1. କୃଷି ଖବର

ପ୍ରାକୃତିକ କୃଷିରେ ଏବେ କରିପାରିବେ Phd, ରାଜ୍ୟପାଳ କଲେ ପାଠ୍ୟକ୍ରମ ଲଞ୍ଚ

ଗୁଜୁରାଟର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସଷ୍ଟେନେବିଲିଟି (IIS)ରେ ଆରମ୍ଭ ହୋଇଛି ପିଏଚଡି କାର୍ଯ୍ୟକ୍ରମ ।

Shuvanshu Kar
Shuvanshu Kar
Gujurat governor launches Phd programme in Natural Agriculture

Gujurat governor launches Phd programme in Natural Agriculture

ଗୁଜୁରାଟର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ସଷ୍ଟେନେବିଲିଟି (IIS)ରେ ଆରମ୍ଭ ହୋଇଛି ପିଏଚଡି(Phd programme) କାର୍ଯ୍ୟକ୍ରମ । ଗୁଜୁରାଟ ବିଶ୍ୱବିଦ୍ୟାଳୟ(gujurat university) ଦ୍ବାରା ଏହା ଆରମ୍ଭ କରାଯାଇଛି । ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ରବିବାର ଏହାକୁ ଲଞ୍ଚ କରିଛନ୍ତି ।

ଗୁଜୁରାଟ ବିଶ୍ୱବିଦ୍ୟାଳୟରେ ବିଏସସି, ଏମଏସସି, ପିଏଚଡିରେ ମଧ୍ୟ ପ୍ରାକୃତିକ କୃଷି କ୍ଷେତ୍ରରେ ପାଠ୍ୟକ୍ରମ କରିହେବ ବୋଲି ଗୁଜୁରାଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହିମାଂଶୁ ପାଣ୍ଡ୍ୟା ଘୋଷଣା କରିଛନ୍ତି ।

ପ୍ରାକୃତିକ ଚାଷରେ ପିଏଚଡି ପାଠ୍ୟକ୍ରମ ଏକ ରାଜ୍ୟ ବିଶ୍ୱବିଦ୍ୟାଳୟରେ ପ୍ରଥମ ହେବ । ଏଥିରେ ଗ୍ରାମାଞ୍ଚଳ ପରିଚାଳନା ପରି ଏହାର ବିଭିନ୍ନ ଦିଗକୁ ସାମିଲ କରାଯିବ କରିବ । ପରିବେଶ ପରିଚାଳନା, ଉଦ୍ଭାବନ, ଔଦଗିକତା, କୃଷି ଉତ୍ପାଦନ, କୃଷି ବ୍ୟବସାୟ, ମୂଲ୍ୟ ଶୃଙ୍ଖଳା ପରିଚାଳନା ବିଷୟବସ୍ତୁ ମଧ୍ୟ ଏଥିରେ ଯୋଡି ହୋଇରହିବ ।

IIS ନିର୍ଦ୍ଦେଶକ ସୁଧାଂଶୁ ଜାଙ୍ଗିର କହିଛନ୍ତି ଯେ ପିଏଚଡି କାର୍ଯ୍ୟକ୍ରମ ପାଇଁ 8ଟି ସିଟ୍ କୌଣସି ଅଧ୍ୟାପନାରେ ସ୍ନାତକୋତ୍ତର ଥିବା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ କରାଯାଇଛି। ଶାରୀରିକ ଶିକ୍ଷା, ଅର୍ଥନୀତି, ବିଜ୍ଞାନ କିମ୍ବା ବାଣିଜ୍ୟ, ପ୍ରାର୍ଥୀମାନେ ଏହି ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବେ। ଏହାର ସଫଳତାର କାହାଣୀ ସହିତ ପ୍ରାକୃତିକ ଚାଷ ପ୍ରଣାଳୀକୁ ସାମିଲ କରାଯାଇଥିବା ଜଙ୍ଗୀର କହିଛନ୍ତି ।

ସ୍କୁଲ ପାଠ୍ୟ ପୁସ୍ତକରେ ସାମିଲ ହେବ କୃଷି ବିଷୟ

ବିନା ନୋଟିସରେ କେମିତି ICAR ସ୍ୱୀକୃତିରୁ ବାଦ ପଡିଲା ଭବାନୀପାଟଣା କୃଷି ମହାବିଦ୍ୟାଳୟ ? ଛାତ୍ରଛାତ୍ରୀଙ୍କ ଧାରଣା

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ