1. କୃଷି ଖବର

ପିଆଜ ଶସ୍ତାରେ ବିକିବେ କେନ୍ଦ୍ର ସରକାର

ଖରିଫ ଫସଲ ଆସିବାରେ ବିଳମ୍ବ ହେବା କାରଣରୁ ପିଆଜ ଦର ବୃଦ୍ଧିରୁ ଉପଭୋକ୍ତା ମାନଙ୍କୁ ରକ୍ଷା କରିବା ପାଇଁ ସରକାର ବଫରରୁ ପିଆଜ କିଲୋ ପିଛା ୨୫ ଟଙ୍କା ରିହାତି ଦରରେ ଖୁଚୁରା ବିକ୍ରି ଆରମ୍ଭ କରିଛନ୍ତି ।

Tanushree Mahapatra
Tanushree Mahapatra
Govt to sale onion cheaper rate, image source - @nstomar

Govt to sale onion cheaper rate, image source - @nstomar

ଖରିଫ ଫସଲ ଆସିବାରେ ବିଳମ୍ବ ହେବା କାରଣରୁ ପିଆଜ ଦର ବୃଦ୍ଧିରୁ ଉପଭୋକ୍ତା ମାନଙ୍କୁ ରକ୍ଷା କରିବା ପାଇଁ ସରକାର ବଫରରୁ ପିଆଜ କିଲୋ ପିଛା ୨୫ ଟଙ୍କା ରିହାତି ଦରରେ ଖୁଚୁରା ବିକ୍ରି ଆରମ୍ଭ କରିଛନ୍ତି । ଘରୋଇ ଉପଭୋକ୍ତା ମାନଙ୍କ ପାଇଁ ପିଆଜର ଉପଲବ୍ଧତା ଏବଂ ସୁଲଭ ମୂଲ୍ୟରେ ଯୋଗାଣ ସୁନିଶ୍ଚିତ କରିବା

ନିମନ୍ତେ ନିଆଯାଇଥିବା ପଦକ୍ଷେପ ବ୍ୟତୀତ ଆଉ ଅନ୍ୟ ପଦକ୍ଷେପ ଆରମ୍ଭ ହୋଇଛି, ଯେମିତିକି ୨୯ ଅକ୍ଟୋବର, ୨୦୨୩ ରୁ ପ୍ରତି ମେଟ୍ରିକ ଟନ୍ ପିଛା ସର୍ବନିମ୍ନ ରପ୍ତାନି ମୂଲ୍ୟ ଲାଗୁ କରିବା, ବଫର କ୍ରୟ ପୂର୍ବରୁ ୫.୦୬ ଲକ୍ଷ ଟନ୍ ହୋଇଥିବା ବେଳେ ଅତିରିକ୍ତ ୨ ଲକ୍ଷ ଟନ୍ ବୃଦ୍ଧି କରିବା, ଏବଂ ଅଗଷ୍ଟ ଦ୍ୱିତୀୟ ସପ୍ତାହରୁ ଖୁଚୁରା ବିକ୍ରି, ଇ - ନାମ ନିଲାମ ଏବଂ ହୋଲସେଲ ବଜାରରେ ବ୍ୟାପକ ବିକ୍ରି ମାଧ୍ୟମରେ ପିଆଜର ନିରନ୍ତର ନିଷ୍କାସନ ।

ଖାଉଟି ବ୍ୟାପାର ବିଭାଗ ଏନ୍‌ସିସିଏଫ୍‌, ନାଫେଡ, କେନ୍ଦ୍ରୀୟ ଭଣ୍ଡାର ଏବଂ ଅନ୍ୟ ରାଜ୍ୟ ନିୟନ୍ତ୍ରିତ ସମବାୟ ସମିତି ଦ୍ୱାରା ପରିଚାଳିତ ଖୁଚୁରା ଦୋକାନ ଏବଂ ମୋବାଇଲ ଭ୍ୟାନ ମାଧ୍ୟମରେ କିଲୋ ପିଛା ୨୫ ଟଙ୍କା ରିହାତି ମୂଲ୍ୟରେ ପିଆଜ ବିକ୍ରି ଆରମ୍ଭ କରିଛି । ନଭେମ୍ବର ୨ତାରିଖ ସୁଦ୍ଧା ନାଫେଡ୍ ୨୧ଟି ରାଜ୍ୟର ୫୫ଟି ସହରରେ ୩୨୯ଟି ରିଟେଲ୍ ପଏଣ୍ଟ ସ୍ଥାପନ କରିଛି, ଯେଉଁଥିରେ ଷ୍ଟେସନ୍ ଆଉଟଲେଟ୍ ଓ ମୋବାଇଲ୍ ଭ୍ୟାନ୍ ରହିଛି । ସେହିପରି ଏନ୍‌ସିସିଏଫ୍ ପକ୍ଷରୁ ୨୦ଟି ରାଜ୍ୟର ୫୪ଟି ସହରରେ ୪୫୭ଟି ରିଟେଲ ପଏଣ୍ଟ ସ୍ଥାପନ କରାଯାଇଛି ।

କେନ୍ଦ୍ରୀୟ ଭଣ୍ଡାର ମଧ୍ୟ ୩ ନଭେମ୍ବର, ୨୦୨୩ରୁ ଦିଲ୍ଲୀ - ଏନସିଆରରେ ଏହାର ଖୁଚୁରା ଦୋକାନ ମାଧ୍ୟମରେ ପିଆଜର ଖୁଚୁରା ଯୋଗାଣ ଆରମ୍ଭ କରିଛି ଏବଂ ସଫଲ ମଦର ଡାଏରୀ ପକ୍ଷରୁ ବିକ୍ରି ଚଳିତ ସପ୍ତାହ ଶେଷରୁ ଆରମ୍ଭ ହେବ । ତେଲଙ୍ଗାନା ଏବଂ ଅନ୍ୟାନ୍ୟ ଦକ୍ଷିଣ ଭାରତ ରାଜ୍ୟରେ ଉପଭୋକ୍ତା ମାନଙ୍କୁ ପିଆଜର ଖୁଚୁରା ବିକ୍ରୟ ହାଇଦ୍ରାବାଦ କୃଷି ସମବାୟ ସଂଘ (ଏଚ୍‌ଏସିଏ) ଦ୍ୱାରା ହାତକୁ ନିଆଯାଉଛି ।

ରବି ଏବଂ ଖରିଫ ଫସଲ ମଧ୍ୟରେ ଋତୁକାଳୀନ ମୂଲ୍ୟ ଅସ୍ଥିରତାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ପରବର୍ତ୍ତୀ କ୍ୟାଲିବ୍ରେଟେଡ୍ ଏବଂ ଲକ୍ଷ୍ୟ ନିର୍ଦ୍ଧାରିତ ରିଲିଜ୍ ପାଇଁ ରବି ପିଆଜ କ୍ରୟ କରି ପିଆଜ ବଫର୍ ବଜାୟ ରଖନ୍ତି । ୨୦୨୨ - ୨୩ରେ ବଫର ଆକାର ୨.୫ ଏଲ୍‌ଏମ୍‌ଟି ଥିବା ବେଳେ ଚଳିତ ବର୍ଷ ଏହାକୁ ୭ ଏଲ୍‌ଏମ୍‌ଟିକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ସୁଦ୍ଧା ୫.୦୬ ଲକ୍ଷ ମେଟ୍ରିକ ଟନ୍ ପିଆଜ କ୍ରୟ ହୋଇଥିବା ବେଳେ ବାକି ୨ ଏଲ୍‌ଏମ୍‌ଟି ପିଆଜ କ୍ରୟ ଚାଲିଛି ।

ବେଞ୍ଚମାର୍କ ଲାସଲଗାଓଁ ବଜାରରେ ପିଆଜ ଦର ୨୮ ଅକ୍ଟୋବର ୨୦୨୩ ରେ କ୍ୱିଂଟାଲ୍ ପିଛା ୪,୮୦୦ ରହିଥିବା ବେଳେ ୦୩ ନଭେମ୍ବର ୨୦୨୩ ରେ ୩,୬୫୦ ଟଙ୍କାକୁ ହ୍ରାସ ପାଇଛି, ଅର୍ଥାତ୍ ଏଥିରେ ୨୪% ହ୍ରାସ ଦେଖା ଦେଇଥିବାରୁ ସରକାରଙ୍କ ଦ୍ୱାରା ନିଆଯାଇଥିବା ସକ୍ରିୟ ପଦକ୍ଷେପର ଫଳାଫଳ ଦେଖିବାକୁ ମିଳିଛି । ଆସନ୍ତା ସପ୍ତାହରୁ ଖୁଚୁରା ଦରରେ ସମାନ ହ୍ରାସ ଘଟିବ ବୋଲି ଆଶା କରାଯାଉଛି ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments