1. କୃଷି ଖବର

budget 2022 : ବଜେଟର ରାସାୟନ ମୁକ୍ତ କୃଷିକୁ ପ୍ରୋତ୍ସାହିତ ; MSP ରେକର୍ଡ଼ କ୍ରୟ କରାଯିବ

ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ରେ କୃଷକଙ୍କ ଠାରୁ ରେକର୍ଡ କ୍ରୟ କରାଯିବ। ଏଥିସହ ଆସନ୍ତା ବର୍ଷରେ ରାସାୟନିକ ମୁକ୍ତ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବଜେଟରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

Sudesna Nayak
Sudesna Nayak
record purchase from farmers on msp in budget 2022

record purchase from farmers on msp in budget 2022

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) ଦେଶର ସାଧାରଣ ବଜେଟ୍ (Budget) ଉପସ୍ଥାପନ କରୁଛନ୍ତି । କୃଷି କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ଅନେକ ଘୋଷଣା କରିଛନ୍ତି। ସର୍ବନିମ୍ନ ସହାୟତା ମୂଲ୍ୟ ଏମଏସପି (Msp)ରେ କୃଷକ (Farmer)ଙ୍କ ଠାରୁ ରେକର୍ଡ କ୍ରୟ କରାଯିବ । ଏଥିସହ ଆସନ୍ତା ବର୍ଷରେ ରାସାୟନିକ ମୁକ୍ତ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ସୂଚନା ଅନୁଯାୟୀ, ସଂସଦରେ ବଜେଟ୍ (Budget) ଭାଷଣ ଦେବାବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman) କହିଛନ୍ତି ଯେ, ଏମଏସପି (Msp)ରେ କୃଷକଙ୍କ (Farmer)ଠାରୁ ରେକର୍ଡ କ୍ରୟ କରାଯିବ । ସିଲାବସରେ ଫାର୍ମିଂ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଉତ୍ସାହିତ କରାଯିବ । ଗଙ୍ଗା କରିଡର (୫କିମି ଚଉଡା କରିଡର)ରେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରାଯିବ ।

ରବି ଋତୁ ଏବଂ ଖରିଫ ଋତୁରେ ଆନୁମାନିକ ଭାବେ ୧୬୩ ଲକ୍ଷ ଚାଷୀ (Farmer)ଙ୍କ ଠାରୁ ୧୨୦୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଓ ଗହମ କିଣାଯିବ । ସରକାରଙ୍କ ଦ୍ୱାରା ୨.୩୭ ଲକ୍ଷ କୋଟିର ଏମଏସପି (Msp) ଆଧାରିତ ପ୍ରତ୍ୟକ୍ଷ ଦେୟ ସିଧାସଳଖ କୃଷକ (Farmer)ଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ । ଏହି ସମୟରେ ଗଙ୍ଗା କୂଳରେ ରହୁଥିବା ଚାଷୀ (Farmer)ଙ୍କ ଜମି ଉପରେ ବିଶେଷ ଧ୍ୟାନ ଦିଆଯିବ । ଏଥିପାଇଁ ୫ କିମି କିଲୋମିଟର ଚଉଡା କରିଡର ନିର୍ମାଣ କରାଯିବ ।

ଏଥି ସହିତ କ୍ଷୁଦ୍ର ଶିଳ୍ପଗୁଡିକ (MSMEs) କୁ କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ ସାହାଯ୍ୟ ମିଳିବ । କ୍ଷୁଦ୍ର କୃଷକ (Farmer) ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ନୂତନ ଉତ୍ପାଦ ଏବଂ ଦକ୍ଷ ଲଜିଷ୍ଟିକ୍ ସେବା ପ୍ରସ୍ତୁତ କରିବ ରେଳବାଇ । Udyam, e-shram, NCS ଏବଂ Aseemର ପୋର୍ଟାଲଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ ହେବ । ଫଳରେ ସେମାନଙ୍କର ପ୍ରସାରକୁ ବ୍ୟାପକ କରାଯାଇପାରିବ । ଏହି ପୋର୍ଟାଲଗୁଡିକ ଜି-ସି, ବି-ସି ଏବଂ ବି-ବି ସେବା ଯୋଗାଇବ । ଯେଉଁଥିରେ ଋଣ ସୁବିଧା, ଉଦ୍ୟୋଗୀ, ସୁଯୋଗ ବୃଦ୍ଧି ହେବ ।

ପ୍ରକାଶ ଥାଉ କି, ୪୪ ହଜାର ୬୦୫ କୋଟିର ଆନୁମାନିକ ମୂଲ୍ୟରେ କେନ୍ ବେତୱା ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ଏହି ଯୋଜନା ଅନୁସାରେ ଦେଶର ୯.୮ ଲକ୍ଷ ହେକ୍ଟର କୃଷି ଜମିକୁ ଜଳସେଚନ ଯୋଗାଇବ । ୬୨ ଲକ୍ଷ ଲୋକମାନଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ।

Budget 2022 : ଖୁସି ଖବର ; କମିଲା LPG ସିଲିଣ୍ଡର ଦର, ଜାଣନ୍ତୁ କେତେ ?

Budget 2022: ଗୁଡ ନ୍ୟୁଜ, ରେଳ ବଜେଟକୁ ନେଇ ଯାତ୍ରୀଙ୍କୁ ମିଳିବ ବହୁ ସୁବିଧା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments