1. କୃଷି ଖବର

ଦେଶର ସମସ୍ତ PACS ପାଇଁ ଆଦର୍ଶ ଆଇନ ଆଣିବେ କେନ୍ଦ୍ର ସରକାର

ସରକାର ଦେଶର ସମସ୍ତ ପ୍ରାଥମିକ କୃଷି ସହକାରୀ ସମିତି-ପିଏସିଏସର ପରିଚାଳନା ପାଇଁ ଆଦର୍ଶ ଆଇନ ଆଣିବାକୁଯାଉଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ଓ ସମନ୍ବୟ ମନ୍ତ୍ରୀ ଅମିଶ ଶାହ ।

Shuvanshu Kar
Shuvanshu Kar
Govt to bring model by-laws to govern all Primary Agricultural Cooperative Societies

Govt to bring model by-laws to govern all Primary Agricultural Cooperative Societies

କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ସରକାର ଦେଶର ସମସ୍ତ ପ୍ରାଥମିକ କୃଷି ସହକାରୀ ସମିତି-ପିଏସିଏସର Primary Agricultural Cooperative Societies(PACS) ପରିଚାଳନା ପାଇଁ ଆଦର୍ଶ ଆଇନ(model by-laws) ଆଣିବାକୁଯାଉଛନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ଓ ସମନ୍ବୟ ମନ୍ତ୍ରୀ ଅମିଶ ଶାହ ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ନିଷ୍କ୍ରିୟ ପିଏସିଏସ( PACS)କୁ ପୁନଃ ସକ୍ରିୟ କରାଯିବା ଉଚିତ କିମ୍ବା ସେଗୁଡିକୁ ବନ୍ଦ କରିଦେବା ଆବଶ୍ୟକ ।
ଶୁକ୍ରବାର ନୂଆଦିଲ୍ଲୀରେ ଗ୍ରାମୀଣ ସମବାୟ ବ୍ୟାଙ୍କର ଏକ ଦିନିକିଆ ଜାତୀୟ ସମ୍ମିଳନୀରେ ଶାହା କହିଛନ୍ତି ଯେ ପ୍ରତ୍ୟେକ ପଞ୍ଚାୟତରେ ପ୍ରାଥମିକ କୃଷି ଋଣ ସୋସାଇଟି - PACS ପ୍ରତିଷ୍ଠା କରାଯିବ। ଏଥିପାଇଁ ଏକ ପାଞ୍ଚବାର୍ଷିକ ରଣନୀତି ଆବଶ୍ୟକ ବୋଲି ଜଣାଇଛନ୍ତି ଶାହ ।

ଗୃହମନ୍ତ୍ରୀ କହିଛନ୍ତି ଯେ ଏହି ଅନୁଷ୍ଠାନଗୁଡ଼ିକର କାର୍ଯ୍ୟକାରିତା, ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ବୃଦ୍ଧି ପାଇଁ ସରକାର PACS ଆରମ୍ଭ କରିଛନ୍ତି। କମ୍ପ୍ୟୁଟରୀକରଣ ଅନୁମୋଦନ ହୋଇଛି ।

ସମଗ୍ର ଦେଶରେ ଦୁଇ ଲକ୍ଷରୁ ଅଧିକ ନୂତନ PACS ପ୍ରତିଷ୍ଠା କରିବାର ଆବଶ୍ୟକତା ଉପରେ ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଏହା ଦ୍ବାରା ସମବାୟ ସମିତି ମାଧ୍ୟମରେ 10 ଲକ୍ଷ କୋଟି ଟଙ୍କାର କୃଷି ଋଣ ପ୍ରଦାନ ଲକ୍ଷ୍ୟ ହାସଲ ହୋଇପାରିବ।

ଗୃହମନ୍ତ୍ରୀ କହିଛନ୍ତି ଯେ ଗ୍ରାମୀଣ ଭାରତକୁ ଦେଶର ଅର୍ଥନୀତି ସହିତ ଯୋଡିବାରେ ଗ୍ରାମୀଣ ସମବାୟ ବ୍ୟାଙ୍କଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ ସମବାୟ କ୍ଷେତ୍ର ପାଇଁ ଏକ ସୁବର୍ଣ୍ଣ ସୁଯୋଗ ବୋଲି ଶାହ ଦର୍ଶାଇଛନ୍ତି ।

ପିଏମ୍ ସ୍ୱନିଧି ଯୋଜନା: ଓଡିଶାକୁ ମିଳିଛି ୪୦୮୪.୪ ଲକ୍ଷ ଟଙ୍କା ଋଣ

NPAs: କୃଷି ଋୁଣ 15% ବୃଦ୍ଧି

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments