1. କୃଷି ଖବର

Union Budget:ଚାଷୀଙ୍କ ପାଇଁ ଖୁସି ଖବର ; ସ୍ମାର୍ଟ କୃଷି ପାଇଁ ବ୍ୟବହାର ହେବ କିଶାନ ଡ୍ରୋନ

କୃଷି କ୍ଷେତ୍ରରେ ପ୍ରବେଶ କରିବ ଟେକ୍ନୋଲୋଜି । ଫସଲ ଆକଳନ, ଜମି ରେକର୍ଡ ପାଇଁ ବ୍ୟବହାର ହେବ କିଶାନ ଡ୍ରୋନ ।

Sudesna Nayak
Sudesna Nayak
budget 2022 kisan drones to be used for crop assessments land records

budget 2022 kisan drones to be used for crop assessments land records

କୃଷି କ୍ଷେତ୍ରରେ ପ୍ରବେଶ କରିବ ଟେକ୍ନୋଲୋଜି । ଫସଲ ଆକଳନ, ଜମି ରେକର୍ଡ ପାଇଁ ବ୍ୟବହାର ହେବ କିଶାନ ଡ୍ରୋନ (kisan drones) ।

ସଂସଦରେ ଚଳିତବର୍ଷର ସାଧାରଣ ବଜେଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman)ଏହି ବଜେଟ (Budget)ଉପସ୍ଥାପନ କରିଛନ୍ତି । ମୋଟ ୩୯ ଳକ୍ଷ ୪୫ ହଜାର କୋଟି ବ୍ୟୟବରାଦ କରାଯାଇଛି । କୃଷି, ଶିକ୍ଷା, ପ୍ରତିରକ୍ଷା, ଭିତ୍ତିଭୂମି, ଯୋଗାଯୋଗ, ବାଣିଜ୍ୟ ବିଭିନ୍ନ କ୍ଷେତ୍ରକୁ ବଜେଟରେ ଗୁରୁତ୍ବ ଦିଆଯାଇଛି । ଆର୍ଥିକ ବର୍ଷ ୨୦୨୨ ପାଇଁ ଜିଡିପି ଅଭିବୃଦ୍ଧି ହାର 9.2%କୁ ବୃଦ୍ଧି ଲକ୍ଷ୍ୟ । ଯାହା ବୃହତ ଅର୍ଥନୀତିରେ ସର୍ବାଧିକ ।

ସୂଚନା ଅନୁଯାୟୀ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman)ଙ୍କ ବଜେଟ (Budget) ପେଡିରେ ସ୍ମାର୍ଟ କୃଷି ପାଇଁ ବ୍ୟୟବରାଦ । ସ୍ମାର୍ଟ କୃଷି ପ୍ରକ୍ରିୟା ପାଇଁ ସରକାର ଆରମ୍ଭ କରିବେ କିଶାନ ଡ୍ରୋନ (kisan drones) । ଫସଲ ଆକଳନ, ଜମି ରେକର୍ଡ ଏବଂ କୀଟନାଶକ ସ୍ପ୍ରେ ପାଇଁ ଏହି ଡ୍ରୋନ୍ ନିୟୋଜିତ ହୋଇପାରିବ । ଯାହା ପ୍ରଭାବୀ ଭାବେ କାର୍ଯ୍ୟ କରିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ପ୍ରକାଶ ଥାଉ କି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ଆହୁରି ମଧ୍ୟ କହିଛନ୍ତି 9 ଲକ୍ଷ ହେକ୍ଟରରୁ ଅଧିକ ଚାଷୀ (Farmer)ଙ୍କ ଜମିକୁ ଜଳସେଚନ ଯୋଗାଇବା ପାଇଁ 44,605 ​​କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

budget 2022 : ବଜେଟର ରାସାୟନ ମୁକ୍ତ କୃଷିକୁ ପ୍ରୋତ୍ସାହିତ ; MSP ରେକର୍ଡ଼ କ୍ରୟ କରାଯିବ

Budget 2022: ଗୁଡ ନ୍ୟୁଜ, ରେଳ ବଜେଟକୁ ନେଇ ଯାତ୍ରୀଙ୍କୁ ମିଳିବ ବହୁ ସୁବିଧା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments