1. କୃଷି ଖବର

Headlines of today: ଆଜିର ମୁଖ୍ୟ ଖବର

ଆଜିର ମୁଖ୍ୟ ଖବର କ'ଣ ରହିଛି ଆସନ୍ତୁ ଜାଣିବା l

Tanushree Mahapatra
Tanushree Mahapatra
headlines of today

headlines of today

ଆଜିର ମୁଖ୍ୟ ଖବର :-

- ମହିଳାଙ୍କ ପାଇଁ ସହଜ ହେବ ଚାଷ

- ଖରିଫ୍‍ ମାଣ୍ଡିଆ ପାଇଁ ପଞ୍ଜୀକରଣ ସମୟ ବୃଦ୍ଧି

- ଚାଷୀଙ୍କ ପାଇଁ ବଡ ଖବର,ସମୟ ପୂର୍ବରୁ ଆସିବ କିସ୍ତି ଟଙ୍କା

- କର୍ମଚାରୀଙ୍କ ଖୁସି ଖବର ; ମିଳିବ ଏକାଥରକେ ୨ଟି ଉପହାର

- ଶିମିଳିପାଳରେ 0 ଡିଗ୍ରି ପାରଦ

ମହିଳାଙ୍କ ପାଇଁ ସହଜ ହେବ ଚାଷ: କୃଷି କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବା ଏବଂ କୃଷି ଉଦ୍ଭାବନକୁ ଅଧିକ ରୁ ଅଧିକ ପ୍ରୋତ୍ସାହିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ, ମିସନ ଶକ୍ତି ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଜନତା ମୈଦାନରେ ଆୟୋଜିତ ହୋଇଥିବା କୃଷି ଓଡ଼ିଶାର ଦ୍ବିତୀୟ ଦିନରେ ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ସମସ୍ତ ରାଜ୍ୟ ମଧ୍ୟରେ ଓଡ଼ିଶା ଦେଶର ସବୁଠୁ ଅଧିକ ବିକାଶ ହେଉଥିବା ରାଜ୍ୟରେ ପରିଣତ ହୋଇଛି । ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ଏକ ଉଦାହରଣ ପାଲଟିଛି ଅନ୍ୟ ରାଜ୍ୟ ଏବଂ ଦେଶ ପାଇଁ । ବିପର୍ଯ୍ୟୟ ମୁକାବିଲା ଓ ଖାଦ୍ୟ ପରିଚାଳନା କ୍ଷେତ୍ରରେ ଜାତିସଂଘ ଭଳି ସଂସ୍ଥା ଓଡ଼ିଶାକୁ ପ୍ରଶଂସା କରିଛି।

ଖରିଫ୍‍ ମାଣ୍ଡିଆ ପାଇଁ ପଞ୍ଜୀକରଣ ସମୟ ବୃଦ୍ଧି: ରାଜ୍ୟରେ ଚଳିତବର୍ଷର ଖରିଫ୍‍ ମାଣ୍ଡିଆ ସଂଗ୍ରହ କାର୍ଯ୍ୟ ଜାରି ରହିଛି  l ତେବେ ରାଜ୍ୟ ସରକାର ମାଣ୍ଡିଆ ଚାଷୀ ପଞ୍ଜୀକରଣ ତାରଖକୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଚାଷୀମାନଙ୍କୁ ନିକଟସ୍ଥ କୃଷକ ସଙ୍ଗଠନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ପାକ୍‍ସ୍‍ ମାଧ୍ୟମରେ ପଞ୍ଜୀକରଣ କରିବାକୁ ଅନୁରୋଧ କରାଯାଇଛି । ମାଣ୍ଡିଆ ବିକ୍ରୟ ପାଇଁ ଚାହୁଁଥିବା ଚାଷୀ  କିମ୍ବା ନୂତନ ଚାଷୀ ଭାଇ ଭଉଣୀମାନେ ପଞ୍ଜୀକରଣ ଫର୍ମରେ ଥିବା ସମସ୍ତ ତଥ୍ୟକୁ ଲଗ୍‍ଇନ୍‍ ୱେବ୍‍ସାଇଟ୍‍ www.tdccorissa.org ରେ ଡିଜିଟାଇଜ୍‍ କରିବା ସହ ପଞ୍ଜୀକୃତ ଫର୍ମ ନିର୍ଭୁଲ ଅଛି ବୋଲି ସୁନିଶ୍ଚିତ କରାଇବାକୁ କୁହାଯାଇଛି । ତେବେ ପୂର୍ବରୁ ପଞ୍ଜିକୃତ ହୋଇଥିବା ଚାଷୀ ପ୍ରଦାନ କରିଥିବା ନିଜ ତଥ୍ୟରେ ଯଦି ପରିବର୍ତ୍ତନ କରିବାକୁ ଚାହାନ୍ତି, ତେବେ ସେମାନେ ମଧ୍ୟ ନିର୍ଦ୍ଧାରିତ ପଞ୍ଜୀକରଣ ସମୟ ସୀମା ମଧ୍ୟରେ ଆବଶ୍ୟକ ସଂଶୋଧନ କରିପାରିବେ । ବଡ କଥା ହେଉଛି ଏହି ପଞ୍ଜୀକରଣ ପ୍ରକ୍ରିୟାରେ ଭାଗଚାଷୀମାନେ ମଧ୍ୟ ଅଂଶଗ୍ରହଣ କରିପାରିବେ । ଅଧିକରୁ ଅଧିକ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନଙ୍କୁ ମାଣ୍ଡିଆ ସଂଗ୍ରହ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ।

ଚାଷୀଙ୍କ ପାଇଁ ବଡ ଖବର:  ଚାଷୀଙ୍କ ପାଇଁ ଆସିଛି ଖୁସି ଖବର । ଖୁବଶୀଘ୍ର ଖାତାକୁ ଆସିବ କିସ୍ତି ଟଙ୍କା । ସମୟ ପୂର୍ବରୁ ଜମା ହେବ ଆଗାମୀ କିସ୍ତି ରାଶି ବୋଲି ଜଣାପଡିଛି । ଏହିପରି ହେଲେ କୋଟି କୋଟି ଚାଷୀ ଉପକୃତ ହେବେ ବୋଲି କୁହାଯାଉଛି । ଭାରତ ସରକାର ଏପର୍ଯ୍ୟନ୍ତ ଚାଷୀଙ୍କୁ ମୋଟ ୧୫ଟି କିସ୍ତିରେ ଟଙ୍କା ପଠାଇ ସାରିଲେଣି । ଆଉ ଏବେ ୧୬ତମ କିସ୍ତି ପ୍ରଦାନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ରିପୋର୍ଟ ଅନୁଯାୟୀ, PM କିସାନ ଯୋଜନାର ୧୬ତମ କିସ୍ତି ଟଙ୍କା ସମୟ ପୂର୍ବରୁ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇପାରେ ଆଶା କରୁଛନ୍ତି। କାରଣ ମାର୍ଚ୍ଚ ମାସରେ ନିର୍ବାଚନ ବିଜ୍ଞପ୍ତି ଆସିବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ଫେବୃଆରୀ ମାସରେ ହିଁ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ । ଅନ୍ୟପଟେ ଆହୁରି ମଧ୍ୟ କେନ୍ଦ୍ର ସରକାର ଫେବୃଆରୀ ୧ରେ ବଜେଟ୍‌ ଉପସ୍ଥାପନ କରିବାକୁ ଯାଉଛନ୍ତି । ତେବେ ଏହାରି ମଧ୍ୟରେ ମିଳିପାରେ ବଡ ଅସ୍ବସ୍ତି l

କର୍ମଚାରୀଙ୍କ ଖୁସି ଖବର: କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଖୁସି ଖବର । ମହଙ୍ଗା ଭତ୍ତା ପୁଣି ଥରେ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର । କିନ୍ତୁ, ଅନ୍ୟ ଏକ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ରୀୟ କର୍ମଚାରୀମାନେ ଭଲ ଖବର ପାଇବାକୁ ଯାଉଛନ୍ତି । ଜିଏସ୍ଟିରେ ହୋଇଛି ବଡ ପରିବର୍ତ୍ତନ । ଏଭଳି ପରିସ୍ଥିତିରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି ନିଶ୍ଚିତ ବୋଲି ବିବେଚନା କରାଯାଉଛି । ଏହା କର୍ମଚାରୀଙ୍କ ବେତନରେ ଏକ ବଡ ପରିବର୍ତ୍ତନ ଆଣିବ ବୋଲି କୁହାଯାଉଛି । ୧ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀ ଏଥିରୁ ସିଧାସଳଖ ଉପକୃତ ହେବେ ।  ଯଦି ଏହା ହୁଏ DA ୫୦% ରେ ପହଞ୍ଚିବ l  କେନ୍ଦ୍ରରେ ଥିବା ମୋଦି ସରକାର ପୁଣିଥରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ଜାନୁୟାରୀ ୨୦୨୪ ପାଇଁ ୪% ବୃଦ୍ଧି କରିପାରନ୍ତି । ତେବେ ମାର୍ଚ୍ଚରେ ଏହି ବୃଦ୍ଧି ଘଟିବ ବୋଲି କୁହାଯାଉଛି ।

ଶିମିଳିପାଳରେ ଶୂନ ଡିଗ୍ରି: ଜାଡ଼ରେ ଥରୁଛି ସାରା ମୟୂରଭଞ୍ଜ ଜିଲ୍ଲା । ଗତ ୪ ଦିନ ହେଲା ପାରଦ ତଳମୁହାଁ ରହିଛି l ସେହିପରି ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଜଙ୍ଗଲ ଭିତରେ ବାସ କରୁଥିବା ବନବାସୀଙ୍କ ଜୀବନଯାତ୍ରା ପ୍ରଭାବିତ ହେଉଛି । ଶିମିଳିପାଳ ପାଦଦେଶରେ ଥିବା  ଅଞ୍ଚଳରେ ତାପମାତ୍ରା ପ୍ରାୟତଃ ୫ରୁ ୭ ଡିଗ୍ରି ମଧ୍ୟରେ ରହୁଛି। ଆଜି ସକାଳୁ ସକାଳୁ ଏହି ଅଞ୍ଚଳର କିଛି ସ୍ଥାନରେ ଭୂମି ଉପରେ ବରଫର ପତଳା ଆସ୍ତରଣ ଦେଖିବାକୁ ମିଳିଥିଲା। ଆଉ କିଛି ଦିନ ଏମିତି ଶୀତଲହରି ଜାରି ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments