News

HAR GHAR TIRANGA: ଦଶ ଦିନରେ 1 କୋଟିରୁ ଅଧିକ ତ୍ରିରଙ୍ଗା ବିକ୍ରି, ଆପଣ ବି କରନ୍ତୁ ଅର୍ଡର

1.5 ଲକ୍ଷ ଡାକଘର ମାଧ୍ୟମରେ 10 ଦିନ ମଧ୍ୟରେ 1 କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି ହୋଇଛି । ଡାକ ବିଭାଗ ପ୍ରତି ପତାକା 25 ​​ଟଙ୍କାରେ ବିକ୍ରି କରୁଛି।

12 August, 2022 10:24 AM IST By: Shuvanshu Kar

ଆଉ ଦିନ କେଇଟାପରେ ଭାରତ ପାଳିବ ସ୍ବାଧୀନତା ଦିବସ(independence day) । ଏନେଇ ସବୁଠି ଉତ୍ସାହର ମାହୋଲ । ଏଥର ଘରେ ଘରେ ଉଡିବ ତ୍ରିରଙ୍ଗା । ଜୋରସୋରରେ ଆଗେଇଚାଲିଛି ହର ଘର ତ୍ରିରଙ୍ଗା ଅଭିଯାନ(Har Ghar Tiranga) । ଏହି କ୍ରମରେ ଅଭିଯାନକୁ ସଫଳ କରାଇବା ପାଇଁ ଭାରତୀୟ ଡାକ(indian postal) ଦେଇଛି ବହୁ ମୂଲ୍ୟ ଯୋଗଦାନ ।

ଡାକଘର ପକ୍ଷରୁ ଜାତୀୟ ପତାକା ଗୋଟିକୁ ୨୫ଟଙ୍କା ହିସାବରେ ବିକ୍ରି କରାଯାଉଛି । ଏହି ପତାକାଗୁଡିକୁ କୌଣସି ଦେୟ ବିନା ଘରେ ପହଞ୍ଚାଯାଉଛି । ଇ-ଡାକଘର ପୋର୍ଟାଲ ଜରିଆରେ ମଧ୍ୟ ନାଗରିକମାନେ ଜାତୀୟ ପତାକା ଅନ୍‌ଲାଇନରେ କିଣିପାରିବେ ।

ଠିକ୍ ସମୟରେ ପତାକା ପହଞ୍ଚାଇବା ଦୃଷ୍ଟିରୁ ନାଗରିକମାନେ ଅଗଷ୍ଟ ୧୨, ୨୦୨୨ ପୂର୍ବରୁ ଜାତୀୟ ପତାକା ପାଇଁ ଅନ୍‌ଲାଇନ ଅର୍ଡର କରିବାକୁ ଡାକବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

ଦେଶର ଗର୍ବିତ ନାଗରିକମାନଙ୍କ ନିକଟରେ ଜାତୀୟ ପତାକା ପହଞ୍ଚାଇବା ସୁନିଶ୍ଚିତ କରିବା ନିମନ୍ତେ ଦେଶବ୍ୟାପୀ ଡାକ ବିଭାଗ ପକ୍ଷର ପତାକା ପିଛା ୨୫ଟଙ୍କା ହିସାବରେ ବିକ୍ରୟ ପାଇଁ ବ୍ୟବସ୍ଥା ହୋଇଛି । ବିପୁଳ ଜନସାଧାରଣ ମଧ୍ୟ ଇ-ଡାକଘର ପୋର୍ଟାଲ (https://www. epostoffice.gov.in/Product Details/Guest_productDetailsProdid=ca6wTEVyMuWlqlgDBTtyTw== ) ଜରିଆରେ ଏଥିପାଇଁ ଅନ୍‌ଲାଇନରେ ଅର୍ଡର କରୁଛନ୍ତି ।

ଡାକବିଭାଗ ପହଞ୍ଚାଇବା ବାବଦ ଦେୟ ନ ନେଇ ଦେଶର ଯେ କୌଣସି ସ୍ଥାନରେ ଜାତୀୟ ପତାକା ପହଞ୍ଚାଇବାରେ ବ୍ୟବସ୍ଥା ମଧ୍ୟ କରିଛି । ସମୟୋଚିତ ପତାକା ପାଇବା ସୁନିଶ୍ଚିତ କରିବା ପାଇଁ ନାଗରିକଗଣ ଅଗଷ୍ଟ ୧୨, ୨୦୨୨ ମଧ୍ୟରାତ୍ରୀ ପୂର୍ବରୁ ଅନଲାଇନରେ ଅର୍ଡର କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।

ସମଗ୍ର ଦେଶରେ ଥିବା ଡାକ ବିଭାଗର 1.5 ଲକ୍ଷ ଡାକଘର ଭାରତ ସରକାରଙ୍କ ହର ଘର ତ୍ରିରଙ୍ଗା ଅଭିଯାନକୁ ସଫଳ କରିବାରେ ବଡ ଯୋଗଦାନ ଦେଉଛି । ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଏହି 1.5 ଲକ୍ଷ ଡାକଘର ମାଧ୍ୟମରେ 10 ଦିନ ମଧ୍ୟରେ 1 କୋଟିରୁ ଅଧିକ ଜାତୀୟ ପତାକା ବିକ୍ରି ହୋଇଛି । ଡାକ ବିଭାଗ ପ୍ରତି ପତାକା 25 ​​ଟଙ୍କାରେ ବିକ୍ରି କରୁଛି।

Har Ghar Tiranga: ପ୍ରଧାନମନ୍ତ୍ରୀଙ୍କ 'ହରଘର ତ୍ରିରଙ୍ଗା' ଅଭିଯାନରେ ସାମିଲ ହେଲା କୃଷି ଜାଗରଣ

ଉପରାଷ୍ଟ୍ରପତି ପଦରେ ଶପଥ ନେଲେ ଦେଶର ଚାଷୀ ପୁଅ ଜଗଦୀପ ଧନଖଡ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)