1. କୃଷି ଖବର

ଓଡ଼ିଶାରେ ଅଙ୍ଗୁର ଚାଷ, ଅସମ୍ଭବକୁ ସମ୍ଭବ କରି ଦେଖେଇଛନ୍ତି ମହିଳା ଚାଷୀ

ଅଙ୍ଗୁର ଏକ ଲତା ଜାଦୀୟ ଉଦ୍ଭିଦ । ଏହା ଅତି ଲୋକପ୍ରିୟ ଫଳ । ଏହାର ପାଚିଲା ଫଳକୁ ଅଙ୍ଗୁର କୁହାଯାଏ ଓ ଶୁଖିଲା ଫଳକୁ କିସମିସ । ଅଙ୍ଗୁର କୋଳି ପେନ୍ଥା ପେନ୍ଥା ହୋଇ ଫଳିଥାଏ । ଏହା ଭିନ୍ନ ଭିନ୍ନ ରଙ୍ଗର ହୋଇଥାଏ ଯଥା: ଲାଲ୍, ବାଇଗଣି (ନାରଙ୍ଗୀ), କଳା, ସବୁଜ, ହଳଦିଆ, ଗାଢ଼ନୀଳ, କମଳାରଙ୍ଗ ଓ ଗୋଲାପି ଇତ୍ୟାଦି ରଙ୍ଗର ଅଙ୍ଗୁର ଦେଶ ବିଦେଶରେ ମିଳେ ।

Sudesna Nayak
Sudesna Nayak
Grapes farming

Grapes farming

ଅଙ୍ଗୁର ଏକ ଲତା ଜାଦୀୟ ଉଦ୍ଭିଦ । ଏହା ଅତି ଲୋକପ୍ରିୟ ଫଳ । ଏହାର ପାଚିଲା ଫଳକୁ ଅଙ୍ଗୁର କୁହାଯାଏ ଓ ଶୁଖିଲା ଫଳକୁ କିସମିସ । ଅଙ୍ଗୁର କୋଳି ପେନ୍ଥା ପେନ୍ଥା ହୋଇ ଫଳିଥାଏ । ଏହା ଭିନ୍ନ ଭିନ୍ନ ରଙ୍ଗର ହୋଇଥାଏ ଯଥା: ଲାଲ୍, ବାଇଗଣି (ନାରଙ୍ଗୀ), କଳା, ସବୁଜ, ହଳଦିଆ, ଗାଢ଼ନୀଳ, କମଳାରଙ୍ଗ ଓ ଗୋଲାପି ଇତ୍ୟାଦି ରଙ୍ଗର ଅଙ୍ଗୁର ଦେଶ ବିଦେଶରେ ମିଳେ ।

ଅଙ୍ଗୁରକୁ ସିଧା ସେବନ କରାଯାଏ କିମ୍ବା ରସ, ଜାମ ବା ଏହାରୁ ମଞ୍ଜିରୁ ତେଲ ବାହାର କରି ବ୍ୟବହାର କରାଯାଇଥାଏ ।

ଅଙ୍ଗୁର ଏକ ସୁସ୍ଵାଦୁ ଓ ପୃଷ୍ଟିକର ଫଳ । ପାଚିଲା ଅଙ୍ଗୁର ସହଜରେ ଜୀର୍ଣ୍ଣ ହୁଏ । ସେଥିପାଇଁ ଏହା ସାଧାରଣତଃ ରୋଗୀମାନଙ୍କର ପଥ୍ୟ ହିସାବରେ ବ୍ୟବହୃତ ହୁଏ । ଏଥିରେ ଅଧିକ ପରିମାଣର ଚିନି ଜାତୀୟ ଖାଦ୍ୟ ଓ ଧାତବ ଲବଣ ଥାଏ । ଅଙ୍ଗୁର ପାଚିଲେ ଖିଆଯାଏ । ଅଙ୍ଗୁରର କେତେକ କିସମ ଅଛି ଯାହାର ମଞ୍ଜି ନାହିଁ । ତାକୁ ଶୁଖାଇ କିସମିସ ପ୍ରସ୍ତୁତ କରାଯାଏ । କେତେକ କିସମ ଅଛି ଯାହାର ଫଳରୁ ରସ ବାହାର କରି ଖିଆଯାଏ ଏବଂ ରସରୁ ମଧ୍ୟ ମଦ ତିଆରି ହୁଏ ।

ଯଦି ଓଡ଼ିଶାରେ ଅଙ୍ଗୁର ଚାଷ କଥା କହିବା ତେବେ ଚାଷୀଭାଇ ମାନେ ବିଶ୍ୱାସ କରିବେ ନାହିଁ । ବିଶ୍ୱାସ ନହେଉଥିଲେ ବି କଥା ଟି କିନ୍ତୁ ସତ । ଓଡିଶା ସାରାରେ କେହି ବି ଚାଷୀଭାଇ ଏହି ଜିନିଷକୁ ଚେଷ୍ଟା କରିନଥିବେ । କିନ୍ତୁ ଅଙ୍ଗୁର ଚାଷକୁ ଓଡ଼ିଶାରେ ସଫଳ କରି ଦେଖେଇଛନ୍ତି ଜଣେ ମହିଳା ।  ଗୋଟେ ଗଛରୁ ସେ ଆଠରୁ ଦଶ କିଲୋ ଅମଳ କରିଛନ୍ତି । ସେହି ମହିଳାଙ୍କ ନାମ ହଉଛି ମାଳତୀ ପ୍ରଧାନ । ତାଙ୍କ ଗ୍ରାମ ହଉଚି କୁସୁମିତା, ବଳଦାପଡା ଓ ଜିଲ୍ଲା କେଉଁଝର ସେ ତାଙ୍କ ବାଡ଼ିରେ ଅଙ୍ଗୁରୁ ଚାଷ କରିଛନ୍ତି । ସେ ଏହା ୨୦୦୩ ମସିହାରୁ ଆରମ୍ଭ କରିଛନ୍ତି । ଏହି ଚାଷୀଙ୍କୁ ଉତ୍ସାହିତ କରାଯିବା ଉଚିତ । ଜଣେ ମହିଳା ଚାଷୀ ହୋଇ ଏତେ ସୁନ୍ଦର ଅଙ୍ଗୁର ଗଛ ଲଗାଇ ଚାଷ କରି ଦେଖାଇଛନ୍ତି ।

 

ଯଦି ଅଙ୍ଗୁର ଖାଇବେ କିଣିକି କାହିଁକି ଖାଇବେ ନିଜେ ଚାଷ କରି କାହିଁକି ନଖାଇବେ ବୋଲି ଭାବି ସେ ଅଙ୍ଗୁରୁ ଲଗେଇଥିଲେ । ସେହି ସ୍ଥାନରେ ଶୀତ ବହୁତ ହୋଇଥାଏ । ଖରା ଦିନେ ବି ବେସି ଗରମ ହେଇଥାଏ ଓ ତାପମାତ୍ରା ୪୦ ପାଖାପାଖି ରହିଥାଏ ।  ସେ ଅଙ୍ଗୁର ଲଗେଇବା ବେଳେ କୌଣସି ସାର ଓ ଖତ ଦେଇନଥିଲେ ।

ଆପଣ ନିଶ୍ଚୟ ଅଙ୍ଗୁର ଖାଇଥିବେ । କେହି କେହି ଅଙ୍ଗୁର ଗଛ ନିଜ ଆଖିରେ ଦେଖିଥିବେ । ଅଙ୍ଗୁର ଦୁନିଆରେ ବହୁଳ ଭାବରେ ଖିଆଯାଏ । ଏଥିରୁ ଅନେକ ପ୍ରକାର ଖାଦ୍ୟ ପଦାର୍ଥ ଓ ପାନ୍ୟ ତିଆରି ହୋଇଥାଏ । କେବଳ ଫଳ ଭାବରେ ନୁହେଁ, ଏହା ମଦ ତିଆରିରେ ମଧ୍ୟ ବହୁଳ ଭାବେ ବ୍ୟବହୃତ ହୁଏ । ଦୁନିଆରେ ବହୁତ ଲୋକ ଅଛନ୍ତି ଯେଉଁମାନେ ଫଳ ଖାଇବାକୁ ବହୁତ ଭଲପାଆନ୍ତି । ଅଧିକାଂଶ ଲୋକ ଅଙ୍ଗୁର ଖାଇବାକୁ ଭଲ ପାଉଥିବା ବେଳେ ଏହାକୁ ନେଇ ପ୍ରସ୍ତୁତ ହେଉଥିବା ୱାଇନକୁ ମଧ୍ୟ ପିଇବାକୁ ଭଲ ପାଆନ୍ତି । 

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments