News

ଉଚ୍ଚ ରକ୍ତ ଚାପ ପାଇଁ ଚିନ୍ତିତ କି,ପିଅନ୍ତୁ ଏହି ପତ୍ର ରସ

ଧନିଆ ହେଉଛି ଏକ ପୁରାତନ ଉଦ୍ଭିଦ ଯାହାକି ଖ୍ରୀଷ୍ଟପୂର୍ବ 5000ରେ ଇଟାଲୀରେ ଆବିଷ୍କାର କରାଯାଇଥିଲା |ଯାହା ବର୍ତମାନ ପୁରା ବିଶ୍ୱରେ ଜଣାଶୁଣା | ଯଦି ଭାରତ କଥା କହିବା ତେବେ ଭାରତର ପ୍ରତ୍ୟକ ରୋଷେଇଘରେ ଏହା ଏକ ଦରକାରୀ ଜିନିଷ |

21 May, 2022 3:47 PM IST By: Rajashree

ଖାଦ୍ୟକୁ ସୁସ୍ୱାଦୁ ବନେଇବାକୁ ହେଉ କିମ୍ବା ସୁନ୍ଦର ଦେଖାଯିବା ପାଇଁ ସଜେଇବାକୁ ସବୁ ସମୟରେ ଆମେ ଧନିଆ ପତ୍ରର (coriander leaves) ବ୍ୟବହାର କରିଥାଉ | ରୋଷେଇକୁ ସୁସ୍ୱାଦୁ ବନେଇବାକୁ ଏହା ଏକ ନିହାତି ଦରକାରୀ ଦ୍ରବ୍ୟ କହିଲେ ଅଚ୍ୟୁତି ହେବ ନାହିଁ | କେବଳ ଏତିକି ନୁହେଁ , ଏହା ସହ ଧନିଆ ପତ୍ର କିଛି ରୋଗ ପାଇଁ ଔଷଧ ଭାବରେ ମଧ୍ୟ କାର୍ଯ୍ୟ କରିବା ସହ ଆପଣଙ୍କ ତ୍ୱଚ ପାଇଁ ମଧ୍ୟ ଏହା ହିତକର ହୋଇଥାଏ |

ଧନିଆ ହେଉଛି ଏକ ପୁରାତନ ଉଦ୍ଭିଦ ଯାହାକି ଖ୍ରୀଷ୍ଟପୂର୍ବ 5000ରେ ଇଟାଲୀରେ ଆବିଷ୍କାର କରାଯାଇଥିଲା |ଯାହା ବର୍ତମାନ ପୁରା ବିଶ୍ୱରେ ଜଣାଶୁଣା | ଯଦି ଭାରତ କଥା କହିବା ତେବେ ଭାରତର ପ୍ରତ୍ୟକ ରୋଷେଇଘରେ ଏହା ଏକ ଦରକାରୀ ଜିନିଷ |

- ପ୍ରତିଦିନ ଖାଦ୍ୟରେ କିଛି ପରିମାଣର ଧନିଆ ପତ୍ର (coriander leaves) କିମ୍ବା ସପ୍ତାହରେ ଥରେ ଅଧା ଗ୍ଲାସ ଧନିଆ ପତ୍ର ରସ ବ୍ୟବହାର କରିବା ଦ୍ୱାରା ଏହା ଆପଣଙ୍କ ଉଚ୍ଚ ରକ୍ତ ଚାପ (High Bood Pressure) ସମସ୍ୟାକୁ ଦୂର କରିଥାଏ |

- ଧନିଆ ପତ୍ର (coriander leaves)ଭିଟାମିନ୍ ଏ ଏବଂ ଭିଟାମିନ୍ ସି ର ଏକ ଉତ୍କୃଷ୍ଟ ଉତ୍ସ ଅଟେ | ଏଥିରେ ଡାଏଟାରୀ ଫାଇବର, ଆଇରନ୍, ମାଙ୍ଗାନିଜ୍, କ୍ୟାଲସିୟମ୍, ଭିଟାମିନ୍ କେ, ଫସଫରସ୍ ଇତ୍ୟାଦି ଏକ ପୋଷକ ତତ୍ତ୍ୱ ଭରପୂର ରହିଥାଏ |

- ଧନିଆ ପତ୍ରରେ ଭିଟାମିନ୍ ସି ଏବଂ ଭିଟାମିନ୍ ଇ ଭରପୂର ରହିଥାଏ | ଯାହା ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ | ଭିଟାମିନ ସି ଶରୀରରେ ଧଳା ରକ୍ତ କଣିକା ବୃଦ୍ଧି କରିବାରେ ସହାୟକ ହୋଇଥାଏ |

-ଚାଉଳ ଚୂନା ସହିତ ଧନିଆ ପତ୍ର ପେଷ୍ଟ ଏବଂ ଅଳ୍ପ ଲେମ୍ବୁ ରସ ମିଶାଇ ତ୍ବଚାରେ ଲଗାଇଲେ ଏହା ମୁଖ କୁଞ୍ଚନ ସମସ୍ୟା ଦୂର କରିଥାଏ

- ସପ୍ତାହରେ 2ରୁ 3 ଥର ଧନିଆ ପତ୍ରରୁ ପ୍ରସ୍ତୁତ ପେଷ୍ଟରେ , ଆଲୋଭେରା ଜେଲ ଏବଂ ଲେମ୍ବୁ ରସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରି ତ୍ବଚାରେ ଲଗାଇ ୨୦ ରୁ ୨୫ ମିନିଟ ରଖି ତ୍ବଚାକୁ ଧୋଇଲେ ଏହା ତ୍ୱଚାରୁ କଲା ଦାଗ ଦୂର କରିବାରେ ସହାୟକ ହୋଇଥାଏ |

ରକ୍ତହୀନତା ସମସ୍ୟାରୁ ମୁକ୍ତି ଦିଏ ଧନିଆ ପତ୍ର

ଧନିଆ ଚାଷ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)