1. କୃଷି ଖବର

ବଡ଼ ଖୁସି ଖବର! ପୁଣି ବଢ଼ିଲା ସରକାରୀ ଚାକିରିଆଙ୍କ ଦରମା

ଆସିଲା ବଡ଼ ଖବର । ପୁଣି ବଢ଼ିଲା ସରକାରୀ ଚାକିରିଆଙ୍କ ଦରମା । କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରିଥିବା ସମସ୍ତ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରୀୟ କର୍ମଚାରୀଙ୍କ ୩% DA ବୃଦ୍ଧିକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି ।

Sudesna Nayak
Sudesna Nayak
great news salaries of government employees have risen again

great news salaries of government employees have risen again

ଆସିଲା ବଡ଼ ଖବର । ପୁଣି ବଢ଼ିଲା ସରକାରୀ ଚାକିରିଆଙ୍କ ଦରମା । କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି କରିଥିବା ସମସ୍ତ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରୀୟ କର୍ମଚାରୀ (Central Government Employees)ଙ୍କ ୩% DA ବୃଦ୍ଧିକୁ କ୍ୟାବିନେଟ୍‌ରେ ମଞ୍ଜୁରୀ ମିଳିଛି ।

ସୂଚନା ଅନୁୟାୟୀ ଖାଲି ସେତିକି ନୁହେଁ ପେନସନଭୋଗୀ(Pensioners)ଙ୍କ DR ମଧ୍ୟ ୩% ବୃଦ୍ଧି କରାଯାଇଛି । ଏନେଇ କେନ୍ଦ୍ର ସରକାର (Central Government)ଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ୩% ବୃଦ୍ଧି ପରେ ବେସିକ୍ ପେ’ର ୩୪% ମିଳିବ । ବର୍ଦ୍ଧିତ ୩% DA ଅତିରିକ୍ତ ଇନଷ୍ଟାଲମେଣ୍ଟରେ ଦେବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ରହିଛି । ତେବେ ୨୦୨୨ ଜାନୁଆରୀ ୧ ରୁ ପିଛିଲା ଭାବେ ଏହାକୁ ଲାଗୁ କରାଯାଇଛି ।

ଏହି ନିପତ୍ତି ଦ୍ୱାରା ୪୭.୬୮ ଲକ୍ଷ କର୍ମଚାରୀ ଓ ୬୮.୬୨ ଲକ୍ଷ ପେନସନଭୋଗୀ (Pensioners) ଉପକୃତ ହେବେ । ଏହି ବର୍ଦ୍ଧିତ ନିଷ୍ପତ୍ତି ଦ୍ୱାରା କେନ୍ଦ୍ର ସରକାର (Central Government)ଙ୍କ ଉପରେ ୯,୫୪୪.୫୦ କୋଟି ଟଙ୍କାର ଅତିରିକ୍ତ ବୋଝ ପଡିବ। ସମସ୍ତଙ୍କ ମନରେ ଏହି ଖବର ହିଁ ଏକ ଖୁସିର ମାହୋଲ ତିଆରି କରିଛି ।

ପୂର୍ବରୁ ଚର୍ଚ୍ଚା ହେଉଥିଲା, ହୋଲି ପୂର୍ବରୁ କେନ୍ଦ୍ର ସରକାର (Central Government) ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିପାରନ୍ତି । ହେଲେ ଏପରି କିଛି ଘୋଷଣା ହୋଇନଥିଲା ।

ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଲାଗୁ ହେବା ପରେ କେନ୍ଦ୍ର କର୍ମଚାରୀ (Central Government Employees)ଏବଂ ପେନ୍‌ସନ୍‌ଭୋଗୀ (Pensioners) ଙ୍କୁ ଏବେ ୩୧% ବଦଳରେ ୩୪% ମହଙ୍ଗା ଭତ୍ତା ମିଳିବ । ଏହି ଘୋଷଣା ପରେ କର୍ମଚାରୀଙ୍କୁ ବର୍ଦ୍ଧିତ ଡିଏ ସହିତ ଜାନୁଆରୀ ଓ ଫେବ୍ରୁଆରୀ ୨୦୨୨ର ବକେୟା ଅର୍ଥ ମଧ୍ୟ ମିଳିବ। ମାର୍ଚ୍ଚ ମାସରେ କେନ୍ଦ୍ର କର୍ମଚାରୀଙ୍କୁ ନୂଆ ଦରମା ମିଳିବ । ସରକାରଙ୍କ ଏହି ଘୋଷଣା ଦ୍ୱାରା ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଲାଭବାନ ହେବେ ।

ପ୍ରକାଶ ଥାଉ ଯେ, ଗତ ବର୍ଷ ଅକ୍ଟୋବରରେ କେନ୍ଦ୍ର ସରକାର (Central Government) ମହଙ୍ଗା ଭତ୍ତା ୨୮%ରୁ ୩୧% ବୃଦ୍ଧି କରିଥିଲେ। ଏହାପୂର୍ବରୁ ସେହିବର୍ଷ ଜୁଲାଇରେ ମହଙ୍ଗା ଭତ୍ତା ୧୭%ରୁ ୨୮%କୁ ବଢ଼ିଥିଲା । ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ କେନ୍ଦ୍ରୀୟ କର୍ମଚାରୀ (Central Government Employees)ଙ୍କ DA ଦୁଇଥର ବଢ଼ାଇଥିଲେ ସରକାର ।

7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର; ଦରମା ସହ ଖାତାକୁ ଆସିବ ୫୮,୦୩୮ ଟଙ୍କା

ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର; ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments