1. କୃଷି ଖବର

ସବୁଜ ରାଖୀ, ସବୁଜ ପୃଥିବୀ !!

ଚଳିତ ବର୍ଷ ରକ୍ଷାବନ୍ଧନରେ ଯଦି ଆପଣ ଅର୍ଥ ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଆମେ ଆଜି ଆପଣଙ୍କୁ ଏକ ବହୁତ ବଢ଼ିଆ ଉପାୟ କହିବାକୁ ଯାଉଛୁ l ଯାହା ଦ୍ୱାରା ଆପଣ ନିଜ ଘରେ ବସି ବ୍ୟବସାୟ ଆରମ୍ଭ କରିପାରିବେ ଓ ଭଲ ପଇସା ରୋଜଗାର କରିପାରିବେ l ଆପଣମାନେତ ଜାଣନ୍ତି ରାକ୍ଷୀ ପୂର୍ଣ୍ଣିମା ଆସିଲେ ବଜାରରେ ରାକ୍ଷୀ ବିକ୍ରି କେତେ ଜୋରଶୋରରେ ଚାଲେ ଓ ରାକ୍ଷୀ ପାଇଁ ବଜାରରେ କେତେ ଚାହିଦା ରହିଥାଏ l ଯଦି ଆପଣଙ୍କ ପାଖରେ ରାକ୍ଷୀ ବନେଇବାର କଳା ଓ କୌଶଳ ଅଛି, ତେବେ ଆପଣ ହାତ ତିଆରି ରାକ୍ଷୀ ପ୍ରସ୍ତୁତ କରି ପାରିବେ l

Sugyan Kumar Nayak
Sugyan Kumar Nayak
Green Rakhi

Green Rakhi

ଚଳିତ ବର୍ଷ ରକ୍ଷାବନ୍ଧନରେ ଯଦି ଆପଣ ଅର୍ଥ ରୋଜଗାର କରିବାକୁ ଚାହୁଁଛନ୍ତି ତେବେ ଆମେ ଆଜି ଆପଣଙ୍କୁ ଏକ ବହୁତ ବଢ଼ିଆ ଉପାୟ କହିବାକୁ ଯାଉଛୁ l ଯାହା ଦ୍ୱାରା ଆପଣ ନିଜ ଘରେ ବସି ବ୍ୟବସାୟ ଆରମ୍ଭ କରିପାରିବେ ଓ ଭଲ ପଇସା ରୋଜଗାର କରିପାରିବେ l ଆପଣମାନେତ ଜାଣନ୍ତି ରାକ୍ଷୀ ପୂର୍ଣ୍ଣିମା ଆସିଲେ ବଜାରରେ ରାକ୍ଷୀ ବିକ୍ରି କେତେ ଜୋରଶୋରରେ ଚାଲେ ଓ ରାକ୍ଷୀ ପାଇଁ  ବଜାରରେ କେତେ ଚାହିଦା ରହିଥାଏ l ଯଦି ଆପଣଙ୍କ ପାଖରେ ରାକ୍ଷୀ ବନେଇବାର କଳା ଓ କୌଶଳ ଅଛି, ତେବେ ଆପଣ ହାତ ତିଆରି ରାକ୍ଷୀ ପ୍ରସ୍ତୁତ କରି ପାରିବେ l  ସେମିତିରେ ତ ଏହି ବ୍ୟବସାୟ ନୂଆ ନୁହେଁ l  ଆଜିର ସମୟରେ ଅନେକ ଲୋକ ଏହି ବ୍ୟବସାୟ କରୁଛନ୍ତି l ଯେଉଁଥିରେ କି ଦିଲ୍ଲୀର ଅଙ୍କିତା ଗର୍ଗ ମଧ୍ୟ ସାମିଲ ରହିଛନ୍ତି l ବାସ୍ତବରେ ଗତ ବର୍ଷରୁ ହିଁ ଅଙ୍କିତା ଗର୍ଗ ରାକ୍ଷୀ ପ୍ରସ୍ତୁତ କରି ବିକୁଛନ୍ତି l ଏବଂ ତାଙ୍କ ରାକ୍ଷୀର ବିଶେଷତ୍ୱ ଏହାଯେ ସେ ବିଭିନ୍ନ ଖାଦ୍ୟ ଶସ୍ୟରୁ ରାକ୍ଷୀ ପ୍ରସ୍ତୁତ କରନ୍ତି l  ଆମେ ଆପଣଙ୍କୁ ଅଙ୍କିତା ଗର୍ଗଙ୍କ ଦ୍ୱାରା ପ୍ରସ୍ତୁତ ରାକ୍ଷୀ ବିଷୟରେ ସମ୍ପୂର୍ଣ ଜଣାଇବୁ, ଯାହା ଦ୍ୱାରା ଆପଣ ମଧ୍ୟ ଏହି ବ୍ୟବସାୟ କରିପାରିବେ ଓ ଲାଭବାନ ହୋଇପାରିବେ l ଏହା ଛଡ଼ା ସ୍ୱାବଲମ୍ବୀ ମଧ୍ୟ ହୋଇପାରିବେ l

ଅଙ୍କିତା ଗର୍ଗଙ୍କ କହିବା ଅନୁସାରେ ପ୍ରତି ବର୍ଷ ଆମେ ପ୍ରାୟ ୬୦ କୋଟି ରାକ୍ଷୀ ବ୍ୟବହାର କରୁଛେ, ଯାହାକି ମୁଖ୍ୟତଃ ପ୍ଲାଷ୍ଟିକ, ମାଳୀ, ମୋତି, ଫିତା, କାଗଜ, କପଡା ଆଦିରୁ ପ୍ରସ୍ତୁତ ହୋଇଥାଏ l ତେଣୁ ଆମେ ଏହି ସବୁ ଜିନିଷ ସହିତ କିଛି ଅନ୍ୟ ଜିନିଷ ଯେମିତିକି କଉଡ଼ି ଓ ଶଙ୍ଖ ଆଦିକୁ ବ୍ୟବହାର କରି ମଧ୍ୟ ରାକ୍ଷୀ ପ୍ରସ୍ତୁତ କରିପାରିବା l ସବୁଠାରୁ ଖାସ କଥା ଏହା ଯେ, ଆପଣ ବିଭିନ୍ନ ଉପାୟରେ ଏହି ରାକ୍ଷୀକୁ ପ୍ରସ୍ତୁତ କରିପାରିବେ, ଯେମିତିକି ଅଙ୍କିତା ଗର୍ଗ କରୁଛନ୍ତି l ସେ ରାକ୍ଷୀ ପ୍ରସ୍ତୁତ କରିବା ସମୟରେ ତୁଳସୀ, ଗେଣ୍ଡୁ, ଗୋଲାପ ଆଦି ଫୁଲ ଏବଂ ଭେଣ୍ଡି, କଲରା, ଟମାଟୋ, ଲଙ୍କା, ଆଦିର ମଞ୍ଜିକୁ ମଧ୍ୟ ବ୍ୟବହାର କରନ୍ତି l ଆପଣ ମଧ୍ୟ ରାଖୀ ବନାଇବା ସମୟରେ କାଗଜ ଓ ଅନ୍ୟ କିଛି ସାଜସଜ୍ଜା ଜିନିଷର ବ୍ୟବହାର କରିପାରିବେ l

ଏହାଛଡା ଆପଣ ଶଙ୍ଖରୁ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରିପାରିବେ l ଏହି ରାକ୍ଷୀ ବନାଇବା ସମୟରେ ଆପଣ ଶଙ୍ଖ ଖୋଳରେ ବିଭିନ୍ନ ମଞ୍ଜିକୁ ଲଗାଇ ସେଥିରୁ ସୁନ୍ଦର ରାକ୍ଷୀ ପ୍ରସ୍ତୁତ କରିପାରିବେ l ଏହି ରାକ୍ଷୀର ମୂଲ୍ୟ ମଧ୍ୟ କମ ରହିଥାଏ, ତେଣୁ ଏହାର ଚାହିଦା ମଧ୍ୟ ଅଧିକ ରହିଥାଏ l ଆଙ୍କିତା ଗର୍ଗଙ୍କ କହିବା ଅନୁଯାୟୀ ଏହି ରାକ୍ଷୀ ଆପଣ ୩୦,୪୦ ରୁ ନେଇକି  ୭୦ ଟଙ୍କା ପର୍ଯ୍ୟନ୍ତ କିଣିପାରିବେ ଏବଂ ଏଥିରେ ପ୍ଲାଷ୍ଟିକ ବିଲକୁଲ୍ ମଧ୍ୟ ବ୍ୟବହାର ହୋଇନଥାଏ l

ଆପଣଙ୍କ ଜାଣିବା ପାଇଁ କହୁଛୁ ଅଙ୍କିତା ଗର୍ଗ ଛୋଟ ବେଳୁ ହିଁ ପ୍ରକୃତି ପ୍ରତି ବହୁତ ଆକର୍ଷିତ ଥିଲେ l ଏହା ଛଡ଼ା ସେ ଲୋକ ମାନଙ୍କର ଅର୍ଥ ବଞ୍ଚାଇବା ଓ ପ୍ରକୃତିର ସୁରକ୍ଷା କରିବା ପାଇଁ ହିଁ ଏପରି ଗୋଟିଏ ଭିନ୍ନ ପଦକ୍ଷପ ନେଇଥିଲେ l ଯାହା ବାସ୍ତବରେ ପ୍ରଶଂସା ଯୋଗ୍ୟ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ