଗହମ ରପ୍ତାନି(wheat export) ଉପରେ ପ୍ରତିବନ୍ଧକ ଲଗାଇଥିଲେ କେନ୍ଦ୍ର ସରକାର । ତେବେ ବର୍ତ୍ତମାନ ଅଟା, ମଇଦା, ସୁଜି ଆଦି ରପ୍ତାନିକାରୀଙ୍କୁ ରପ୍ତାନି ତଦାରଖ ପରିଷଦର ଗୁଣାତ୍ମକ ସାର୍ଟିଫିକେଟ ନେବାର ଆବଶ୍ୟକତା ପଡିବ । ଏକ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି ସରକାର । ଅଗଷ୍ଟ 14ରୁ ଏହି ପ୍ରତିବନ୍ଧକ ଲାଗୁ ହେବ ।

ଏହାପୂର୍ବରୁ ବୈଦେଶିକ ବ୍ୟାପାର ମହାନିର୍ଦ୍ଦେଶାଳୟ ପକ୍ଷରୁ ଜୁଲାଇରେ କୁହାଯାଇଥିଲା ଯେ ଗହମ ଅଟା, ମଇଦା ଓ ସୁଜି ରପ୍ତାନି ପାଇଁ ରପ୍ତାନିକାରୀଙ୍କୁ ଆନ୍ତଃମନ୍ତ୍ରଣାଳୟ କମିଟି((Inter-Ministrial Committee On Wheat)ରୁ ମଞଅଜୁରୀ ନେବାର ଆବଶ୍ୟକତା ପଡିବ । ଡାଇରେକ୍ଟର ଜେନେରାଲ ଅଫ ଫରେନ ଟ୍ରେଡ(DGFT) ଏକ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି ।

ବିଜ୍ଞପ୍ତି ଅନୁଯାୟୀ, ଗହମ ଅଟା ପାଇଁ ରପ୍ତାନି ନୀତି ମୁକ୍ତ ବଜାୟ ରହିବ । ହେଲେ ଏହାର ରପ୍ତାନି କରିବା ପାଇଁ ଗହମ ରପ୍ତାନି ନେଇ ଗଠିତ ଆନ୍ତଃମନ୍ତ୍ରଣାଳୟ କମିଟିରୁ ମଞ୍ଜୁରୀ ଆବଶ୍ୟକ ।

ଡିଜିଏଫଟିର ବିଜ୍ଞପ୍ତିରେ କୁହାଯାଇଛି ଯେ ଆନ୍ତଃମନ୍ତ୍ରଣାଳୟ କମିଟି ଅଟା ବ୍ୟତିତ ସୁଜି, ଲୋଲମିଲ ଅଟା, ରିଜଲ୍ଟେଣ୍ଟ ଅଟା ରପ୍ତାନି ପାଇଁ ମଧ୍ୟ ମଞ୍ଜୁରୀ ନେବାକୁ ପଡିବ । କମିଟି ମଞ୍ଜୁରୀ ମିଳିବା ପରେ ଏବେ ଏହି ଉତ୍ପାଦକୁ ଭାରତରୁ ରପ୍ତାନି କରାଯାଇପାରିବ ।

ବିଜ୍ଞପ୍ତି ଅନୁଯାୟୀ, କମିଟି ମଞ୍ଜୁରୀ ପରେ ଗହମ ଅଟା ସମେତ ଏହି ସମସ୍ତ ଉତ୍ପାଦ ଗୁଣାତ୍ମକ ପାଇଁ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଓ କୋଲକାତା ସ୍ଥିତ ରପ୍ତାନି ତଦାରଖ ପରିଷଦରୁ ଗୁଣାତ୍ମକ ସାର୍ଟିଫିକେଟର ଆବଶ୍ୟକତା ମଧ୍ୟ ରହିଛି ।

ସରକାରଙ୍କ ଏହି ପଦକ୍ଷେପ ଭାରତୀୟ ବଜାରରେ ଅଟାର ମୂଲ୍ୟ ନିୟନ୍ତ୍ରଣ ରଖିବାର ପ୍ରୟାସ ସହ ଯୋଡି ଦେଖାଯାଇପାରେ । ମେ ମାସରେ ଗହମ ରପ୍ତାନି ଉପରେ ରୋକ ଲଗାଯିବା ପରେ ଅଟା ଓ ଅନ୍ୟ ଉତ୍ପାଦର ରପ୍ତାନି ଉପରେ ସଙ୍କଟର କଳାବାଦଲ ଆଶଙ୍କା ଦେଖାଯାଉଥିଲା । ଏମିତି କି କିଛି କମ୍ପାନୀ ଅଟାର ଦର ମଧ୍ୟ ବୃଦ୍ଧି କରିଦେଇଥିଲେ । ଏହି କାରଣରୁ ଗହମ ରପ୍ତାନି ଉପରେ ରୋକ ଲଗାଯିବା ଦିଗରେ ସରକାରଙ୍କ ପଦକ୍ଷେପକୁ କୌଣସି ବିଶେଷ ଲାଭ ମିଳୁଥିବା ନଜର ଆସୁନଥିଲା । ଏବେ ନୂଆ ପ୍ରତିବନ୍ଧକ ଯୋଗୁଁ ଏଥିରେ ସୁଧାର ଆସିବାର ଆଶା ରହିଛି ।

ଗହମ ରପ୍ତାନିରେ ଭାରତର ବ୍ରେକ, ବିଶ୍ବରେ ହଇଚଇ

ରପ୍ତାନୀ ଉପରେ ରୋକ ସତ୍ତ୍ବେ କମୁନି ଗହମ ଦର

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)