1. କୃଷି ଖବର

ଉପରାଷ୍ଟ୍ରପତି ପଦରେ ଶପଥ ନେଲେ ଦେଶର ଚାଷୀ ପୁଅ ଜଗଦୀପ ଧନଖଡ

ଦେଶର 14 ତମ ଉପରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଜଗଦୀପ ଧନଖଡ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଧନଖଡଙ୍କୁ ଶପଥ ପାଠ କରାଇଛନ୍ତି ।

Shuvanshu Kar
Shuvanshu Kar
Jagdeep Dhankhar sworn in as 14th Vice President of India

Jagdeep Dhankhar sworn in as 14th Vice President of India

ଦେଶର 14 ତମ ଉପରାଷ୍ଟ୍ରପତି(Vice President of India) ଭାବରେ ଶପଥ ଗ୍ରହଣ କରିଛନ୍ତି ଜଗଦୀପ ଧନଖଡ(Jagdeep Dhankhar) । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଧନଖଡଙ୍କୁ ଶପଥ ପାଠ କରାଇଛନ୍ତି । ନିର୍ବାଚିତ ଉପରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ବିଦାୟୀ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନେକ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ଥିଲେ।

ଶପଥ ଗ୍ରହଣ ପୂର୍ବରୁ ଜଗଦୀପ ଧନଖଡ ବାପୁଙ୍କ ସ୍ମାରକୀ ପରିଦର୍ଶନ କରିଥିଲେ । ଜଗଦୀପ ଧନଖଡଙ୍କ ଶପଥ ଗ୍ରହଣ ସମାରୋହ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଛି । 6 ଅଗଷ୍ଟରେ ଅନୁଷ୍ଠିତ ଉପରାଷ୍ଟ୍ରପତି ନିର୍ବାଚନରେ ​​ମୋଟ 725 ସାଂସଦ ଭୋଟ୍ ଦେଇଥଇଲେ । ଏଥିରେ ଜଗଦୀପ ଧନଖଡଙ୍କୁ 525 ଭୋଟ୍ ଏବଂ ମାର୍ଗରେଟ ଆଲବାଙ୍କୁ 182 ଭୋଟ୍ ମିଳିଥିଲା ।

71 ବର୍ଷୀୟ ଜଗଦୀପ ଧନଖଡ ରାଜସ୍ଥାନର ପ୍ରଭାବଶାଳୀ ଜାଟ ସମ୍ପ୍ରଦାୟର ଅଟନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ​​ପ୍ରାର୍ଥୀ ହେବା ପୂର୍ବରୁ ସେ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ। ସଂଯୋଗ ବସତଃ ଏଥର ଲୋକସଭାର ବାଚସ୍ପତି ଏବଂ ରାଜ୍ୟସଭା ଅଧ୍ୟକ୍ଷ ସମାନ ରାଜ୍ୟର ଅଟନ୍ତି । ବର୍ତ୍ତମାନ ଓମ ବିର୍ଲା ଲୋକସଭାର ବାଚସ୍ପତି ଥିବାବାଳେ ସେ ରାଜସ୍ଥାନର କୋଟା ସଂସଦୀୟ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି ।

ଜଗଦୀପ ଧନଖଡ ମୂଳତଃ ରାଜସ୍ଥାନର ଝୁଝୁନୁର ଏକ ଚାଷୀ ପରିବାରରୁ ଆସିଛନ୍ତି । ବାପା ଗୋକୁଳ ଚନ୍ଦ୍ର ଧନଖଡ ଜଣେ କୃଷକ ଥିଲେ। ରାଜନୀତିରେ ଧନଖଡଙ୍କ ପ୍ରାୟ 30 ବର୍ଷର ଲମ୍ବା ଅଭିଜ୍ଞତା ରହିଛି । ସେ 1989 ରେ ସକ୍ରିୟ ରାଜନୀତିରେ ପାଦ ଥାପିଥିଲେ । ଧନଖଡ ବୃତ୍ତିରେ ଜଣେ ଆଇନଜୀବୀ । ଆଇନ ଅଧ୍ୟୟନ କରିବା ପରେ ସେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ ଏବଂ 1990 ରେ ରାଜସ୍ଥାନ ହାଇକୋର୍ଟରେ ଜଣେ ବରିଷ୍ଠ ଓକିଲ ହୋଇଥିଲେ। ସେ ହାଇକୋର୍ଟରୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଆଇନ ଅଭ୍ୟାସ କରିଛନ୍ତି । ଦେଶର ଜଣାଶୁଣା ଓକିଲମାନଙ୍କ ମଧ୍ୟରେ ଧନଖଡ ପରିଚିତ ।

ପ୍ରଥମ ଥର ପାଇଁ ଜଗଦୀପ ଧନଖଡ ଜନତା ଦଳ ଟିକେଟରେ ଝୁନଝୁନୁରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । 1990 ରେ ସେ ଚନ୍ଦ୍ର ଶେଖର ସରକାରରେ କେନ୍ଦ୍ର ମନ୍ତ୍ରୀ ଦାୟୀତ୍ବ ସମ୍ଭାଳିଥିଲେ । 1993 ରୁ 98 ପର୍ଯ୍ୟନ୍ତ ଧନଖଡ ବିଧାୟକ ମଧ୍ୟ ରହିଛନ୍ତି । କେନ୍ଦ୍ର ସରକାର ତାଙ୍କୁ 20 ଜୁଲାଇ 2019ରେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ନିଯୁକ୍ତ କରିଥିଲେ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଘୋଷିତ ହେବା ପରେ ସେ ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ ।

ଚାଷୀ ପୁଅ ହେଲେ ଦେଶର ଉପରାଷ୍ଟ୍ରପତି

 

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments