1. କୃଷି ଖବର

GST Update News: ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା, ଜୁଲାଇ 18ରୁ ମହଙ୍ଗା ହେବ ଏହି ଜିନିଷ,ଜାଣନ୍ତୁ...

ବଢୁଥିବା ମୁଦ୍ରାସ୍ଫୀତି ମଧ୍ୟରେ ସାଧାରଣ ଜନତା ପୁଣି ଆଉ ଏକ ଝଟକା ଖାଇବାକୁ ଯାଉଛନ୍ତି । ଆସନ୍ତା 18 ତାରିଖରୁ ଆପଣମାନଙ୍କୁ ଅନେକ ଦୈନନ୍ଦିନ ଜିନିଷ ପାଇଁ ଅଧିକ ଦେୟ ଦେବାକୁ ହିଁ ପଡ଼ିବ ।

Sudesna Nayak
Sudesna Nayak
nirmala sitharaman announced packaged food will costlier from july 18

nirmala sitharaman announced packaged food will costlier from july 18

ବଢୁଥିବା ମୁଦ୍ରାସ୍ଫୀତି ମଧ୍ୟରେ ସାଧାରଣ ଜନତା ପୁଣି ଆଉ ଏକ ଝଟକା ଖାଇବାକୁ ଯାଉଛନ୍ତି । କାରଣ ଆସନ୍ତା ୧୮ ତାରିଖରୁ ଆପଣମାନଙ୍କୁ ଅନେକ ଦୈନନ୍ଦିନ ଜିନିଷ ପାଇଁ ଅଧିକ ଦେୟ ଦେବାକୁ ହିଁ ପଡ଼ିବ ।

GSTର ୪୭ତମ ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman) ଏହି ସୂଚନା ଦେଇଛନ୍ତି । ଅର୍ଥମନ୍ତ୍ରୀ (Nirmala Sitharaman)କହିଛନ୍ତି ଯେ, ୧୮ ତାରିଖରୁ ଦହି, ଲସି ସମେତ ଅନେକ ସାମଗ୍ରୀ ହୋଇଯିବ ମହଙ୍ଗା । ଯାହାକୁ ନେଇ ଚିନ୍ତାରେ ଲୋକ । ଜୁଲାଇ 18 ରୁ କିଛି ନୂଆ ଉତ୍ପାଦ, ଆଉ କିଛି ଦ୍ରବ୍ୟ ଏବଂ ସେବା ଉପରେ GSTର ହାର ବୃଦ୍ଧି ପାଇବ । 

ସୂଚନା ଦେଲେ ସରକାର,ଜାଣନ୍ତୁ...

୧୮ ଜୁଲାଇ ପରେ ହିଁ ପ୍ରି-ପ୍ୟାକେଜଡ କୃଷି ଉତ୍ପାଦ ମଧ୍ୟରେ ପନିର, ଲସି, ଛାଛ, ପ୍ୟାକେଜଡ ଦହି, ଗହମ ଅଟା, ମହୁ, ପାପଡ଼, ଖାଦ୍ୟାନ୍ନ, ମାଂସ, ମାଛ, ମୁରମୁରୀ, ଗୁଡ଼ ଆଦି ସମସ୍ତ ଜିନିଷ ମହଙ୍ଗା ହେବ ।

ଏବେ ହିଁ ବ୍ରାଣ୍ଡେଡ୍ ଓ ପ୍ୟାକେଜ୍ ଖାଦ୍ୟ ସାମଗ୍ରୀ ଉପରେ 5 ପ୍ରତିଶତ GST ଆଦାୟ କରାଯାଉଛି ।

ଏହି ସବୁ ଜିନିଷ ମଧ୍ୟ ମହଙ୍ଗା ହେବ,ଜାଣନ୍ତୁ...

-ଟେଟ୍ରା ପ୍ୟାକ୍ ଦହି, ଲସି ମହଙ୍ଗା ହେବ ।

-HOTELଗୁଡିକରେ ପ୍ରତିଦିନ ୧୦୦୦ରୁ କମ୍ ଭଡ଼ା ହୋଇଥିବା ROOMଗୁଡିକ ଉପରେ ୧୨ ପ୍ରତିଶତ GST ହିଁ ଲାଗୁ ହେବ । 

-LED ଲାଇଟ୍ ଓ LED ଲ୍ୟାମ୍ପ ଉପରେ ୧୮ ହିଁ ପ୍ରତିଶତ ଜିଏସଟି ଲାଗୁ ହେବ ।

-ଚେକ୍ ବୁକ୍ ପ୍ରସଙ୍ଗରେ ବ୍ୟାଙ୍କଗୁଡିକ ଦ୍ବାରା ଆଦାୟ କରାଯାଉଥିବା ଦେୟ ଉପରେ ଏବେ 18% GSTଲାଗିବ ।

-ଏକ ହସ୍ପିଟାଲରେ 5 ହଜାର ଟଙ୍କାରୁ ଅଧିକ ଭଡ଼ା (ICU ନଥିବା) ରୁମ ଉପରେ 5% GST ଲାଗୁ ହେବ ।

-ଏହା ବ୍ୟତୀତ, ଆଟଲାସ୍ ସହିତ ମାନଚିତ୍ର ଦେୟ ଉପରେ ଏବେ GST ଲାଗୁ ହେବ ।

-ପୂର୍ବରୁ ୧୨ ପ୍ରତିଶତ ଜିଏସଟିକୁ ହିଁ ଆକର୍ଷିତ କରୁଥିବା ବ୍ଲେଡ୍, କାଗଜ କଇଁଚି, ପେନ୍ସିଲ୍ ଶାର୍ପନର, ଚାମଚ, କଣ୍ଟା ଚାମଚ, ସ୍କିମର୍ସ ଓ କେକ୍ ସର୍ଭର୍ସ ଇତ୍ୟାଦି ଉପରେ ଏବେ ୧୮ ପ୍ରତିଶତ GST ଲାଗୁ ହେବ ।

ଏହି ଜିନିଷଗୁଡ଼ିକ ଶସ୍ତା ହେବ,ଜାଣନ୍ତୁ...

-ଜୁଲାଇ ୧୮ରୁ ରୋପୱେ ଯାତ୍ରା ଓ ସାମଗ୍ରୀ ପରିବହନ ଶସ୍ତା ହେବ ।

-ପ୍ରତିରକ୍ଷା ବାହିନୀ ପାଇଁ ଆମଦାନୀ ହୋଇଥିବା କିଛି ହିଁ ଆଇଟମ୍ ଉପରେ IGST ପ୍ରଯୁଜ୍ୟ ହେବ ନାହିଁ ।

- ସ୍ପ୍ଲିଣ୍ଟ ଓ ଅନ୍ୟାନ୍ୟ ଭଙ୍ଗା ଉପକରଣ, ଶରୀର ପ୍ରୋଥେସ୍, ଶରୀର ପ୍ରତିରୋପଣ, ଇଣ୍ଟ୍ରା-ଓକୁଲାର ଲେନ୍ସ ଉପରେ ଜିଏସଟି ୧୨ରୁ ହିଁ ୫ ପ୍ରତିଶତକୁ ହ୍ରାସ କରାଯାଇଛି ।

-ଇନ୍ଧନ ମୂଲ୍ୟରୁ ମାଲ ପରିବହନ କରୁଥିବା ଅପରେଟରଙ୍କ ଭଡ଼ା ଉପରେ GST ୧୮ରୁ ୧୨ ପ୍ରତିଶତକୁ ହିଁ ହ୍ରାସ କରାଯାଇଛି ।

-ପ୍ରତିରକ୍ଷା ବାହିନୀ ପାଇଁ ଆମଦାନୀ ହୋଇଥିବା କିଛି ହିଁ ଆଇଟମ୍ ଉପରେ IGST ପ୍ରଯୁଜ୍ୟ ହେବ ନାହିଁ ।

ଗ୍ରାହକଙ୍କ ପାଇଁ ଖୁସି ଖବର;ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ,ଜାଣନ୍ତୁ...

Union Budget:ଚାଷୀଙ୍କ ପାଇଁ ଖୁସି ଖବର ; ସ୍ମାର୍ଟ କୃଷି ପାଇଁ ବ୍ୟବହାର ହେବ କିଶାନ ଡ୍ରୋନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments