News

GST Rates Hike:ଜନତାଙ୍କୁ ଲାଗିଲା ଝଟକା, କ୍ଷୀର-ଦହି ସମେତ ଏହି ସବୁ ଜିନିଷ ହେଲା ମହଙ୍ଗା

ବଢୁଥିବା ମୁଦ୍ରାସ୍ଫୀତି ମଧ୍ୟରେ ସାଧାରଣ ଜନତା ପୁଣି ଆଉ ଏକ ଝଟକା ଖାଇବାକୁ ଯାଉଛନ୍ତି । ବର୍ତ୍ତମାନ ଦେଶରେ ମୁଦ୍ରାସ୍ଫୀତି ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଏହି ସମୟରେ କେନ୍ଦ୍ର ସରକାର GST ଦର ବୃଦ୍ଧି କରିଛନ୍ତି ।

21 July, 2022 2:50 PM IST By: Sudesna Nayak

ବଢୁଥିବା ମୁଦ୍ରାସ୍ଫୀତି ମଧ୍ୟରେ ସାଧାରଣ ଜନତା ପୁଣି ଆଉ ଏକ ଝଟକା ଖାଇବାକୁ ଯାଉଛନ୍ତି । ବର୍ତ୍ତମାନ ଦେଶରେ ମୁଦ୍ରାସ୍ଫୀତି ଦ୍ରୁତ ଗତିରେ ବୃଦ୍ଧି ପାଉଛି, ଏହି ସମୟରେ କେନ୍ଦ୍ର ସରକାର (CENTRAL GOVERNMENT) GST ଦର ବୃଦ୍ଧି କରିଛନ୍ତି ।

ସରକାରଙ୍କ ଏହି ନିଷ୍ପତ୍ତି ପରେ ଅନେକ ପ୍ରଡକ୍ଟର ଦର ବୃଦ୍ଧି ପାଇଛି । ଜନତାଙ୍କୁ ଲାଗିଲା ଝଟକା । ଯଦି ଆପଣ Amulର ସ୍ବାଦଯୁକ୍ତ କ୍ଷୀର, ଦହି କିମ୍ବା ଅନ୍ୟ କୌଣସି ପ୍ରଡକ୍ଟ ମଧ୍ୟ ବ୍ୟବହାର କରୁଥାନ୍ତି, ତେବେ ଆପଣଙ୍କୁ ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।

୨୦୦ ଗ୍ରାମ ଦହିର ମୂଲ୍ୟ ୪୦-୪୨ ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିସହିତ Amul ଦହି ପ୍ୟାକେଟର ମୂଲ୍ୟ ୩୦-୩୨ ଟଙ୍କାକୁ ବୃଦ୍ଧି ପାଇଛି ।

ଯଦି ଆପଣ ଏକ କିଲୋଗ୍ରାମର ପ୍ୟାକେଟ୍ ନିଅନ୍ତି, ତେବେ ଆପଣଙ୍କୁ ଏଥିପାଇଁ ୬୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହାପୂର୍ବରୁ ଏହାର ମୂଲ୍ୟ ୬୫ ଟଙ୍କା ଥିଲା ।

ଜୁଲାଇ 19ରୁ ମହଙ୍ଗା ହୋଇଛି ପ୍ରଡ଼କ୍ଟ,ଜାଣନ୍ତୁ...

କେନ୍ଦ୍ର ସରକାର (CENTRAL GOVERNMENT)ଙ୍କ ଦ୍ୱାରା GST ବୃଦ୍ଧି ପରେ କମ୍ପାନୀ ଏହାର ପ୍ରଡକ୍ଟର ଦରକୁ ସଂଶୋଧନ କରିଛି । କମ୍ପାନୀ କହିଛି ଯେ ନୂତନ ଦର ୧୯ ଜୁଲାଇ ୨୦୨୨ ରୁ କାର୍ଯ୍ୟକାରୀ ହୋଇଛି । ପ୍ୟାକେଜ୍ ପ୍ରଡକ୍ଟ ଉପରେ ସରକାର ଲଗାଇଥିବା ୫ ପ୍ରତିଶତ GST ପରେ ମୂଲ୍ୟ ବୃଦ୍ଧି ପାଇଛି ।

ପ୍ରକାଶ ଥାଉ ଯେ, କେନ୍ଦ୍ର ସରକାର (CENTRAL GOVERNMENT) GST ଦର ବୃଦ୍ଧି କରିଛନ୍ତି । ଦହି, ଲସି ସମେତ ଅନେକ ସାମଗ୍ରୀ ହୋଇଯାଇଛି ମହଙ୍ଗା । ଯାହାକୁ ନେଇ ଚିନ୍ତାରେ ଲୋକ ।

GST Update News: ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, ଜୁଲାଇ 18ରୁ ମହଙ୍ଗା ହେବ ଏହି ଜିନିଷ,ଜାଣନ୍ତୁ...

New GST Rule: ମହଙ୍ଗା ହେବ ଏହିସବୁ ଜିନିଷ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)