1. କୃଷି ଖବର

ଆନ୍ଦୋଳନ କରିପାରିବେ ନାହିଁ ସ୍ୱାସ୍ଥ୍ୟ କର୍ମଚାରୀ

ରାଜ୍ୟରେ ଆହୁରି ଚାରିଦିନ ଅସ୍ତବ୍ୟସ୍ତ କରିବ ତାତି । ଆସନ୍ତା ୨୧ ତାରିଖ ପରେ ତାପମାତ୍ରା ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Tanushree Mahapatra
Tanushree Mahapatra
Health dept staff prohibiting strike by 6 months

Health dept staff prohibiting strike by 6 months

ରାଜ୍ୟରେ ଆହୁରି ଚାରିଦିନ ଅସ୍ତବ୍ୟସ୍ତ କରିବ ତାତି । ଆସନ୍ତା ୨୧ ତାରିଖ ପରେ ତାପମାତ୍ରା ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୧ ତାରିଖ ପରେ ଓଡ଼ିଶା ଉପକୂଳରେ ଏକ ଗୁରୁଚାପ ବଳୟ ପ୍ରଭାବରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟକୁ ପ୍ରବେଶ କରିବ ।

ଫଳରେ ବର୍ଷାର ପରିମାଣ ବଢିବା ସହ ତାପମାତ୍ରା କମିବ । ତା’ ପୂର୍ବରୁ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେଲେ ମଧ୍ୟ ତାପମାତ୍ରା ହ୍ରାସ ହେବ ନାହିଁ । ଆଜି ମାଲକାନାଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଓ କନ୍ଧମାଳରେ ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି ।

ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ସମ୍ବଲପୁରରେ ଗ୍ରୀଷ୍ମ ପ୍ରବାହ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କାଳବୈଶାଖୀ ଓ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ଲୋକଙ୍କୁ ଗ୍ରୀଷ୍ମପ୍ରବାହ ନେଇ ସଚେତନ କରିବା ସହ ସତର୍କତାମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି ।

ଆଉ ଏବେ ଏହାରି ଭିତରେ ରାଜ୍ୟ ସରକାର ନେଇଛନ୍ତି ଏକ ବଡ ପଦକ୍ଷେପ l ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସରକାର ଲାଗୁ କରିଛନ୍ତି ଏକ ଅତ୍ୟାବଶ୍ୟକ ସେବା ଆଇନ l ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାକୁ ସର୍ବାଧିକ ଫୋକସ କରୁଛନ୍ତି  । ସମ୍ପ୍ରତି ରାଜ୍ୟରେ ଗ୍ରୀଷ୍ମ ଲହରୀ ଜନ ଜୀବନକୁ ସମ୍ପୂର୍ଣ୍ଣ ଏକ ପ୍ରକାର ଅସ୍ତବ୍ୟସ୍ତ କରିଦେଇଛି  । ଏଭଳି ସମୟରେ ତଥା ଗମ୍ଭୀର ପରିସ୍ଥିତିରେ ତତ୍କାଳ ସ୍ୱାସ୍ଥ୍ୟ ସେବାର ଯଥେଷ୍ଟ ଆବଶ୍ୟକତା ରହିଛି ଯାହାକୁ ସର୍ବଦା ଗୁରୁତ୍ୱ ଦିଆଯାଇଛି ରାଜ୍ୟରେ । ଏହି ସମୟରେ ଯଦି ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଦୀର୍ଘଦିନ ପାଇଁ ଛୁଟି କିମ୍ବା ଧର୍ମଘଟ ଆନ୍ଦୋଳନକୁ ଓହ୍ଲାଇବେ, ତେବେ  ତାହା ସ୍ୱାସ୍ଥ୍ୟ ସେବାରେ ବଡ଼ ପ୍ରତିବନ୍ଧକ ଆଣିବ ।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାରେ ଏସମା ନିୟମ ଲାଗୁ କରିଛନ୍ତି  । ବିଧିବଦ୍ଧ ଭାବେ ଏନେଇ ଗେଜେଟ ନୋଟିଫିକେସନ ପ୍ରକାଶ ପାଇଥିବାବେଳେ ଏହା ଆସନ୍ତା ୬ ମାସ ଯାଏଁ ବଳବତ୍ତର ରହିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି  । ସମସ୍ତ ସରକାରୀ ହସ୍ପିଟାଲର ନର୍ସ ଫାର୍ମାସିଷ୍ଟଙ୍କ ଠାରୁ ଆରମ୍ଭ କରି ପାରା ମେଡିକ୍ସ କର୍ମଚାରୀଙ୍କ ପାଇଁ ଏହା ଲାଗୁ  କରାଯିବ ।

ତେବେ ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଏହି ଏସମା ନିୟମ ଲାଗୁ ହୋଇଛି । ସବୁ ସରକାରୀ ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ଲାଗୁହୋଇଛି ଅତ୍ୟାବଶ୍ୟକ ସେବା ଆଇନ୍ ବା  ଏସମା ଯାହା ହେଉଛି ଏକ ଅତ୍ୟାବଶ୍ୟକ ସେବା ଆଇନ । ଛଅ ମାସ ପାଇଁ ବଳବତ୍ତର ରହିବ ଏହି ଏସମା । ଏହି ସମୟରେ ଡାକ୍ତରଖାନାର କୌଣସି କର୍ମଚାରୀ ଆନ୍ଦୋଳନ କରିପାରିବେ ନାହିଁ । ତେବେ ରାଜ୍ୟର ଗୃହବିଭାଗ ପକ୍ଷରୁ ଏହାକୁ ଲାଗୁ କରାଯାଇଛି  ।

ଏହି ରୋଗ ଥିବା ଲୋକଙ୍କୁ ଅଣ୍ଡା ଖାଇବା ମନା

ଲିଭର ପାଇଁ ଲାଭଦାୟକ ତାଳସଜ !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments