ଚଳିତ ବର୍ଷ "ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ ୨୦୨୪" ପୁରସ୍କାର ଆୟୋଜନ କରାଯାଇଛି କୃଷି ଜାଗରଣ ଦ୍ୱାରା l ଯାହାର ମୁଖ୍ୟ ପ୍ରାୟୋଜକ ରହିଛି ମହିନ୍ଦ୍ରା ଟ୍ରାକଟର୍ସ l ଏହି କାର୍ଯ୍ୟକ୍ରମ ୧ ରୁ ୩ ଡିସେମ୍ବର ପର୍ଯ୍ୟନ୍ତ ଦିଲ୍ଲୀର ପୁସା ଫେୟାର ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ l ଏଥର ଏହି କାର୍ଯ୍ୟକ୍ରମ ପୂର୍ବ ଅପେକ୍ଷା ଆହୁରି ବଡ଼ ଏବଂ ପ୍ରେରଣାଦାୟକ ହେବାକୁ ଯାଉଛି l କାରଣ କେବଳ ଭାରତ ନୁହେଁ ବିଶ୍ୱର ଅନେକ ଦେଶର ପ୍ରଗତିଶୀଳ କୃଷକମାନେ ଏଥିରେ ଭାଗ ନେଉଛନ୍ତି । ଦେଶର ବିଭିନ୍ନ ରାଜ୍ୟର ଚାଷୀନ୍କ ମହା ସମ୍ମିଳନୀ ହେଉଛି "ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ ୨୦୨୪" l
"ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ ୨୦୨୪" (MFOI) ପୁରସ୍କାର ଏମସି ଡୋମିନିକ୍ ଯିଏକି ମୁଖ୍ୟ ସମ୍ପାଦକ ରହିଛନ୍ତି କୃଷି ଜାଗରଣର l ଏକ ନୂତନ ଚିନ୍ତା ଏବଂ ଆନ୍ତରିକତାର ସହିତ "ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ ଆରମ୍ଭ କରିବାକୁ ସେ ପଦକ୍ଷେପ ନେଇଥିଲେ l କୃଷି ଦୃଶ୍ୟରେ ଅନେକ କିଛି ସନ୍ଧାନ କରିଥିଲେ ସେ ଏବଂ କୃଷକଙ୍କ ବିପୁଳ ଅବଦାନ ଏବଂ ମୁଖ୍ୟ ସ୍ରୋତରେ ସେମାନଙ୍କର ସ୍ୱୀକୃତି ଅଭାବ ଏକ ବିରାଟ ବ୍ୟବଧାନ ରହିଥିବାର ଦେଖିବାକୁ ପାଇଥିଲେ l ଏହି ପର୍ଯ୍ୟବେକ୍ଷଣ ଏବଂ ଅନେକ ଚିନ୍ତାଧାରା ଏବଂ ଆଲୋଚନା ପରେ ସେ ଏହି କାର୍ଯ୍ୟକ୍ରମ କରିବାକୁ ପଦକ୍ଷେପ ନେଇଥିଲେ l କୃଷକମାନଙ୍କ ଉପରେ ଆଲୋକ ପ୍ରଦାନ କରିବା ଉଦ୍ଦେଶ୍ୟରେ ସେ ସଂକଳ୍ପବଦ୍ଧ ହୋଇଥିଲା l
ସମସ୍ତ ଚାଷୀଙ୍କୁ ସମ୍ମାନିତ କରିବାରେ ଏହା ହେଉଛି ପ୍ରଥମ ପଦକ୍ଷେପ ଯାହା କୃଷି ଜାଗରଣର ମୁଖ୍ୟ ସମ୍ପାଦକ ଏମ ସି ଡୋମିନିକ ନେଇଥିଲେ l ଦେଶର କୋଣ ଅନୁକୋଣରୁ ଚାଷୀଙ୍କୁ ସମ୍ମାନ ଦେବା ପାଇଁ ଏ ହେଉଛି ଏକ ବୈପ୍ଲବିକ ପଦକ୍ଷେପ l ଯାହା ଚାଷୀଙ୍କୁ ନୂଆ ନୂଆ କୃଷି ପ୍ରଣାଳୀ ସହିତ କରିବ ପରିଚୟ l କାରଣ, ଏହି କାର୍ଯ୍ୟକ୍ରମରେ କୃଷି ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି କୃଷି ବୈଜ୍ଞାନିକ ସାମିଲ ହେବେ l ଚାଷର ନୂଆ ପଦ୍ଧତି ବିଷୟରେ ଆଲୋଚନା କରିବେ ଚାଷୀଙ୍କ ସହିତ l
୩୦୦ କ୍ୟାଟେଗୋରୀରେ ଚାଷୀଙ୍କୁ ସମ୍ମାନିତ କରାଯିବ l ତେବେ ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ କିଛି ନୂଆ ହେବାକୁ ଯାଉଛି l ଏହି କାର୍ଯ୍ୟକ୍ରମରେ hybrid cross X -35 ମୂଳା ଭେରାଇଟି ପାଇଁ କ୍ୟାଟେଗୋରୀ ସ୍ପନସର ରହିଛି ସୋମାନି ସିଡ୍ସ , ଇଣ୍ଡମ 13405 ଭେରାଇଟି ଟମାଟର ପାଇଁ କ୍ୟାଟେଗୋରୀ ସ୍ପନସର ରହିଛି ଇଣ୍ଡୋ ଆମେରିକାନ ହାଇବ୍ରିଡ଼ ସିଡ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ଏବଂ ଯାଇଟନିକ କିନୋ ପାଇଁ କ୍ୟାଟେଗୋରୀ ସ୍ପନସର ରହିଛି ଜୟଡେକ୍ସ କମ୍ପାନୀ l ତେବେ ଆପଣ ମଧ୍ୟ ଆମ ସହିତ ସାମିଲ ହୋଇପାରିବେ l ଅଧିକ ତଥ୍ୟ ଜାଣିବାକୁ ନିମ୍ନରେ ଦିଆଯାଇଥିବା ଲିଙ୍କ କୁ ଯାଆନ୍ତୁ ଏବଂ ଭିସିଟର ପାସ ପାଇଁ ଆବେଦନ କରନ୍ତୁ l
MFOI LINK: https://millionairefarmer.in/en/
Read more:
୫ ବର୍ଷରେ ମହିଳାଙ୍କ ଅଂଶଗ୍ରହଣ ୫୦% ରୁ ଅଧିକ ରହିଛି !
ଓଡ଼ିଶାରେ ମତ୍ସ୍ୟ ଚାଷ ସମ୍ବନ୍ଧୀୟ ପ୍ରଶିକ୍ଷଣ ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ!
Share your comments