1. କୃଷି ଖବର

ମହାବିଷୁବ ସଂକ୍ରାନ୍ତି !

ମହାବିଷୁବ ସଂକ୍ରାନ୍ତି !

KJ Staff
KJ Staff

ସମସ୍ତ ଓଡ଼ିଆ ଙ୍କୁ ନବବର୍ଷ ର ଅଭିନନ୍ଦନ

ଗତ କାଲି ଥିବା ମହାବିଷୁବ ସଂକ୍ରାନ୍ତି ର ପବିତ୍ର ଅବସର ଓଡ଼ିଆ ମାନଙ୍କ ଲାଗି ବର୍ଷ ର ପ୍ରଥମ ଦିନ|ପୁରାଣ ଅନୁସାରେ ମହାବୀର ହନୁମାନ ବିଷୁବ ସଂକ୍ରାନ୍ତି ରେ ଜନ୍ମ ଗ୍ରହଣ କରିଥିଲେ ସେ ଦେବଦେବ ମହାଦେବଙ୍କ ପରମ ଭକ୍ତ |ତେଣୁ ହିନ୍ଦୁମାନଙ୍କ ପାଇଁ ଏହା ଏକ ଅତ୍ୟନ୍ତ ପବିତ୍ର ଦିବସ |ଓଡ଼ିଶାରେ ମହାବିଷୁବ ସଂକ୍ରାନ୍ତିର ମହତ୍ୱ ସ୍ୱତନ୍ତ୍ର |କାରଣ ଏହି ସହିତ ଯୋଡିହୋଇ ରହିଛି କଲା ,ସଂସ୍କୃତି ,ପରମ୍ପରିଆ ,ଚଳଣି ଓ ଆଞ୍ଚଳିକ ଧର୍ମ ଧାରଣା |

ଏହି ଦିନ ସୂର୍ଯ୍ୟ ବିଷୁଭ ରେଖା ଉପରେ ଅବସ୍ଥାନ କରନ୍ତି |ଏହା ପରେ ତାଙ୍କର ରଶ୍ମି କ୍ରମଶଃ ପ୍ରଖର ହୁଏ ଏବଂ ଗ୍ରୀଷ୍ମ ର ପ୍ରଭାବ ଅନୁଭବ ହୁଏ |ଏହି ଦିନ ପେଟକୁ ଥଣ୍ଡା ରଖିବାକୁ ପାଇଁ ପାରମ୍ପରିକ ଭାବେ ଥଣ୍ଡା ପାନୀୟର ଶୁଭାରମ୍ଭ ହୋଇଥାଏ |ସେଥିପାଇଁ ଏହାକୁ ପଣା ସଂକ୍ରାନ୍ତି ମଧ୍ୟ କୁହାଯାଏ |

ଏହି ଦିନ ଦେବାଦେଵୀଙ୍କ ସ୍ୱତନ୍ତ୍ର ପୂଜା କରାଯାଇ କ୍ଷୀର,ଦହି ,ନଡ଼ିଆ ,ବେଳ ,ମିଶ୍ରି ପ୍ରଭୁତିରେ ପ୍ରସ୍ତୁତ ସ୍ୱାଦିଷ୍ଟ ପଣା ପ୍ରସାଦ ରୂପେ ସମର୍ପଣ କରାଯାଏ | ଖରା ର ପ୍ରକୋପ ବଢ଼ିବାରୁ ଘରେ ତୁଳସୀ ଗଛ କୁ ପାଣି ଦେବାକୁ ବସୁନ୍ଧରା ଠେକି ର ବ୍ୟବସ୍ତା କରାଯାଏ |

ମହାବିଷୁବ ସଂକ୍ରାନ୍ତି କେବଳ ଓଡିଶା ରେ ନୁହେଁ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଭାବେ ପାଳନ କରାଯାଏ |ଓଡିଶା ରେ ଯାହା ପଣା ସଂକ୍ରାନ୍ତି ,ପଞ୍ଜାବ ରେ ବୈଶାଖୀ ,ପଶ୍ଚିମ ବଙ୍ଗ ରେ ପହେଲା ବୈଶାଖୀ ,କେରଳ ରେ ବିଷୁ ଏହିପରି ଏହା ଅନ୍ତର୍ଜାତୀୟ ଭାବେ ମଧ୍ୟ ପାଳିତ ହୁଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments